କଲବଲ କଲେଣି ନାଲି ପିମ୍ପୁଡି, ଅସ୍ତବ୍ୟସ୍ତ ଲୋକେ - RED ANT TERROR
🎬 Watch Now: Feature Video
Published : Nov 20, 2024, 5:42 PM IST
ନିମାପଡ଼ା: ଗାଁରେ ନାଲି ପିମ୍ପୁଡି ଆତଙ୍କ ଅସ୍ତବ୍ୟସ୍ତ ଲୋକେ । କାମ ଦେଉନି କୀଟନାଶକ । ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପୁରୀ ଜିିଲ୍ଲା ନିମାପଡ଼ା ଉଛୁପୁର ବଳଙ୍ଗା ଥାନା ସାହାଡାପଡା ଗ୍ରାମରେ । ପିମ୍ପୁଡିଙ୍କ ପାଦ୍ରୁଭାବ ଯୋଗୁଁ ଚିନ୍ତାରେ ସାହାଡାପଡାବାସୀ । ନା ଭଲରେ ଗୁଣ୍ଡେ ଖାଇପାରୁଛନ୍ତି ,ନା ଶାନ୍ତିରେ ଶୋଇପାରୁଛନ୍ତି ଲୋକେ । ଖାଲି ମଣିଷ ନୁହଁନ୍ତି ପିମ୍ପୁଡିଙ୍କ ପାଇଁ ଗୃହ ପାଳିତ ପଶୁମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେତେ ଯାହା କଲେ ମଧ୍ୟ ଏହାର କୌଣସି ପ୍ରତିକାର ହେଇପାରୁନାହିଁ । ସେପଟେ ପିମ୍ପୁଡି ପାଇଁ ପାଦରେ ଜରି ବାନ୍ଧି ଯିବା ଆସିବା କରୁଛନ୍ତି ଗ୍ରାମବାସୀ । ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ଗତ ୪ ମାସ ହେଲା ଗ୍ରାମରେ ନାଲି ପିମ୍ପୁଡି ପ୍ରଥମେ ଦେଖୁବାକୁ ମିଳିଥିଲା । ତେବେ ଏହି ପିମ୍ପୁଡି ଗୁଡିକ କାମୁଡି ନଥିଲେ ମଧ୍ୟ ଗୋଡ ହାତରେ ଚଢିଯାଉଛନ୍ତି । ଚଢିବା ସମୟରେ କେହି ଯଦି ତାକୁ ହାତରେ ଘଷି ଦିଏ ତେବେ ପିମ୍ପୁଡି ଦେହରୁ ବାହାରୁଥିବା ବିଷାକ୍ତ ପଦାର୍ଥ ଯୋଗୁଁ ହାତ ଗୋଡରେ ଘା' ହେଉଥିବା ଅଭିଯୋଗ କରିଛନ୍ତି ଲୋକେ । ପିମ୍ପୁଡିରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ପ୍ରଶାସନର ସହାୟତା ଲୋଡିଛନ୍ତି ।
ଇଟିଭି ଭାରତ, ନିମାପଡ଼ା