କାର୍ତ୍ତିକ ମାସ ଶେଷ ଶନିବାର, କୋଣାର୍କ ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ - NAVAGRAHA WORSHIP IN KONARK
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 9, 2024, 9:53 PM IST
ନିମାପଡ଼ା: ଆଜି କାର୍ତ୍ତିକ ମାସ ଶେଷ ଶନିବାର ।ଏହି ଅବସରରେ କୋଣାର୍କ ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । କାର୍ତ୍ତିକ ମାସ ପ୍ରତ୍ୟେକ ଶନିବାର ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିରର ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିବା ସହ ଭିନ୍ନକ୍ଷମ ଛୁଆଙ୍କୁ ବାଲିରେ ପୋତିଲେ ସେମାନେ ଆରୋଗ୍ୟ ହୁଅନ୍ତି ବୋଲି ବିଶ୍ବାସ ରହିଛି । ତେଣୁ ଆଜି ଶ୍ରଦ୍ଧାଳୁମାନେ ନିଜ ନିଜ ଭିନ୍ନକ୍ଷମ ଛୁଆଙ୍କୁ ନବଗ୍ରହ ମନ୍ଦିର ସମ୍ମୁଖ ବାଲିରେ ପୋତିଥିବା ଦେଖିବାକୁ ମିଳିଥିଲା । ସେପଟେ ନବଗ୍ରହ ଶାନ୍ତ କରିବା ପାଇଁ ଲୋକମାନେ ହୋମଯଜ୍ଞ ମଧ୍ୟ କରିଛନ୍ତି ।ଏନେଇ ମନ୍ଦିର ପୂଜକ କହିଛନ୍ତି,"ଏଠାରେ ଭିନ୍ନକ୍ଷମ ପିଲାଙ୍କୁ ୪ଟି ଶନିବାର ବାଲିରେ ପୋତିଲେ ସେମାନେ ଆରୋଗ୍ୟ ହୁଅନ୍ତି ଏବଂ ଯେଉଁମାନଙ୍କ ମାନସିକ ପୂରଣ ହୁଏ, ସେମାନେ ଏଠାରେ ହୋମଯଜ୍ଞ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ....ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା
ସେପଟେ କାର୍ତ୍ତିକ ମାସ ପଞ୍ଚୁକ ପାଇଁ ପୁରୀରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୨ ତାରିଖ (ମଙ୍ଗଳବାର)ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବା ପଞ୍ଚୁକ ନୀତି । ଏହି ଅବସରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହେବ । ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ।
ଇଟିଭି ଭାରତ, ନିମାପଡ଼ା