ଭିକ୍ଷାବୃତ୍ତି ଛାଡି ରାଜନୀତିରେ ଯୋଗ ଦେଲେ କିନ୍ନର, ହେଲେ ସରପଞ୍ଚ ପ୍ରାର୍ଥୀ - ଭିକ୍ଷାବୃତ୍ତି ଛାଡି ରାଜନିତୀରେ ଯୋଗ ଦେଲେ କିନ୍ନର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14383822-thumbnail-3x2-kinnar.jpg)
ସମ୍ବଲପୁର: ଜିଲ୍ଲାର ରେଙ୍ଗାଲୀର ଜଣେ କିନ୍ନର ରମାକାନ୍ତ ସାହୁ ଓରଫ ପ୍ରିୟା କିନ୍ନର। ଏବେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ସେ ଭିକ୍ଷାବୃତ୍ତି କରି ଜୀବନ କାଟୁଥିଲେ। ସେତେବେଳେ ସେ ଲୋକଙ୍କ ଠାରୁ ବିଭିନ୍ନ ସମୟରେ ଲୋକଙ୍କ ଦ୍ବାରା ଅପମାନିତ ହେଉଥିଲେ । ଲୋକେ ତାଙ୍କୁ ଭିକ୍ଷା ନ ମାଗି କିଛି କରିବାକୁ କହୁଥିଲେ। ତେବେ ସେ ବ୍ଲକକୁ ଯାଇ ସରକାରୀ ଯୋଜନାରୁ ଯେତେବେଳେ କିଛି ବି କରିବାକୁ ଚାହୁଁଥିଲେ, ସେତେବେଳେ ତାଙ୍କୁ କୌଣସି ସହାୟତା ମିଳିନଥିଲା । ଏହା ପରେ ସେ ମନେ ମନେ ରାଜନୀତିରେ ଯୋଗ ଦେଇ ଗରିବ ଲୋକଙ୍କ ସେବା କରିବାକୁ ମନସ୍ଥ କରିଥିଲେ । ଆଉ ଚଳିତ ପଞ୍ଚାୟତ ନିର୍ବାଚନ ତାଙ୍କ ପାଇଁ ଏକ ଅବସର ଆଣିଥିଲା । ଆଉ ପରେ ସେ ରେଙ୍ଗାଲୀ ଗ୍ରାମ ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ । ବର୍ତ୍ତମାନ ସେ ଏକା ଏକା ନିଜ ପାଇଁ ନିର୍ବାଚନ ପ୍ରଚାର କରିବା ସହ ନିଜ ପାଇଁ ଲୋକଙ୍କୁ ସମର୍ଥନ ମାଗୁଛନ୍ତି । ଆଉ ନିର୍ବାଚନରେ ବିଜୟୀ ହେଲେ ସେ ଗରିବ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