thumbnail

By ETV Bharat Odisha Team

Published : Feb 21, 2024, 10:54 PM IST

ETV Bharat / Videos

ପ୍ରଦୀପ ପାଣିଗ୍ରାହୀ ବିଜେପି ଯିବା ଦଳ ଉପରେ ପ୍ରଭାବ ପଡିବ ନାହିଁ: ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

Bjd leader on MLA Pradeep Panigrahi Joins BJP: ବ୍ରହ୍ମପୁର: ଗତ କିଛି ମାସ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହୁଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଛେଦ ପକାଇ ବିଜେପିରେ ଆଜି ସାମିଲ ହୋଇଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶ୍ରଣ ପରେ  ଗଞ୍ଜାମ ବିଜେପିର ବରିଷ୍ଠ ନେତା ବିଭୂତି ଭୂଷଣ ଜେନା କହିଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀ କୌଣସି ନେତୃତ୍ବ ପାଇଲେନି । ମୁଖ୍ୟମନ୍ତ୍ରୀ ଗୋପାଳପୁରର ଦାୟିତ୍ବ ନେଲେ ହେଲେ ଗୋଟିଏ ପରେ ଗୋଟିଏ ଦଳୀୟ ନେତାଙ୍କୁ ପଠାଇଲେ ହେଲେ ସେମାନେ ଗ୍ରହଣୀୟ ହେଲେ ନାହିଁ। ବିଜେପିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମିଶ୍ରଣ ଦ୍ବାରା ଜିଲ୍ଲା ବିଜେପି ଆହୁରି ଶକ୍ତିଶାଳୀ ହେବ । ଦଳକୁ ଲାଭ ମିଳବ । ଅନ୍ୟପଟେ ପ୍ରଦୀପଙ୍କ ବିଜେପିରେ ମିଶ୍ରଣ ପରେ ଦଳ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.