ETV Bharat / bharat

350 କିଲୋମିଟର ଯାଏଁ ଟ୍ରାଫିକ୍‌ ଜାମ, ଜାଣନ୍ତୁ କେଉଁଠି 12 ଦିନ ରାସ୍ତାରେ ଫସିଥିଲେ ଲୋକେ ? - TRAFFIC JAM

ଭାରତର ଇତିହାସରେ କୌଣସି ଜାତୀୟ ରାଜପଥରେ ଏହା ବର୍ତ୍ତମାନ ସୁଦ୍ଧାର ବଡ ଟ୍ରାଫିକ ଜାମ୍‌ । କେବଳ ଏହି ଘଟଣା ନହେଁ ଦୁନିଆରେ ଏଭଳି ବଡ ବଡ ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଛି ।

ଟ୍ରାଫିକ ଜାମ୍‌
ଟ୍ରାଫିକ ଜାମ୍‌ (ETV Bharat)
author img

By ETV Bharat Odisha Team

Published : Feb 10, 2025, 6:01 PM IST

ପ୍ରୟାଗରାଜ: ରାସ୍ତାରେ ଅଟକି ରହିଲା ଶହ ଶହ ଗାଡି । ଅଟକି ରହିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ନା ଗାଡି ଚକ ଇଞ୍ଚେ ଘୁଞ୍ଚିଲା । ନା ଶ୍ରଦ୍ଧାଳୁ ନିଜ ସମୟ ମଧ୍ୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିଲେ । ଘଣ୍ଟାଘଣ୍ଟା ଧରି ସେମିତି ରାଜରାସ୍ତାରେ ସମୟ ବିତାଇଲେ ଶ୍ରଦ୍ଧାଳୁ । ମହାକୁମ୍ଭରେ ବୁଡ ପକାଇବାକୁ ଯାଉଥିବା ଶ୍ରଦ୍ଧାଲୁ ବୁଡ ପକାଇବା ତ ଦୂରର କଥା କୁମ୍ଭମେଳା ପର୍ଯ୍ୟନ୍ତ ପହଞ୍ଚି ପାରିଲେନି । ବରଂ କୁମ୍ଭମେଳାରେ ବୁଡ ପକାଇବା ପାଇଁ ଘଣ୍ଟାଘଣ୍ଟା ଗାଡି ଭିତରେ ଅପେକ୍ଷା କଲେ ।

ମହାକୁମ୍ଭ ମେଳାରେ ବୁଡ ପକାଇବାକୁ ଯେମିତି ସମଗ୍ର ବିଶ୍ବ ରାସ୍ତାକୁ ଓହ୍ଲାଇ ଆସିଛି । ଆସ୍ଥାର ଏହି ମହାନ ପର୍ବେରେ ସାମିଲ ହେବାକୁ ଜୱଲପୁର-ରିୱା ରୁଟ୍‌ରେ 350 କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ । ଭାରତର ଇତିହାସରେ କୌଣସି ଜାତୀୟ ରାଜପଥରେ ଏହା ବର୍ତ୍ତମାନ ସୁଦ୍ଧାର ବଡ ଟ୍ରାଫିକ ଜାମ୍‌ । ସେହିପରି ସମଗ୍ର ବିଶ୍ବରେ ଚୀନର ବେଜିଂରେ ଦୁନିଆର ସବୁଠାରୁ ବଡ ଟ୍ରାଫିକ ଜାମ ଲାଗିଥିଲା । 12 ଦିନ ଲାଗିଥିବା ଜାମ୍‌କୁ ଦୁନିଆର ସବୁଠାରୁ ବଡ ଟ୍ରାଫିକ ଜାମ୍‌ କୁହାଯାଏ । କେବଳ ଏହି ଘଟଣା ନହେଁ ଦୁନିଆରେ ଏଭଳି ବଡ ବଡ ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଛି ।

