thumbnail

By

Published : Feb 20, 2021, 1:48 PM IST

ETV Bharat / Videos

ଧାନକିଣା ପ୍ରସଙ୍ଗ, ଅଭିନବ ଢଙ୍ଗରେ ବିଜେପିର ବିରୋଧ

ଭୁବନେଶ୍ବର: ଧାନକିଣା ପ୍ରସଙ୍ଗକୁ ନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଉତ୍ତର ରଖୁଥିବାବେଳେ ବିଜେପି ଏହାକୁ ଗୃହ ଭିତରେ ଓ ବାହାରେ ଅଭିନବ ଢଙ୍ଗରେ ବିରୋଧ କରିଛି । ‘ମଣ୍ଡିରେ କାନ୍ଦୁଛି ଚାଷୀ’ ବ୍ୟାନର ଲଗାଇ ବିଜେପି ବିଧାୟକ ବିରୋଧ ପ୍ରଦର୍ଶନ କରିଛନ୍ତି । ବୈଧ ଓ ଅବୈଧ ଟୋକନ ମଧ୍ୟରେ ମନ୍ତ୍ରୀ ପାର୍ଥକ୍ୟ ଦର୍ଶାନ୍ତୁ । ଟୋକନ ଅବୈଧ ହେଲେ ବୈଧ କେମିତି ହେବ । 25 ହଜାରରୁ ଅଧିକ ଟୋକନ ଅବୈଧ ହେଲାଣି । ଚାଷୀ ପ୍ରସଙ୍ଗ ଉପରେ ସରକାର ଆଲୋଚନାକୁ ଡରୁଛନ୍ତି ବୋଲି ବିଜେପି କହିଛି । ମଣ୍ଡିରେ ଅବ୍ୟବସ୍ଥା ନେଇ ଆମେ ଆଲୋଚନା ପାଇଁ ଦାବି କରୁଛୁ । କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ଧାନ କାହିଁକି କିଣୁ ନାହାଁନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ତେବେ ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ବ୍ୟୁରୋ ଚିଫ୍‌ ରୁଦ୍ର ନାରାୟଣ ଦାସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.