CSKର ହେଲେ ଶୁଭ୍ରାଂଶୁ, ETV Bharat ସହ ସେୟାର କଲେ ଖୁସି - ଶୁଭ୍ରାଂଶୁ ସେନାପତିଙ୍କ ସହ ସାକ୍ଷାତକାର

🎬 Watch Now: Feature Video

thumbnail

By

Published : Feb 13, 2022, 8:30 PM IST

Updated : Feb 3, 2023, 8:11 PM IST

କଟକ: IPL ଟିମ୍ CSK ରେ ସ୍ଥାନ ପାଇବା ପରେ ପ୍ରତିକ୍ରିୟା ରଖିଲେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି । ସ୍ବପ୍ନ ଥିଲା, ଆଜି ସାକାର ହୋଇଛି । ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ଖେଳିବାକୁ ଆଶା ଥିଲା ଏବଂ ତାହା ଆଜି ପୂରଣ ହୋଇଛି ବୋଲି ଶୁଭ୍ରାଂଶୁ କହିଛନ୍ତି । ଏଥିସହ ସେ ତାଙ୍କ ପୂର୍ବ ପ୍ରଦର୍ଶନ ଏବଂ ବର୍ତ୍ତମାନର ପ୍ରଦର୍ଶନକୁ ନେଇ ଆଶାବାଦୀ ଥିବା କହିଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ପ୍ରଦର୍ଶନ ଥିଲା, ତେଣୁ IPL ରେ ସାମିଲ ନେଇ ଏକ ପ୍ରକାର ନିଶ୍ଚିତ ଥିବା କହିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନ, ଜିଲ୍ଲା ଆସୋସିଏସନ, ପରିବାର ବର୍ଗ, ସମର୍ଥକ ଏବଂ ସର୍ବୋପରି ରାଜ୍ୟବାସୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ସେହିପରି ବିଶ୍ବାସ ପ୍ରକଟ କରିଥିବାରୁ CSK ମ୍ୟାନେଜମେଣ୍ଟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଶୁଭ୍ରାଂଶୁ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.