ETV Bharat / bharat

ଅଢେଇ ଏକର ଯାଏଁ ବ୍ୟାପିଛି ଗୋଟିଏ ବରଗଛ, ଏଇଠି ସମାଧି ନେଇଥିଲେ ହରିବଂଶ ବାବା - AKSHAY VAT TWO ACRE LAND

ଗୋଟିଏ ଗଛ ଏକର ଏକର ଯାଏଁ ଲମ୍ବିଥିବା କେବେ ଦେଖିଛନ୍ତି କି ? ଅଢେଇ ଏକର ଯାଏଁ ବ୍ୟାପିଛି ବରଗଛ ।

ଅଢେଇ ଏକର ଯାଏଁ ବ୍ୟାପିଛି ଗୋଟିଏ ବରଗଛ
ଅଢେଇ ଏକର ଯାଏଁ ବ୍ୟାପିଛି ଗୋଟିଏ ବରଗଛ (ETV Bharat)
author img

By ETV Bharat Odisha Team

Published : Feb 17, 2025, 1:24 PM IST

ଲକ୍ଷ୍ନୌ: ବିଶାଳକାୟ ଗଛ ତଥା ସର୍ବପୁରାତନ ବୃକ୍ଷ ବିଷୟରେ ଅଧିକାଂଶ ଲୋକେ ଅଳ୍ପେ ବହୁତେ ଅବଗତ ଥିବେ । କିନ୍ତୁ ଗୋଟିଏ ଗଛ ଏକର ଏକର ଯାଏଁ ଲମ୍ବିଥିବା କେବେ ଦେଖିଛନ୍ତି କି ? ଅଢେଇ ଏକର ଯାଏଁ ବ୍ୟାପିଛି ବରଗଛ । ଯାହା ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଯୁଆଡେ ଚାହିଁଲେ ସିଆଡେ ଲମ୍ବିଛି ବରଗଛ। ଏହି ଗଛ ଅଦ୍ଭୁଦ ଦେଖାଯିବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ବିଶାଳ ଗଛକୁ ନେଇ ଲୋକଙ୍କ ମନରେ ଧାର୍ମିକ ଆସ୍ଥା ସୃଷ୍ଟି ହୋଇଥାଏ । ସୁନ୍ଦର ଓ ସ୍ବଚ୍ଛ ବାତାବରଣ ଯୋଗୁଁ ଲୋକେ ଏଠାକୁ ବୁଲିବାକୁ ଆସିଥାନ୍ତି । ଧାର୍ମିକ ମାନ୍ୟତା କାରଣରୁ ବଡ ସଂଖ୍ୟାରେ ପର୍ଯ୍ୟଟକ ଏଠାରେ ଥିବା ହରିବଂଶ ବାବାଙ୍କ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥାନ୍ତି । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରୁ ମାତ୍ର 20 କିଲୋମିଟର ଦୂରରେ ରହିଛି ଏହି ବିଶାଳକାୟ ବୃକ୍ଷ । ଲକ୍ଷ୍ନୌର ବିକେଟିରେ ମା ଚନ୍ଦ୍ରିକା ଦେବୀ ମନ୍ଦିରରୁ 2 କିଲୋମିଟର ଦୂରରେ ମାଝୀ ଗାଁଓ ରହିଛି । ସେଠାରେ ହି ବ୍ୟାପିଛି ବିଶାଳ ବଟବୃକ୍ଷ । ବିଶାଳ ବୃକ୍ଷ ହରିବଂଶ ବାବା ଅକ୍ଷୟ ବଟ ଆଶ୍ରମ ନାଁରେ ଜଣାଶୁଣା । ମହାକୁମ୍ବରେ ବୁଡ ପକାଇବାକୁ ଯାଉଥିବା ଶ୍ରଦ୍ଧାଳୁ ବିଶାଳ ବଟବୃକ୍ଷର ମାହାତ୍ମ୍ୟ ଜାଣିବା ପାଇଁ ମାଝି ଗାଁରେ ପହଞ୍ଚୁଛନ୍ତି ।

ଅଢେଇ ଏକର ଯାଏଁ ବ୍ୟାପିଛି ଗୋଟିଏ ବରଗଛ (ETV Bharat)
  • କଣ କୁହେ ଇତିହାସ ?

