ଧାଡିରେ ଛିଡା ହୋଇ ଭୋଟ ଦେଲେ ସ୍ନେହାଙ୍ଗିନୀ ଛୁରିଆ - SNEHANGINI CHHURIA CAST VOTE
🎬 Watch Now: Feature Video
Snehangini Chhuria Casts Her Vote: ବରଗଡ଼: ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହୋଇଛି । ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଢେର ଉତ୍ସାହ । ଏଠାରେ ଏପର୍ଯ୍ୟନ୍ତ ସର୍ବାଧିକ ମତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ପ୍ରବଳ ଖରା ଗରମ ସତ୍ତ୍ବେ ବୁଥକୁ ଆସି ମତଦାନ କରିଛନ୍ତି ଭୋଟର । ଅତାବିରା ଆସନରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନିଜ ଗ୍ରାମ ଦେକୁଲବା ଠାରେ ମତଦାନ କରିଛନ୍ତି । ଲମ୍ବା ଲାଇନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ନିଜର ମତଦାନ କରିଥିଲେ ସ୍ନେହାଙ୍ଗିନୀ ଛୁରିଆ ।
ଏହା ବି ପଢନ୍ତୁ...ଭୋଟ ଦେଲେ ସଂଗୀତା ସିଂହଦେଓ ଓ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ - Voting In Balangir
ସୂଚନା ଅନୁସାରେ, ଅତାବିରା ବିଧାନସଭା ଆସନରେ ସମୁଦାୟ 5 ଜଣ ପ୍ରାର୍ଥୀ ଥିବାବେଳେ ମୁଖ୍ୟତଃ ବିଜେପି ଓ ବିଜେଡି ଦଳ ମଧ୍ୟରେ ଦ୍ଵିପାକ୍ଷିକ ମୁକାବିଲା ହେଉଛି । ବିଜେଡିରୁ ସ୍ନେହଙ୍ଗିଣୀ ଛୁରିଆ , ବିଜେପିରୁ ନିହାର ରଞ୍ଜନ ମହାନନ୍ଦ ଓ କଂଗ୍ରେସରୁ ଅଭିଶେକ ସେଠ ପ୍ରାର୍ଥୀ ହୋଇଛନ୍ତି । ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ 261ଟି ବୁଥର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ମଧ୍ୟରୁ 13 ଟି ସଖୀ ବୁଥ କରାଯାଇଛି । 261 ଟି ବୁଥରେ 1ହଜାର 734 ଜଣ ପୋଲିଂ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ 25 ଜଣ ସେକ୍ଟର ଅଫିସର ନିଯୁକ୍ତ ରହିଛନ୍ତି । 5 ଟା ସୁଦ୍ଧା ଅତାବିରା ନିର୍ବାଚନ ମଣ୍ଡଳୀରେ 66.14 % ମତଦାନ ହୋଇସାଇଥିବା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ବରଗଡ଼