ଶେଷ ପର୍ଯ୍ୟାୟ ମତଦାନ; ବୁଥ ପରଖିଲେ ବୈଜୟନ୍ତ ପଣ୍ଡା - Baijayant Panda visits booth

By ETV Bharat Odisha Team

Published : Jun 1, 2024, 8:30 PM IST

thumbnail
BAIJAYANT PANDA VISITS BOOTH (ETV Bharat Odisha)

କେନ୍ଦ୍ରାପଡା: ସରିଛି ଅନ୍ତିମ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏଗୁଡ଼ିକର ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଆଜି ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ଏହି ସମୟରେ ଭୋଟରଙ୍କ ସହ ବିଭିନ୍ନ ଦଳର ପ୍ରାର୍ଥୀ ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଥମେ ବଳଦେବଜୀଉଙ୍କ ଦର୍ଶନ କରିବା ପରେ ବିଭିନ୍ନ ବୁଥରେ ପହଞ୍ଚି ମତଦାନ କିପରି ହେଉଛି ବୁଲି ଦେଖିଥିଲେ । 

ସୂଚନା ଥାଉକି, ଆଜି ଦେଶରେ ଅନ୍ତିମ ପର୍ଯ୍ୟାୟ ଅର୍ଥାତ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ମତଦାନ ସରିଥିବା ବେଳେ ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ ।  

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡାରେ ମତଦାନ ଜାରି; ଭୋଟ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା - Ganeswar Behera Cast His Vote

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.