ଟ୍ରାଫିକ ଜାମ୍‌
ଟ୍ରାଫିକ ଜାମ୍‌ (ETV Bharat)
  • ଚୀନରେ ସବୁଠାରୁ ବଡ ଟ୍ରାଫିକ ଜାମ୍‌

ପ୍ରୟାଗରାଜ-ରୀୱା-କଟନୀ-ଜୱଲପୁର ରାସ୍ତାରେ ଜାମ୍‌ ରେକର୍ଡ ସୃଷ୍ଟି କରିଛି । କିନ୍ତୁ ଏହା ପୂର୍ବରୁ ଚୀନ୍‌ର ବେଜିଂରେ 2010ରେ ଦୁନିଆର ସବୁଠୁ ବଡ ଟ୍ରାଫିକ ଜାମ୍‌ ଲାଗିଥିଲା । ଗିନିଜ ବୁକ୍‌ ଅଫ ବିଶ୍ବ ରେକର୍ଡରେ 14 ଅଗଷ୍ଟ 2010ରେ ଏହି ଜାମ୍‌ ଲାଗିଥିଲା । 100 କିଲୋମିଟରର ଏହି ଜାମ୍‌ ଦୁନିଆର ସବୁଠାରୁ ବଡ ଜାମ୍‌ କୁହାଯାଏ । କାରଣ 12 ଦିନ ପର୍ଯ୍ୟନ୍ତ ଲୋକେ ଏହି ଜାମ୍‌ରେ ଫସିଥିଲେ । ସେପଟେ ମଧ୍ୟପ୍ରଦେଶରେ ଲାଗିଥିବା ଜାମ୍‌ କାରଣରୁ 5 ଘଣ୍ଟାର ଯାତ୍ରା ପାଇଁ 24 ଘଣ୍ଟା ସମୟ ଲାଗିଥିଲା ।

ଟ୍ରାଫିକ ଜାମ୍‌
ଟ୍ରାଫିକ ଜାମ୍‌ (ETV Bharat)
  • ବ୍ରାଜିଲ,ମୁମ୍ବାଇ ଓ ମିଶର ନାଁରେ ବି ସମାନ ରେକର୍ଡ

ଚୀନ ପରେ ବ୍ରାଜିଲର ସାଓ ପାଓଲୋରେ 300 କିଲୋମିଟର ପର୍ଯ୍ୟନ୍ତ ବଡ ଜାମ୍‌ ଲାଗିଥିଲା । 2012 ଏହି ଜାମ୍‌ରେ ଲୋକେ 12 ରୁ 15 ଘଣ୍ଟା ଫସିରହିଥିଲେ । 2017ରେ ମୁମ୍ବାଇର ବାସୀ ଓ ନଭୀ ମୁମ୍ବାଇ ମଝିରେ 8 ଘଣ୍ଟା ଧରି ଜାମ୍‌ ଲାଗିଥିଲା । 2013ରେ ମିଶରର କାହିରାରେ 60 କିଲୋମିଟର ପର୍ଯ୍ୟନ୍ତ ଜାମ ଲାଗିଥିଲା । ଚୀନର 12 ଦିନ ଜାମ୍‌କୁ ଛାଡିଦେଲେ ପ୍ରୟାଗରାଜ-ରିୱା-ଜୱଲପୁର ଟ୍ରାଫିକ ଜାମ ଦୁନିଆର ସବୁଠାରୁ ଲମ୍ବା ଟ୍ରାଫିକ ଜାମ କୁହାଯାଏ । ଏହି ଜାମ୍‌ରେ ଲୋକେ 12ରୁ18 ଘଣ୍ଟା ଫସି ରହିଥିଲେ

  • ଦେଶର ସବୁଠାରୁ ବଡ ଟ୍ରାଫିକ ଜାମର କାରଣ ?

ପ୍ରୟାଗରାଜ ମହାକୁ୍ଭରେ ବୁଡ ପକାଇବାକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଆସି ପହଞ୍ଚୁଛନ୍ତି । ରିପୋର୍ଟ କହୁଛି ଗତ 26 ଦିନ ମଧ୍ୟରେ 40 କୋଟିରୁ ଅଧିକ ଶ୍ରଦ୍ଧାଳୁ ପ୍ରୟଗରାଜରେ ପହଞ୍ଚିଛନ୍ତି। ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପରେ ଭିଡ ଟିକିଏ କମିବାର ଅନୁମାନ କରାଯାଉଛି । ଏହି କାରଣରୁ 5 ଫେବୃଆରୀ ପର୍ଯ୍ୟନ୍ତ ସଙ୍ଗମରେ ଭିଆଇପି ପ୍ରୋଟୋକଲକୁ ବନ୍ଦ କରିଦିଆଯାଇଥିଲା ।

