କୋରୋନା କାଳରେ କ୍ୟାମ୍ପସ୍ ନିଯୁକ୍ତି ମେଳା, ଗୁଜୁରାଟ ଯାତ୍ରା କଲେ ୨୪୪ ବିଦ୍ୟାର୍ଥୀ - berhampur ITI

🎬 Watch Now: Feature Video

thumbnail

By

Published : Feb 18, 2021, 4:15 PM IST

ବ୍ରହ୍ମପୁର: କୋରୋନା କାଳରେ କ୍ୟାମ୍ପସ ନିଯୁକ୍ତି ମେଳା । ବ୍ରହ୍ମପୁର ଆଇଟିଆଇରୁ ଏହି ମେଳାରେ ପରୀକ୍ଷା ଦେଇଥିବା ୨୪୪ ବିଦ୍ୟାର୍ଥୀଙ୍କୁ ମାସିକ ଭଲ ଦରମାରେ ମାରୁତି ମୋର୍ଟସ୍ କମ୍ପାନୀରେ ନିଯୁକ୍ତି ଯୋଗାଇବା ପାଇଁ ଗୁଜୁରାଟ ନିଆଯାଇଛି । ବ୍ରହ୍ମପୁର ଆଇଟିଆଇରେ ଅଧ୍ୟୟନ କରିଥିବା ଫିର୍ଟର , ୱେଲଡର ଓ ଇଲୋଟ୍ରୋନିକ ବିଭାଗର ବିଦ୍ୟାର୍ଥୀ ଏହି ମେଳାରେ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୪୪ ବିଦ୍ୟାର୍ଥୀଙ୍କୁ ଚୟନ କରାଯାଇଛି । ଏ ନେଇ ବ୍ରହ୍ମପୁର ଆଇଟିଆଇ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ ଏବଂ ଅନୁଷ୍ଠାନର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ଯୋଗ ଦେଇ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୋରୋନା କାଳରେ ଅନେକ ନିଯୁକ୍ତି ହରାଉଥିବାବେଳେ ଏତେ ସଂଖ୍ୟକ ନିଯୁକ୍ତି ପାଇବା ଅତ୍ୟନ୍ତ ଖୁସିର ବିଷୟ ବୋଲି ପିଲାମାନେ କହିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.