thumbnail

କାହିଁକି ଦୁର୍ବଳ ହୋଇଗଲା ବାତ୍ୟା 'ଦାନା'? କହିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା 'ଦାନା' । ବାତ୍ଯା ସ୍ଥଳଭାଗ ଅତିକ୍ରମ କଲାବେଳେ ଅପେକ୍ଷାକୃତ ଭାବେ ଦୁର୍ବଳ ହୋଇଯାଇଥିଲା । ଫଳରେ ଏହାର ପ୍ରଭାବ କମ୍ ହୋଇଥିବା କୁହାଯାଉଛି । ତେବେ ବାତ୍ୟା ଦୁର୍ବଳ ହେବା ପଛର କାରଣ କ'ଣ? ସେନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବା ଅନୁସାରେ, ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା ଯେ, ମଧ୍ୟ ରାତ୍ରିରୁ ସକାଳ ୮.୩୦ ପର୍ଯ୍ୟନ୍ତ ବାତ୍ୟା ଲ୍ୟାଣ୍ଡଫଲ କରିବ । ବାତ୍ୟା 'ଦାନା'ର ଉଭୟ ପାର୍ଶ୍ବରେ ଦୁଇଟି ଗୁରୁଚାପ ବଳୟ ଥିଲା । ସେହି ଦୁଇ ଗୁରୁଚାପ ବଳୟ ମଧ୍ୟରେ ରହିଥିଲା ବାତ୍ୟା । ପ୍ରଭାବରେ ବାତ୍ୟା ବେସି ବେଗରେ ଗତି କରିପାରିନଥିଲା । ଫଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଶୁଷ୍କ ବାୟୁ ଚଳାଚଳ ପାଇଁ ବାତ୍ୟାର ପ୍ରଭାବ କମିଥିଲା । ଯଦି ଆଦ୍ର ବାୟୁ ଥାଆନ୍ତା ତେବେ ବାତ୍ୟା ଆହୁରି ଭୀଷଣ ରୂପ ଧାରଣ କରିଥାନ୍ତା । 

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଲା ବାତ୍ୟା ‘ଦାନା’; 24 ଘଣ୍ଟା ବର୍ଷିବ, ଘଣ୍ଟା ପ୍ରତି 7କିମି ବେଗରେ ଉତ୍ତର ଓଡ଼ିଶାର ପଶ୍ଚିମ ଦିଗକୁ ଗତି କରୁଛି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.