ଶରତ ପଟ୍ଟନାୟକଙ୍କୁ କାଳିମାଡ ଘଟଣା, ବିଜେପି ଉପରେ ବର୍ଷିଲା କଂଗ୍ରେସ - SAMBALPUR CONGRESS ON INK ATTACK - SAMBALPUR CONGRESS ON INK ATTACK

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 23, 2024, 1:40 PM IST

ସମ୍ବଲପୁର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ ଘଟଣାକୁ ତୀବ୍ର ନିନ୍ଦା କଲା ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି । ଏହି ଘଟଣା ବିଜେପିର ହାତ ଥିବା ସନ୍ଦେହ କରି ସାମ୍ବାଦିକ ସମ୍ମିଳନୀ ବର୍ଷିଥିଲେ ଜିଲ୍ଲା କଂଗ୍ରେସ ସଭାପତି ଜୟଶଙ୍କର ମିଶ୍ର । ସେ କହିଛନ୍ତି, ''ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବସି ନିଟ ପରୀକ୍ଷା ପ୍ରସଙ୍ଗ ନେଇ ଆଗକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ହେବାକୁ ଥିବା ପ୍ରତିବାଦ ନେଇ ଯୋଜନା ପ୍ରସ୍ତୁତ କରୁଥିଲେ । ଏହି ସମୟରେ କିଛି ଲୋକ କଂଗ୍ରେସ ଅଫିସକୁ ପଶି ତାଙ୍କ ଉପରେ କାଳିମାଡ଼ କରିବା ସହ ତାଙ୍କୁ ଧମକ ଚମକ ଦେଇଥିଲେ । କଂଗ୍ରେସ କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିବାରୁ ସମସ୍ତେ ଏହା କଂଗ୍ରେସ କର୍ମୀଙ୍କ କାର୍ଯ୍ୟ ବୋଲି ଭାବୁଛନ୍ତି । କିନ୍ତୁ ଏହା ପଛରେ ବିଜେପିର ହାତ ଥାଇ ପାରେ । ଏହି କାଣ୍ଡ ପଛରେ ଯିଏ କେହିବି ଥାଉ ନା କାହିଁକି ତାଙ୍କ ବିରୁଦ୍ଧରେ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଦାବି କରୁଛୁ ।'' ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଟ୍‌ ପରୀକ୍ଷା ପ୍ରସ୍ତୁତି ପାଇଁ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ସରକାର ଦେଶର ଭବିଷ୍ୟତ ଏହି ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଖେଳ ଖେଳୁଛନ୍ତି । ତେବେ ଆଗାମୀ ଦିନରେ କଂଗ୍ରେସ ଉଭୟ ବିଧାନସଭାରେ ଓ ପାର୍ଲାମେଣ୍ଟ ଭିତରେ ରାଜନୈତିକ ଲଢେଇ ଲଢ଼ିବା ସହ ବାହାରେ ଆନ୍ଦୋଳନ କରି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବ ବୋଲି କହିଛନ୍ତି ଜୟଶଙ୍କର ମିଶ୍ର । 

ଏହା ମଧ୍ୟ ପଢନ୍ତୁ-ପିସିସି ସଭାପତିଙ୍କୁ କାଳିମାଡ଼; କଂଗ୍ରେସ ଭବନରେ ପଶି କାଳି ଫିଙ୍ଗିଲେ ଦୁର୍ବୃତ୍ତ, ଆଇନର ଆଶ୍ରୟ ନେଲେ ଶରତ
 

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.