ଇଟିଭି ଭାରତ ଟିମ ଏତେ ବଡ ବରଗଛର ଇତିହାସ ଜାଣିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚିଥିଲା । ସେତେବେଳେ ବିଶାଳ ବଟ ବୃକ୍ଷକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଟିମ୍‌ । ପ୍ରଥମେ ଦେଖୁଦେଖୁ ଏହା ଏକ ଜଙ୍ଗଲ ଲାଗିଥିଲା । କିନ୍ତୁ ପୂଜାରୀ ଓ ପର୍ଯ୍ୟଟକଙ୍କୁ ପଚାରିବା ପରେ ଏହା ଜଙ୍ଗଲ ନୁହେଁ ବରଂ ଗୋଟିଏ ଗଛ ବୋଲି ଜଣାପଡିଥିଲା । ମନ୍ଦିରର ମୁଖ୍ୟ ପୂଜାରୀ କହିଛନ୍ତି ଯେ ଏହି ଗଛ ଅଢେଇ ଏକର ପର୍ଯ୍ୟନ୍ତ ବ୍ୟାପିଛି ।

ଅଢେଇ ଏକର ଯାଏଁ ବ୍ୟାପିଛି ଗୋଟିଏ ବରଗଛ
ଅଢେଇ ଏକର ଯାଏଁ ବ୍ୟାପିଛି ଗୋଟିଏ ବରଗଛ (ETV Bharat)

ଧାର୍ମିକ ମାନ୍ୟତା ବିଷୟରେ ପୂଜାରୀ କହିଛନ୍ତି ଯେ ‘‘ଏଠାକୁ ଜଣେ ତପସ୍ବୀ ନିଜ ବାଲ୍ୟବସ୍ଥାରେ ଆସିଥିଲେ । ତାଙ୍କ ନାଁ ହରିବଂଶ ବାବା ଥିଲା । ବାବା ମାତା ଚନ୍ଦ୍ରିକାଙ୍କ ଭକ୍ତ ଥିଲେ । ଏକଦା ବାବା ମାତାଙ୍କ ଦର୍ଶନ କରିବା ପାଇଁ ଦୁଇ ଦିନ ମନ୍ଦିର ଆସିନଥିଲେ । ଏହାପରେ ମନ୍ଦିରରୁ ମା ଖୋଦ ଚାଲିକରି ବୃକ୍ଷ ନିକଟକୁ ଆସି ବାବାଙ୍କୁ ଦର୍ଶନ ଦେଇଥିଲେ । ବୟସ୍କ ହେବା ପରେ ହରିବଂଶ ବାବା ଏଠାରେ ହିଁ ସମାଧି ନେଇଥିଲେ । ଯେଉଁଠାରେ ବାବା ସମାଧି ନେଲେ ସେଠାରେ ଏକ ବରଗଛ ବାହାରିଥିଲା । ସମୟ ଅନୁସାରେ ଏହା ବଢି ଚାଲିଥିଲା । ଲୋକଙ୍କ କହିବା କଥା ଯେ ଏହି ଗଛ 200 ବର୍ଷରୁ ଅଧିକ ପୁରୁଣା । ଆଉ କିଛି ଲୋକଙ୍କ କହିବା କଥା ଯେ ଏହା 500 ବର୍ଷ ପୁରୁଣା ଗଛ । ’’

  • ପ୍ରକୃତି କୋଳରେ ବରଗଛ

ଏହି ବରଗଛ ପ୍ରକୃତି କୋଳରେ ଥିବା କହିଲେ ଭୁଲ ହେବ ନାହିଁ । ଗୋଟିଏ ପଟେ ଗୋମତୀ ନଦୀ ବହୁଥିବାବେଳେ ଅନ୍ୟପଟେ କିଲୋମିଟର ପର୍ଯ୍ୟନ୍ତ ଆମ୍ବ ବଗିଚା ରହିଛି । ନଦୀ ଓ ଆଖପାଖରେ ବଡ ବଗିଚା ଥିବା କାରଣରୁ ଏଠାକାର ବାତାବରଣ ବହୁତ ଭଲ ରହିଥାଏ । ଲୋକେ ଏଠାକୁ ପ୍ରକୃତିକୁ ଅତି ପାଖରୁ ଉପଭୋଗ କରିବା ସହ ଶାନ୍ତି ନେବାକୁ ଆସିଥାନ୍ତି ।

  • ବରଗଛ ପାଇଁ ଜମି ଛାଡିଦେଲେ

ଏଠାକାର ବାସିନ୍ଦାଙ୍କ ଅକ୍ଷୟ ବଟକୁ ନେଇ ଧାର୍ମିକ ଭାବନା ରହିଛି । ଅକ୍ଷୟ ବଟ ଯେଉଁ ଗାଁରେ ରହିଛି ସେଠାକାର ଲୋକଙ୍କ ଗଛକୁ ନେଇ ଧାର୍ମିକ ଭାବନା ରହିଛି । ଏହି ଗଛ ବଢି ଆଖପାଖ ଅଞ୍ଚଳବାସୀଙ୍କ ଜମିରେ ଯେତେବେଳେ ପହଞ୍ଚିଥାଏ ସେତେବେଳେ ଲୋକେ ଗଛ କାଟନ୍ତି ନାହିଁ ବରଂ ନିଜ ଜି ଛାଡି ଦେଇଥାନ୍ତି । ଏହା ଲୋକଙ୍କ ବିଶ୍ବାସର ପରିଣାମ ଅଟେ । ଯେଉଁଥିପାଇଁ ଗଛଟି ବର୍ତ୍ତମାନ ସୁଦ୍ଧା ପାଖାପାଖି ଅଢେଇ ଏକର ଜମିରେ ବ୍ୟାପିଛି ।