ଟ୍ରାଫିକ ଜାମ୍‌
ଟ୍ରାଫିକ ଜାମ୍‌ (ETV Bharat)
  • ୱିକେଣ୍ଡରେ ବିଗିଡିଲା ଟ୍ରାଫିକ ବ୍ୟବସ୍ଥା

ସପ୍ତାହର ଶେଷ ଆଡକୁ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳ ପ୍ରୟାଗରାଜରେ ପହଞ୍ଚୁଛନ୍ତି । ମହାକୁମ୍ଭ ମେଳା ପାଇଁ ପାଖାପାଖି 107ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । କିନ୍ତୁ ଟ୍ରେନ ଭିଡ କାରଣରୁ ଅନେକ ଶ୍ରଦ୍ଧାଳୁ ନିଜ ଗାଡିରେ ପ୍ରୟାଗରାଜରେ ପହଞ୍ଚୁଛନ୍ତି । ମାଘ ପୂର୍ଣ୍ଣିମାରେ ଅଧିକାଂଶ ଶ୍ରଦ୍ଦାଳୁ ପ୍ରୟାଗରାଜରେ ପହଞ୍ଚୁଛନ୍ତି । ମାଘ ପୂର୍ଣ୍ଣିମା ଏଥର ରବିବାରରେ ପଡୁଥିବାରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚିବା କାରଣରୁ ଜାମ୍‌ ଲାଗିଥିଲା । ପ୍ରୟାଗରାଜକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥ ବାରଣାସୀ, ମିର୍ଜାପୁର, ପ୍ରତାପଗଢ, ରିୱା ଓ କାନପୁରରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ବିଗିଡି ଯାଇଥିଲା ।

ଟ୍ରାଫିକ ଜାମ୍‌
ଟ୍ରାଫିକ ଜାମ୍‌ (ETV Bharat)

ଏହା ମଧ୍ୟ ପଢନ୍ତୁ ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏହା ମଧ୍ୟ ପଢନ୍ତୁ ମହାକୁମ୍ଭ ମେଳାରେ ବଢୁଛି ରୁଦ୍ରାକ୍ଷ ବିକ୍ରି, କେମିତି ଚିହ୍ନିବେ କେଉଁଟା ଅସଲି ?

  • ମଧ୍ୟପ୍ରଦେଶରେ କାହଁକି ଏତେ ବଡ ଜାମ୍‌ ?

ମଧ୍ୟ ପ୍ରଦେଶର ରିୱା-କଟନୀ ଜବଲପୁରରେ ଜାମ୍‌ର କାରଣ ହେଉଛି ବିପୁଳ ସଂଖ୍ୟାରେ ଦକ୍ଷିଣ ଭାରତର ଶ୍ରଦ୍ଧାଳୁ ପ୍ରୟାଗାଜରେ ପହଞ୍ଚିବା । ଏହ ରୁଟ୍‌ ଦେଇ ତେଲାଙ୍ଗାନା, ଆନ୍ଧ୍ର୍ର ପ୍ରଦେଶ, କର୍ଣ୍ଣାଟକ, କେରଳର ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିଥିଲେ । ଫଳରେ ଏହି ରୁଟରେ ଟ୍ରାଫିକ ଉପରେ ରେକର୍ଡ ସଂଖ୍ୟାରେ ପ୍ରଭାବ ପଡିଥିଲା । ଛିନ୍ଦୱାଡାର ପରିବାର ସହ ପ୍ରୟାଗରାଜ ବାହାରିଥିବା ପ୍ରଦୀପ ଶ୍ରୀବାସ୍ତବ କହିଛନ୍ତି ‘‘ଛିନ୍ଦୱାଡାରୁ ଜବଲପୁର ଆମେ ସାଢେ ତିନି ଘଣ୍ଟାରେ ପହଞ୍ଚିଗଲୁ । କିନ୍ତୁ ଜବଲପୁରରୁ ପ୍ରୟାଗରାଜ ପହଞ୍ଚିବାରେ 12 ରୁ 13 ଘଣ୍ଟା ସମୟ ଲାଗିଥିଲା । ଜାମ ପରିସ୍ଥିତି ଯୋଗୁଁ ସପରିବାର ଗାଡିରେ ରାତି କାଟିଥିଲୁ ’’।

