ଦାଚିଗାମର ସ୍ବତନ୍ତ୍ର କଳା ଭାଲୁ, ଖାଉଛନ୍ତି ସ୍ପେଶାଲ ଖାଦ୍ୟ - ଦାଚିଗାମ ଜାତୀୟ ପାର୍କରେ ସ୍ବତନ୍ତ୍ର ପ୍ରଜାତିର ଭାଲୁ

🎬 Watch Now: Feature Video

thumbnail

By

Published : Feb 4, 2022, 11:03 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଦେଖିବାକୁ ମିଳନ୍ତି ଏକ ସ୍ବତନ୍ତ୍ର ପ୍ରଜାତିର କଳା ଭାଲୁ । ଏହି ଭାଲୁ ଏବେ ଜମ୍ମୁ ଓ କାଶ୍ମୀରର ଦାଚିଗାମ ଜାତୀୟ ପାର୍କର ଶୋଭା ବଢାଉଛନ୍ତି । ଆଉ ଏହି ଭାଲୁଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ପ୍ରକାର ଖାଦ୍ୟ । ଏଥିସହ ଏମାନେ ପାଣିରେ ଖେଳିବା ସହ ଲୋକଙ୍କ ସହ ମିଶିବାର ଭିଡିଓରେ ଦେଖିବାକୁ ମିଳିଛି । ସାଧାରଣତଃ ଏହି ପ୍ରଜାତିରେ ଭାଲୁ ଶୀତ ଦିନରେ ପାର୍ବାତ୍ୟାଞ୍ଚଳରେ ଦେଖା ଯାଇଥାଆନ୍ତି । ତେବେ ଏହି ପ୍ରଜାତିର ଭାଲୁ ହିଂସ୍ର ହୋଇନଥିବା ବେଳେ ଭାରତର ହିମାଳୟ, ଭୂଟାନ, ନେପାଳ, ଚୀନ ଏବଂ ପାକିସ୍ତାନରେ ଦେଖିବାକୁ ମିଳିଥାଏ । ଏହି ପ୍ରଜାତିର ଭାଲୁଙ୍କୁ ଶାକାହାରୀ ଖାଦ୍ୟ ପ୍ରଦାନ କରାଯାଇଥାଏ । ଅନ୍ୟପଟେ ଏହି ଭାଲୁର ରକ୍ଷାବେକ୍ଷଣ ଦାୟିତ୍ବରେ ଜାମ୍ମୁ ଓ କାଶ୍ମୀର ବନ୍ୟପ୍ରାଣୀ ବିଭାଗ ଓ ବନ୍ୟପ୍ରାଣୀ ଏସଓଏସ ନେଇଛନ୍ତି । ସେହିଭଳି ଏହି ଭାଲୁମାନଙ୍କୁ ରୁଟି, ଗୁଡ, ମହୁ ଓ ବିଭିନ୍ନ ଫଳ ଖାଇବାକୁ ଦିଆଯାଉଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.