ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମିରେ ଭି.କେ ପାଣ୍ଡିଆନ - Tribute to Madhusudan Das
🎬 Watch Now: Feature Video
Published : Apr 28, 2024, 9:47 PM IST
TRIBUTE TO MADHUSUDAN DAS: କଟକ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସାଲେପୁର ସତ୍ୟଭାମାପୁରରେ ପହଁଚିଲେ ଭି.କେ ପାଣ୍ଡିଆନ । ଆଜି କୁଳବୃଦ୍ଧ ମଧୁ ବାବୁଙ୍କ 176 ତମ ଜୟନ୍ତୀ ଅବସରରେ ପାଣ୍ଡିଆନ ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଜନ୍ମଭୂମି ଏନ୍ତୁଡ଼ିଶାଳ ପରିଦର୍ଶନ କରିଥିଲେ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ଉପସ୍ଥିତ ରହିଥିଲେ । ପାଣ୍ଡିଆନ ସତ୍ୟଭାମାପୁରରେ ପହଞ୍ଚିବା ପରେ ଶତାଧିକ ବିଜେଡି କର୍ମୀଙ୍କ ସହ ମଧୁସ୍ମିତି କମିଟି ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।
ଏହାପୂର୍ବରୁ ଆଜି ରାହୁଲ ଗାନ୍ଧୀ ମଧୁସୂଦନ ଦାସଙ୍କ ଜନ୍ମଭୂମି ବୁଲି ଦେଖିଥିଲେ । ସାଲେପୁରରେ ଆୟୋଜିତ ବିଶାଳ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ କରିଥିଲେ ଟାର୍ଗେଟ । ତେବେ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ମଧୁସୂଦନ ଦାସଙ୍କ ଜନ୍ମଭୂମିରେ ପହଞ୍ଚିଲା ପରେ ଆରମ୍ଭ ହୋଇ ଯାଇଥିଲା ଶାସକକୁ ବିରୋଧୀ ଦଳର ଟାର୍ଗେଟ ।
ଇଟିଭି ଭାରତ, କଟକ