ଅସହାୟ ମହିଳାଙ୍କ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ, 90 ହଜାରର ସାମଗ୍ରୀ ନଷ୍ଟ - ଦୋକାନରେ ନିଆଁ ଲଗାଇ ଦେଲେ ଦୁର୍ବୃ୍ତ୍ତ

🎬 Watch Now: Feature Video

thumbnail

By

Published : Jul 20, 2020, 4:52 PM IST

ଖୋର୍ଦ୍ଧା: ଜିଲ୍ଲାର ଚିଲିକା ବ୍ଲକ ବଡ଼କୂଳ ଗ୍ରାମରେ ରବିବାର ରାତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବଡ଼କୂଳ ଗ୍ରାମ ଡାହାଲେଇ ସାହିରେ ରୁହନ୍ତି ଶୈଳ ପାଇକରା ଓ ତାଙ୍କ ଦିବ୍ୟାଙ୍ଗ ସ୍ବାମୀ ଅମିନ ପାଇକରା । ପରିବାର ପ୍ରତିପୋଷଣ ପାଇଁ ସେ ଛୋଟ ଦୋକାନଟିଏ କରି ଚଳୁଥିଲେ । କିନ୍ତୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ବେଳେ ସବୁ କିଛି ଛାରଖାର ହୋଇଯାଇଛି । ଧାର କରଜ କରି ଦୋକାନ କରିଥିବା ଶୈଳ କହିଛନ୍ତି ଯେ ସେହିପରି ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ପ୍ରାୟ 90ହଜାର ଟଙ୍କର ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.