ଏହା ମଧ୍ୟ ପଢନ୍ତୁ ଆଜିଠୁ ଫାସ୍‌ଟ୍ୟାଗ୍‌ ନୂଆ ନିୟମ; ବିଳମ୍ବ କଲେ ଭରିବେ ଦୁଇଗୁଣା ଫାଇନ୍‌

ଏହା ମଧ୍ୟ ପଢନ୍ତୁ ରେଳଷ୍ଟେସନରେ କାହିଁକି ହେଲା ଦଳାଚକଟା, ଏଥି ପାଇଁ ଦାୟୀ କିଏ ?

  • ପରିକ୍ରମା କରନ୍ତି ପର୍ଯ୍ୟଟକ

ଅକ୍ଷୟ ବଟ ପ୍ରତି ଲୋକଙ୍କ ବିଶ୍ବାସ ଏତେ ବଢିଯାଇଛି ଯେ ଏଠାକୁ ଆସୁଥିବା ପର୍ଯ୍ୟଟକ ମନ୍ଦିରରେ ବାବାଙ୍କ ଦର୍ଶନ ପରେ ଅକ୍ଷୟ ବଟର ପରିକ୍ରମା କରିଥାନ୍ତି । ଗଛ ମଧ୍ୟରେ ଯେଉଁ ସବୁଠାରୁ ପୁରୁଣା ଭାଗ ରହିଛି ସେଠାରେ ସିମେଣ୍ଟ ଟାଇଲରେ ଏକ ପରିକ୍ରମା ମାର୍ଗ ପ୍ରସ୍ତୁତ କରାଯାଇଛି । ଶ୍ରଦ୍ଧାଳୁ ମାନେ ମନ୍ଦିର ଓ ଗଛର ପାଞ୍ଚଥର ପରିକ୍ରମା କରିବା ପରେ ମାନସିକ ରଖିଥାନ୍ତି । ଲୋକଙ୍କ ବିଶ୍ବାସ ରହିଛି ଯେ ପାଞ୍ଚ ଥର ପରିକ୍ରମା ପରେ ସେମାନଙ୍କ ମାନସିକ ପୂରଣ ହୋଇଥାଏ । ମନ୍ଦିରରେ ପୂଜାରୀ ଓ ଅନ୍ୟ ଭକ୍ତଙ୍କ ଦ୍ବାରା କୀର୍ତ୍ତନ କରାଯାଇଥାଏ । ଏଠାରେ ପ୍ରତିଦିନ କୀର୍ତ୍ତନ ଭଜନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଆଖପାଖ ଲୋକ ଓ ମନ୍ଦିରକୁ ଆସୁଥିବା ଭକ୍ତ ଏଥିରେ ସାମିଲ ହୋଇଥାନ୍ତି ।

  • କଣ କୁହନ୍ତି ବୈଜ୍ଞାନିକ ?

ଗଛର ବିଶାଳତାକୁ ନେଇ ଜଣେ ସାଇଣ୍ଟିଷ୍ଟ ଅନିଲ କୁମାର ସିଂ କହିଛନ୍ତି ‘‘ଏହି ଗଛ ନିଜ ମଧ୍ୟରେ ଅଦ୍ଭୁଦ । ପ୍ରକୃତି ନିଜ ହିସାବରେ କାମ କରିଥାଏ । ଯେତେବେଳେ ଅନୁକୂଳ ବାତାବରଣ ମିଳିଥାଏ ଗଛ ନିଜ ଅନୁସାରେ ବିକାଶ କରିଥାଏ । ଏହି ବୃକ୍ଷ ଯେଉଁ ପ୍ରଜାତିର ହେଉ ନା କାହିଁକି ଯଦି ଏହା ଅନୁକୂଳ ବାତାବରଣ ପାଇଥାଏ ଏହାର ବିକାଶରେ କୌଣସି ବାଧାବିଘ୍ନ ଉପୁଜେ ନାହିଁ ତେବେ ଏହା ନିଜକୁ ବିକଶିତ କରିଥାଏ । ଏହି ଗଛ ବହୁତ ପୁରୁଣା । ଯାହାଦ୍ବାରା ସେ ନିଜ ଆକାରକୁ ବ୍ୟାପକ କରିଥାଏ । ଏଭଳି ଆହୁରି ବଟବୃକ୍ଷ ଅଛନ୍ତି ଯିଏକି ନିଜ ଆକାର ବିଶାଳ କରିପାରିଛନ୍ତି । ବୃକ୍ଷର ପ୍ରଜାତି ଅନୁସାରେ ସେ ପ୍ରକୃତି ବିସ୍ତାର କରିଥାଏ ’’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.