ଜାରି ରହିଛି ମତଦାନ, ଉତ୍ସାହିତ ବୌଦ୍ଧବାସୀ - Voting in Boudh - VOTING IN BOUDH
🎬 Watch Now: Feature Video
Published : May 20, 2024, 1:07 PM IST
ବୌଦ୍ଧ: ସକାଳ 7ଟାରୁ ବୌଦ୍ଧରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଜାରି ରହିଛି ମତଦାନ । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆନନ୍ଦ ଉଲ୍ଲାସର ସହିତ ଜାରି ରହିଛି ଭୋଟିଂ । କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି । ସକାଳୁ ସକାଳୁ ଆସି ମତଦାତାମାନେ ଲମ୍ବା ଲାଇନରେ ଛିଡା ହୋଇ ନିଜ ମତ ସାବ୍ୟସ୍ତ କରୁଛନ୍ତି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୪୧୩ ଗୋଟି ମତଦାନ କେନ୍ଦ୍ରରେ ସୋମବାର ସକାଳୁ ପ୍ରଥମେ ମକପୋଲ ଅନୁଷ୍ଠିତ ହୋଇଥିଲା । ଏହାପରେ ମତଦାନ କରାଯାଇଛି । ଯେଉଁଠି ସମସ୍ତ ନିର୍ବାଚନ କର୍ମଚାରୀ ମହିଳା ରହିଛନ୍ତି । ତେବେ ଯୁବ ଭୋଟରମାନେ ଅଧିକ ରହିଥିବା ଦେଖାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ସମ୍ବେଦନଶୀଳ ବୁଥ ତଥା ମାଓପ୍ରବଣ ଅଞ୍ଚଳରେ ଥିବା ପୋଲିଂ ବୁଥକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରରେ ଭୋଟରମାନେ ଅତ୍ୟନ୍ତ ଉତ୍ସାହର ସହିତ ମତଦାନରେ ସାମିଲ ହୋଇଥିବା ବେଳେ ଜିଲ୍ଲାର କେତେକ ପୋଲିଂ ବୁଥରେ ଭିଭିପାଟରେ ସମସ୍ୟା ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: ରାତି ପାହିଲେ ନିର୍ବାଚନ, ବୌଦ୍ଧରେ ଚାଲିଛି ଫ୍ଲାଗ ମାର୍ଚ୍ଚ - Odisha Assembly Election 2024
ଇଟିଭି ଭାରତ, ବୌଦ୍ଧ