  • ଦେଶରେ ଅନେକ ଥର ଭାଙ୍ଗିଛି ରେକର୍ଡ

ପ୍ରୟାଗରାଜରୁ ଜବଲପୁର ପର୍ଯ୍ୟନ୍ତ ଗାଡିମୋଟ ଜାମର ନୂଆ ରେକର୍ଡ ସୃଷ୍ଟି ହୋଇଛି । କିନ୍ତୁ ଦେଶରେ ପୂର୍ବରୁ ବି ଏଭଳି ଜାମ୍‌ ରେକର୍ଡ ରହିଛି । ଅବସରପ୍ରାପ୍ତ ଡିଜି ଅରୁଣ ଗୁର୍ଟୁ କହିଛନ୍ତି ‘‘କ୍ରାଉଡ ମ୍ୟାନେଜମେଣ୍ଟର ନିଜସ୍ବ ସୀମା ରହିଛି । ଜାମ୍‌ ସ୍ଥିତି ଏଥିପାଇଁ ବି ଉପୁଜେ କାରଣ ପ୍ରତ୍ୟେକ ବ୍ୟକ୍ତି ନିଜ ସୁବିଧାଜନକ ଗାଡିରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଚାହେଁ । ଖରାଦିନେ ପାହାଡିଆ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ କାରଣ ସମସ୍ତେ ସେଠାକୁ ଛୁଟି କାଟିବାକୁ ଯିବାକୁ ପସନ୍ଦ କରିଥାନ୍ତି ’’।

  • ଚୀନ୍‌ ଜାମ୍‌ରେ ଘର କରି ରହିଥିଲେ ଲୋକେ

ଦୁନିଆର ସବୁଠାରୁ ବଡ ଜାମ୍‌ ଚୀନର ବେଜିଂରେ ହୋଇଥିବାର ରେକର୍ଡ ରହିଛି । ସେତେବେଳେ ବେଜିଂ ତିବ୍ବତ ଏକ୍ସପ୍ରେସ ୱେରେ ଲୋକେ ଅସ୍ଥାୟୀ ଘର କରି ରହିବା ପାଇଁ ବାଧ୍ୟ ହୋଇଥିଲେ । ସେହିପରି ଦୁନିଆରେ ଜାମ୍‌ ଲାଗିବା ମାମଲାରେ ସବୁଠାରୁ ଖରାପ ସ୍ଥିତି ନାଇଜେରିଆରେ ଦେଖିବାକୁ ମିଳେ । ନାଇଜେରିଆରେ ଟ୍ରାଫିକ ଇଣ୍ଡେକ୍ସ 334.9 ରହିଛି । ଯାହାକି ଦୁନିଆରେ ସବୁଠାରୁ ଅଧିକ । ଏଠାରେ ଟ୍ରାଫିକ ସମସ୍ୟା କାରଣରୁ ଲୋକେ ଏକ ଘଣ୍ଟା ବିଳମ୍ବର ସାମନା କରନ୍ତି । କିନ୍ତୁ ଭାରତର ଇଣ୍ଡେକ୍ସ 204 ରହିଛି । ଭାରତରେ ଟ୍ରାଫିକ ଜାମ ସମସ୍ୟା 46 ମିନିଟର ରହିଛି ।

  • 200ରୁ 300 କିଲୋମିଟର ଯାଏଁ ଜାମ୍‌

ଦିନକ ପୂର୍ବରୁ ମଧ୍ୟପ୍ରଦେଶର ରାଜରାସ୍ତାରେ ପଛକୁ ପ ଅଟକିଥିଲା ହଜାର ହଜାର ସଂଖ୍ୟାରେ ଗାଡି । ମଧ୍ୟପ୍ରଦେଶ ଆଡୁ ପ୍ରୟାଗରାଜ ଆସୁଥିବା ଗାଡି ଗୁଡିକୁ ଅଟକାଇଥିଲା ମଧ୍ୟ ପ୍ରଦେଶ ପୋଲିସ । ଯେଉଁଥିପାଇଁ ସୋସିଆଲ ମିଡିଆରେ ‘‘ବିଶ୍ବର ସର୍ବବୃହତ ଟ୍ରାଫିକ ଜାମ’’ ଟ୍ରେଣ୍ଡିଂ କରୁଥିଲା । ପାଖାପାଖି 200 ରୁ 300 କିଲୋମିଟର ପର୍ଯ୍ୟନ୍ତ ଗାଡି ଗୁଡିକ ଧାଡି କରି ଅଟକି ରହିଥିଲେ । ପ୍ରଶାସନର ଟ୍ରାଫିକ ବ୍ୟବସ୍ଥା ପରିଚାଳନାକୁ ନେଇ ସ୍ବର ଉଠାଇଥିଲେ ଶ୍ରଦ୍ଧାଳୁ । ଫରିଦାବାଦରୁ ଆସୁଥିବା ଶ୍ରଦ୍ଧାଳୁ ଅସନ୍ତୋଷ ଜାହିର କରିଥିଲେ । ସେମାନେ କହିଥିଲେ ‘‘ମାତ୍ର 4 ଘଣ୍ଟାର ରାସ୍ତା ପାଇଁ ଆମେ 24 ଘଣ୍ଟା ରାସ୍ତାରେ ଅଟକି ରହିଲୁ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.