ସୁବର୍ଣ୍ଣପୁରରେ ଦେବ ନିମନ୍ତ୍ରଣ ପର୍ବ ସମ୍ପନ୍ନ - SITAL SASTHI RITUALS PERFORMED - SITAL SASTHI RITUALS PERFORMED
🎬 Watch Now: Feature Video
Published : Jun 8, 2024, 10:19 PM IST
ସୁବର୍ଣ୍ଣପୁର: ସୋନପୁର ଗଡଜାତରେ ଐତିହାସିକ ଶୀତଳଷଷ୍ଠୀ ପର୍ବ । ଜିଲ୍ଲା କୋଷାଗାରରୁ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ପ୍ରତିମା ଦେବୀ ମା' ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ବାହାରିଛନ୍ତି । ବାବା ଚନ୍ଦ୍ରଶେଖର ବରପିତାଙ୍କ ବାସଭବନରେ ଅବସ୍ଥାନ କରିଥିବାବେଳେ ଆଜି ବରପକ୍ଷରୁ ବୈଦିକ ରୀତିନୀତିରେ ଦେବ ନିମନ୍ତ୍ରଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ବାବା ଚନ୍ଦ୍ରଶେଖର ଆଡମ୍ବର ସହକାରେ ବରଯାତ୍ରୀ ସହ ଦେବୀ ମା' ପାର୍ବତୀଙ୍କ ବାସଭବନକୁ ଯାଇଥାନ୍ତି । ଏଥିପାଇଁ ସହରର ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସମେତ ଅନ୍ୟାନ୍ୟ ଦେବଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି ।
ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣନାଗ ପ୍ରତୀମା ସହିତ ସୁନା ରୂପାରେ ଆଭୂଷିତ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଛି । ସାରା ସୋନପୁର ଗଡଜାତ ଉତ୍ସବ ମୁଖର ହୋଇ ଉଠିଛି । ବରପକ୍ଷରୁ ବରଯାତ୍ରୀ ପାଇଁ କନ୍ୟାଙ୍କ ବାସଭବନକୁ ଖବର ଦିଆଯାଇଛି । ସେପଟେ ବରଯାତ୍ରୀଙ୍କ ସ୍ବାଗତ ପାଇଁ କନ୍ୟାମାତା ପାର୍ବତୀଙ୍କ ବାସଭବନରେ ବ୍ୟାପକ ଆୟୋଜନ କରାଯାଇଛି । ଦେବ ନିମନ୍ତ୍ରଣ ପରେ ଦେବ ବନ୍ଦାପନା ,ବରଯାତ୍ରୀଙ୍କୁ ସ୍ବାଗତ, ଦେବୀଙ୍କ ପାଣି ଗ୍ରହଣ ପର୍ବ ,ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ପର୍ବ , ନଗର ପରିକ୍ରମା ଓ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ ପର୍ବ ଆଦି କରାଯାଇଥାଏ ।
ଇଟିଭି ଭାରତ, ସୁବର୍ଣ୍ଣପୁର