ETV Bharat / bharat

ରିତୁ ଖାଣ୍ଡୁରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ବାଚସ୍ପତି

author img

By

Published : Mar 26, 2022, 4:35 PM IST

ବିଜେପି ନେତ୍ରୀ ରିତୁ ଖାଣ୍ଡୁରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ବାଚସ୍ପତି । ଅଧିକ ପଢନ୍ତୁ

ରିତୁ ଖଣ୍ଡାରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ବାଚସ୍ପତି

ଡେରାଡୁନ: ବିଜେପି ନେତ୍ରୀ ରିତୁ ଖାଣ୍ଡୁରୀ ହେଲେ ଉତ୍ତରାଖଣ୍ଡର ପ୍ରଥମ ମହିଳା ବାଚସ୍ପତି । ଗତ ଥର ବାତସ୍ପତି ଥିବା ବିଜେପିର ପ୍ରେମଚାନ୍ଦ ଅଗ୍ରଓ୍ବାଲଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ । ମାର୍ଚ୍ଚ ୧୦ରେ ପ୍ରେମଚାନ୍ଦଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ତେବେ ନୂତନ ବାଚସ୍ପତି ଭାବେ ରିତୁଙ୍କୁ ନିର୍ବାଚିତ କରିଛି ଦଳ ।

ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖାଣ୍ଡୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରିତୁଙ୍କ ଅଧ୍ୟକ୍ଷତାରେ ଗୃହ ସୁଚାରୁ ରୂପେ ଚାଲିବା ସହ ନୂଆ ଇତିହାସ ସୃଷ୍ଟି କରିବା ନେଇ ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଧାମି ଟ୍ବିଟ ମଧ୍ୟ କରିଛନ୍ତି । ପ୍ରଥମ ମହିଳା ଭାବେ ଏହି ସାମ୍ବିଧାନିକ ପଦବୀ ପାଇଁ ରିତୁ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି ।

ଚଳିତ ନିର୍ବାଚନରେ ସ୍ପଷ୍ଟ ବହୁମତ ପାଇଥିବା ବିଜେପି ରାଜ୍ୟରେ ସରକାର ଗଠନ କରିସରିଛି । ଫଳାଫଳ ଆସିବା ପରେ ଲାଗି ରହିଥିବା ମୁଖ୍ୟମନ୍ତ୍ରୀ ଦ୍ବନ୍ଦ୍ବ ମଧ୍ୟରେ ପୁଷ୍କର ସିଂ ଧାମିଙ୍କୁ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି । ନିର୍ବାଚନରେ ପରାଜିତ ହେବା ସତ୍ତ୍ବେ ମଧ୍ୟ ଦଳର ଆସ୍ଥାଭାଜନ ହେବାରେ ସଫଳ ହୋଇଛନ୍ତି ଧାମି । ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ରିତୁ ଖାଣ୍ଡୁରୀ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.