6 କୋଟିରେ ଲୋକସଭା ଟିକେଟ ବିକିଲେ କେଜରିୱାଲ ! - ticket
ଦିଲ୍ଲୀର ଶାସକ ଦଳ ଆପ ପଶ୍ଚିମ ଦିଲ୍ଲୀର ଲୋକସଭା ଆସନକୁ 6 କୋଟିରେ ବିକ୍ରି କରିଛି । ପଶ୍ଚିମ ଦିଲ୍ଲୀର ଲୋକସଭା ପ୍ରାର୍ଥୀ ବଲବୀର ଜାଖଡଙ୍କ ଠାରୁ ଦଳ 6 କୋଟି ନେଇଛି । ଆପ ବିରୁଦ୍ଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବଲବୀରଙ୍କ ପୁଅ ଉଦୟ ଜାଖଡେ ।
![6 କୋଟିରେ ଲୋକସଭା ଟିକେଟ ବିକିଲେ କେଜରିୱାଲ !](https://etvbharatimages.akamaized.net/etvbharat/prod-images/768-512-3251403-thumbnail-3x2-kejriwal.jpg?imwidth=3840)
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଆଉ କେଇ ଘଣ୍ଟା ବାକିଅଛି । ଏହି ପର୍ଯ୍ୟାୟରେ ଦିଲ୍ଲୀରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଆମ ଆଦମୀ ପାର୍ଟି ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆସିଛି । ଦିଲ୍ଲୀର ଶାସକ ଦଳ ଆପ ପଶ୍ଚିମ ଦିଲ୍ଲୀର ଲୋକସଭା ଆସନକୁ 6 କୋଟିରେ ବିକ୍ରି କରିଛି । ଏହି ଆସନ ପାଇଁ ପଶ୍ଚିମ ଦିଲ୍ଲୀର ଲୋକସଭା ପ୍ରାର୍ଥୀ ବଲବୀର ଜାଖଡଙ୍କ ଠାରୁ ଦଳ 6 କୋଟି ନେଇଛି । ଆପ ବିରୁଦ୍ଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବଲବୀରଙ୍କ ପୁଅ ଉଦୟ ଜାଖଡେ ।
ବଲବୀର ଆଗରୁ ରାଜନୀତିରେ ସକ୍ରୀୟ ନଥିଲେ । ନା କୌଣସି ସଂଗଠନ କି ଆନ୍ଦୋଳନରେ ଭାଗ ନେଇଥିଲେ । ତାଙ୍କୁ ରାଜନୀତିରେ ପାଦ ଥାପିବାର ମାତ୍ର 3 ମାସ ହୋଇଛି । ଦଳ କେଉଁ ଭିତ୍ତିରେ ତାଙ୍କୁ ଟିକେଟ ଦେଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଦୟ । ତେବେ ଉଦୟଙ୍କ ପିତା ବଲବୀର ଟିକେଟ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ 6 କୋଟି ଦେଇଥିବା ଦାବି କରିଛନ୍ତି ଉଦୟ । ତାଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ରହିଥିବା ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଆପ ଉପରେ ଟିକେଟ ବିକ୍ରିର ଆରୋପ ଲାଗିଥିଲା ।
sds
Conclusion: