ଉଦାହରଣ ସାଜିଲେ ବିଧାୟକ, ସ୍କୁଲ ପରିଭ୍ରମଣ ବେଳେ କଲେ ଶୌଚାଳୟ ସଫେଇ

By

Published : Sep 12, 2022, 4:10 PM IST

Updated : Feb 3, 2023, 8:27 PM IST

thumbnail
ବାଲେଶ୍ବର: ସଦର ବିଧାୟକ ସ୍ବରୂପ ଦାସ ସ୍କୁଲ ଶୌଚାଳୟ ସଫା କରିଥିବା ଦେଖିବାକୁ ମିଳିଛି । ସଦର ବ୍ଲକ ଓଡଙ୍ଗୀ ପଞ୍ଚାୟତର ବାଘାଯତୀନ ଉଚ୍ଚ ବିଦ୍ୟାଳୟକୁ ବିଧାୟକ ସ୍ବରୂପ ଦାସ ଅତିଥି ହୋଇ ଯାଇଥିବା ବେଳେ ସେଠାରେ ଶୌଚାଳୟ ଅପରିଷ୍କାର ହୋଇଥିବା ଦେଖିବାକୁ ପାଇଥିଲେ । ଶୌଚାଳୟ ଅପରିଷ୍କାର ଦେଖି ବିରକ୍ତି ପ୍ରକାଶ କରିବା ସହ ନିଜେ ତାହାକୁ ସଫା କରିବା ପାଇଁ ଅଣ୍ଟା ଭିଡିଥିଲେ । ନିଜେ ଝାଡୁ ଧରି ପାଣି ଢାଳି ଶୌଚାଳୟ ସଫା କରିଥିଲେ। ଏହାସହ ଶୌଚାଳୟ ସବୁବେଳେ ସଫା ସୁତୁରା ରଖିବା ପାଇଁ ଶିକ୍ଷକମାନଙ୍କୁ ତାଗିଦ କରିଥିଲେ । ତେବେ ଏମିତି ଦୃଶ୍ୟ ପୂର୍ବରୁ ସିମୁଳିଆ ବିଧାୟକଙ୍କ ଠାରେ ଦେଖିବାକୁ ମିଳିଥିଲା । ସେ ମଧ୍ୟ ଏମିତି ଶୌଚାଳୟ ସଫା କରିବା, ବିଲରେ ଧାନ ରୋପଣ କରିବା ଭଳି କାମ କରିଥିବା ନଜରକୁ ଆସିଥିଲା । ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.