ମଧ୍ୟରାତିରେ ଶୁଭିଲା ଢୋ ଢା; ବିଶ୍ୱକପ୍ ବିଜୟ ପରେ ଖୁସିରେ ଝୁମିଲେ ଦେଶବାସୀ - India won World Cup

By ETV Bharat Odisha Team

Published : Jun 30, 2024, 11:42 AM IST

thumbnail
INDIA WON WORLD CUP (ETV BHARAT ODISHA)

ହାଇଦ୍ରାବାଦ: 2024 ଜୁନ 29 ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି । ଅସମ୍ଭବକୁ ସମ୍ଭବ କଲା ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାଠାରୁ  ଟି20 ବିଶ୍ବକପ ଛଡାଇ ଆଣିଲା ରୋହିତ ବାହିନୀ । ଟିମ ଇଣ୍ଡିଆର ବିଜୟ ଖୁସିରେ ଆତ୍ମ ବିଭୋର କୋଟି କୋଟି ଭାରତୀୟ । ଦେଶରୁ ବିଦେଶ... ଦିଲ୍ଲୀରୁ ପଲ୍ଲୀ ସବୁଠି ସେଲିବ୍ରେସନର ମାହୋଲ । ଦିନିକିଆ ବିଶ୍ବକପ ହାତେଇବାର ଅଧୁରା ସ୍ବପ୍ନ ଟି20ରେ ପୂରଣ କରିଛି ରୋହିତ ବାହିନୀ । ବିଜୟ ଖୁସିରେ ରାତି ଅଧରେ ଦୀପାବଳି ମନାଇଛନ୍ତି ଦେଶବାସୀ । ଦେଶର କୋଣ ଅନୁକୋଣରେ ରାତି ଅଧରେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଥିଲେ କ୍ରୀଡାପ୍ରେମୀ ।  ଦୀର୍ଘ 17 ବର୍ଷ ପରେ ବିଶ୍ବକପ ଭାରତକୁ ଆସିଛି । ଟି20 ବିଶ୍ବକପରେ ଇତିହାସ ରଚିଛି ଟିମ ଇଣ୍ଡିଆ, ଅପରାଜୟ ଧାରା ବଜାୟ ରଖି ଚମ୍ପିଆନ ହେଲା । ଏ ବିଜୟ ସାହସ, ଧୌର୍ଯ୍ୟ ଓ ଆତ୍ମ ବିଶ୍ବାସର । ଏଥିପାଇଁ ରୋହିତଙ୍କଠାରୁ ଆରମ୍ଭ କରି କୋହଲି... ବୁମରା.. ପାଣ୍ଡ୍ୟାଙ୍କ ଯେତେ ପ୍ରଶଂସା କଲେ ମଧ୍ୟ ଶବ୍ଦକୋଷରୁ ଶବ୍ଦ ଅଭାବ ପଡିବ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.