'ଦଳରେ ରହି ପିସିସି ବିରୋଧରେ ଲଢେଇ କରିବି'
🎬 Watch Now: Feature Video
ଭୁବନେଶ୍ବର: କୋରାପୁଟ ଜିଲ୍ଲା ସଙ୍ଗଠନ ପରିଚାଳନାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଆଁବାଣ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପରେ ବର୍ଷିଲେ ଏବଂ ନିରଞ୍ଜନ ଅଯୋଗ୍ୟ ସଭାପତି କହିଲେ ତାରା। କଂଗ୍ରେସ ଦଳ ତାଙ୍କ ପୈତୃକ ସମ୍ପତ୍ତି ନୁହେଁ। ଦଳର ସଂଗଠନ ଦୁର୍ବଳ, ଅତୀତରେ ନିର୍ବାଚନରେ ଟିକେଟ ବାଣ୍ଟିବାରେ ହୋଇଛି ବ୍ୟାପକ ଅନିୟମିତତା ଓ ପ୍ରିୟାପ୍ରୀତି। ନିରଞ୍ଜନଙ୍କୁ ପିସିସି ସଭାପତି କରିବା ନେଇ ସମର୍ଥନ କରିଥିଲେ ତାରା ହେଲେ ନିରଞ୍ଜନ ତାଙ୍କ ପ୍ରତିଶ୍ରୁତି ରଖିଲେ ନାହିଁ। ବାରମ୍ବାର ହାରିଥିବା ଲୋକଙ୍କୁ ଦିଆଯାଉଛି ଦଳର ଦାୟିତ୍ବ। ସାଂସଦ ସପ୍ତଗିରି ଉଲାକାଙ୍କ ଉପରେ ଖପ୍ପା ତାରା । ନିରଞ୍ଜନଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହେବେ। ଦଳ ଛାଡ଼ିବେ ନାହିଁ, ନିଜର ଶକ୍ତି ପ୍ରଦର୍ଶନ କରିବା ନେଇ ଧମକ ଦେଇଛନ୍ତି ତାରା । ଭଗବାନଙ୍କ ଆଶୀର୍ବାଦରୁ କୋଭିଡ଼ରୁ ସୁସ୍ଥ ହୋଇ ଫେରିଛି। ଏହା ସହ ଚଷମା ଓ ଘଣ୍ଟା ପ୍ରତି ଥିବା ନିଜର ଦୁର୍ବଳତା ସହ ସମସ୍ତ ପ୍ରସଙ୍ଗ ନେଇ ଇଟିଭି ଭାରତର ଡିଜିଟାଲ ଡାଇଲଗରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଓଡିଶା)
Last Updated : Aug 21, 2021, 9:42 PM IST