କଳାହାଣ୍ଡିରେ ପାଳିତ ହେଲା ବିଶ୍ବ ଯୋଗ ଦିବସ, ସାମିଲ ହେଲେ ସାଂସଦ - yoga day celebration in kalahandi - YOGA DAY CELEBRATION IN KALAHANDI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 21, 2024, 5:03 PM IST

YOGA DAY CELEBRATION IN KALAHANDI: ଭବାନୀପାଟଣା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ବରେ ସୁସ୍ଥ ତଥା ନିରାମୟ ଜୀବନ ପାଇଁ ଯୋଗର ଆବଶ୍ୟକତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଯୋଗ ଦିବସ ପାଳନ ହୋଇଛି । ବିଶେଷ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଯୋଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ କର୍ମଚାରୀ ମାନେ ଯୋଗ ଦେଇଥିଲେ । ତେବେ ଯୋଗ ଦ୍ବାରା ଶାରୀରିକ ଓ ମାନସିକ ସୁସ୍ଥତା ଆସୁଥିବାବେଳେ ଚଳିତ ବର୍ଷ ଏହି ଅନ୍ତର୍ଜାତୀୟ ଯୋଗ ଦିବସ ୧୦ ବର୍ଷରେ ପହଞ୍ଚିଛି । ସେହିପରି ସହରର ବଳିକ ଉଚ୍ଚ ବିଦ୍ୟାଳୟ, ଚିନ୍ମୟ ମିଶନ, ରାମଦେବ ଯୋଗକେନ୍ଦ୍ର ଠାରେ ମଧ୍ୟ ଏହା ଆୟଜିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ.....ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ - Yoga Day Celebration In Dhenkanal


ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.