ଗ୍ୟାସ ଚୁଲା ତଳେ ଶୋଇଛନ୍ତି ୩ଟି ନାଗ ସାପ - Rescue of Cobra with Baby Cobra - RESCUE OF COBRA WITH BABY COBRA
🎬 Watch Now: Feature Video
Published : Aug 14, 2024, 12:45 PM IST
|Updated : Aug 14, 2024, 1:19 PM IST
ଜୟପୁର: ବର୍ଷା ଋତୁରେ ସହରରେ ଲଗାତାର ସାପ ବାହାରିବା ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ବର୍ତ୍ତମାନ ରାଜସ୍ଥାନର କୋଟା ସହରରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଗୋଟିଏ ଘରୁ ୩ଟି ବିଷଧର ନାଗ ସାପ ଉଦ୍ଧାର କରାଯାଇଛି । ଏଥିମଧ୍ୟରେ ଦୁଇଟି କୋବ୍ରା ଶିଶୁ ଅନ୍ତର୍ଭୁକ୍ତ । ଏହି ସାପ କୋଟାର ଅମଲି ରୋଜଡି ଗାଁରେ ଦେଖିବାକୁ ମିଳିଛି । ପ୍ରଥମେ ଘରେ ୩ ଫୁଟର ଲମ୍ବା ନାଗ ସାପ ଦେଖିବାକୁ ମିଳିଥିଲା । ଏହି ନାଗ ସାପ କୋଠରୀରେ ରହିଥିଲା । ଏହା ଦେଖିବାର କିଛି ମିନିଟ୍ ମଧ୍ୟରେ ରୋଷେଇ ଘରେ ଥିବା ବାସନ ମଧ୍ୟରେ ଦୁଇଟି ଛୋଟ ନାଗ ସାପ ନଜର ଆସିଥିଲା । ସେମାନେ ବାସନକୁସନରେ ଖେଳୁଥିଲେ ଏବଂ ଦୁଇଟି ସାପ ପ୍ରାୟ ଏକ ଫୁଟ ଉଚ୍ଚର ହେବ ବୋଲି ଜଣାପଡିଛି । ଏହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ସାପ ଧରାଳୀକୁ ଖବର ଦେବା ପରେ ସାପ ଧରାଳୀ ଗୋବିନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚି ଏହି ତିନି ସାପକୁ ଧରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: ରୋଷେଇ ଘରେ 12 ଫୁଟର କୋବ୍ରା, ଗ୍ୟାସ ସିଲିଣ୍ଡର ପଛରେ ଲୁଚିଥିଲା
ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