thumbnail

By

Published : Oct 18, 2021, 5:34 PM IST

Updated : Oct 18, 2021, 7:42 PM IST

ETV Bharat / Videos

Kerala Flood: ଭୁଶୁଡୁଛି ଅଟ୍ଟାଳିକା-ଉବୁଟୁବୁ ସାରା ରାଜ୍ୟ, ଦେଖନ୍ତୁ ଛାତିଥରା ଭିଡିଓ

ଥିରୁଅନନ୍ତପୁରମ: କେରଳରେ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଛି ପ୍ରକୃତିର କରାଳ ରୂପ । ପ୍ରବଳ ବର୍ଷା ଯୋଗୁଁ କୋଟ୍ଟାୟାମ ଜିଲ୍ଲାର ମଣିମାଲା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଜିଲ୍ଲା ଏବେ ରହିଛି ପାଣି ଘେରରେ । କୋଟ୍ଟାୟାମର ଅନେକ ଘର ପ୍ରବଳ ବର୍ଷାରେ ଧୋଇ ହୋଇଯାଉଥିବା ଦେଖିବାକୁ ମିଳିଛି । ଚାରିଆଡ଼େ ୪ରୁ ୫ ଫୁଟ ଉଚ୍ଚର ପାଣି ଜମିଛି । ଅନେକ ଘରର ପଛ ପଟେ ଦ୍ରୁତ ଗତିରେ ବନ୍ୟାପାଣି ପ୍ରବାହିତ ହେଉଛି । ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳକୁ ଯାତାୟାତ ଠପ ହୋଇଥିବା ବେଳେ NDRF ଟିମ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବ୍ରିଜ ବନ୍ୟାପାଣିରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । କେରଳରୁ ବିଭିନ୍ନ ଭୟଙ୍କର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
Last Updated : Oct 18, 2021, 7:42 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.