ସରିଲା ଗଣତନ୍ତ୍ରର ମହାପର୍ବ, ଜିତିବା ପରେ କଣ କହିଲେ ବିଜୟୀ ନେତା - LOK SABHA ELECTION RESULTS 2024 - LOK SABHA ELECTION RESULTS 2024
🎬 Watch Now: Feature Video


Published : Jun 5, 2024, 8:32 PM IST
ଭୁବନେଶ୍ବର: ଶେଷ ହୋଇଛି ନିର୍ବାଚନ । ରାଜ୍ୟରେ ବିଜେପି ଏକାକୀ ଜନମତ ହାସଲ କରିଛି । ଓଡ଼ିଶାରେ ଦୀର୍ଘ ଅଢେଇ ଦଶନ୍ଧିର ସରକାରର ପତନ । ଧ୍ବଂସ ହେଲା ବିଜେଡିର ଅଭେଦ୍ୟ ଗଡ଼ । ସବୁ କଳ୍ପନାଜଳ୍ପନା ଓ ଆକଳନକୁ ପଛରେ ପକାଇ ଅପ୍ରତ୍ୟାଶିତ ଭାବେ ଓଡ଼ିଶାରେ ବଡ଼ ବିଜୟ ରେକର୍ଡ କରିଛି ବିଜେପି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳକୁ ବୃହତ୍ ପରାଜୟର ସାମ୍ନା କରିବାକୁ ପଡିଛି । ଏହାରି ସହିତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବାର ସ୍ବପ୍ନ ଅଧୁରା ରହିଛି ନବୀନଙ୍କର । ବିଧାନସଭାରୁ ୧୪୭ ଆସନରୁ ୭୮ ଏବଂ ୨୧ ଲୋକସଭା ଆସନରୁ ୨୦ ଆସନ ଜିତି ବିଜେପି ବିଜୟ ହାସଲ କରିଛି । ତେବେ ଆସନ୍ତୁ ଦେଖିବା ବିଜୟୀ ପ୍ରାର୍ଥୀମାନେ କ'ଣ କହୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର