ଖୋର୍ଦ୍ଧାରେ ଏଥର ସ୍ୱାଧୀନ ସରକାର: ସ୍ୱାଧୀନ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ - Odisha Assembly election 2024 - ODISHA ASSEMBLY ELECTION 2024
🎬 Watch Now: Feature Video


Published : May 13, 2024, 8:19 AM IST
Kalu Khandayataray campaign: ଖୋର୍ଦ୍ଧା: ଜମୁଛି ପ୍ରଚାର । ଖୋର୍ଦ୍ଧାରେ ଏଥର ଜନମତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଯିବ ବୋଲି କହିଛନ୍ତି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ପ୍ରତିଦ୍ବନ୍ଦିତା କରୁଥିବା କାଳୁ ଚରଣ ଖଣ୍ଡାୟତରାୟ । ଶେଷ ସ୍ୱାଧୀନ ଦୁର୍ଗ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଖୋର୍ଦ୍ଧା ମାଟି ଯେଭଳି ଦିନେ ବ୍ରିଟିଶ ସେନାକୁ ହଟାଇଥିଲା ସେହିଭଳି ଏଥର ଦୁଇ ଦଳର ପ୍ରାର୍ଥୀଙ୍କୁ ହଟାଇ ସ୍ୱାଧୀନ ସରକାର ଆଣିବେ ବୋଲି କହିଛନ୍ତି କାଳୁ ।
ସେ ଆଉ ମଧ୍ୟ କହିଛନ୍ତି, "ଖୋର୍ଦ୍ଧାରେ ଥିବା ଦୀର୍ଘଦିନର ସମସ୍ୟାକୁ ଉଭୟ ଦଳ କେନ୍ଦ୍ର ଏବଂ ରାଜ୍ୟରେ ଥାଇ ମଧ୍ୟ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି । ଖଣି ଖାଦାନ ଓ ଶିଳ୍ପ ସମୃଦ୍ଧ ଖୋର୍ଦ୍ଧା ହୋଇଥିଲେ ମଧ୍ୟ ଏଠାରେ ଯୁବକଙ୍କୁ ନିଯୁକ୍ତି ମିଳୁନି । ଖୋର୍ଦ୍ଧା ସହରରେ ଥିବା କ୍ୟାବିନ ବ୍ୟବସାୟୀଙ୍କୁ ଥଇଥାନ କରାନଯିବା ଦୁଖର ବିଷୟ । ଖୋର୍ଦ୍ଧାରେ ଥିବା ଚାଷ ଜମିକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଳସେଚିତ କରାଯାଇ ନାହିଁ ।"
ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଜନସାଧାରଣ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଭରଷା କରି ବହୁମତ ଦେଲେ ଏହି ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି କହିଛନ୍ତି କାଳୁ । ସେହିଭଳି ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ କଡା ସମାଲୋଚନା କରିବା ସହ ଖୋର୍ଦ୍ଧା ମାଟି ବିଗତ ଦିନରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିପୁଳ ଜନ ସମର୍ଥନ ଦେଇଥିବା ବେଳେ ଏଠାରେ ମଧ୍ୟ ସେହିଭଳି ସମର୍ଥନ ମିଳିବ ଏବଂ ଖୋର୍ଦ୍ଧାରୁ ପୁଣିଥରେ ସ୍ୱାଧୀନ ଶାସନ ଆରମ୍ଭ ହେବ ବୋଲି କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ।
ଇଟିଭି ଭାରତ, ଖୋର୍ଦ୍ଧା