ଗାନ୍ଧୀମାର୍ଗରେ ଲେଡି IPSଙ୍କ ଜଲୱା, ଅମ୍ରିତପାଲ କୌରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ଦେଖନ୍ତୁ - IPS Amritpal Kaur Interview - IPS AMRITPAL KAUR INTERVIEW
🎬 Watch Now: Feature Video


Published : Aug 15, 2024, 5:49 PM IST
ଭୁବନେଶ୍ବର: ଦେଶବ୍ୟାପୀ ପାଳନ ହେଉଛି ୭୮ ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଛି । ଏହି ଅବସରରେ ରାଜ୍ୟସ୍ତରୀୟ ପରେଡରେ ବଲାଙ୍ଗୀର ଏଏସପି ଅମ୍ରିତପାଲ କୌର ପରେଡର ନେତୃତ୍ୱ ନେଇଥିଲେ।
ଅମ୍ରିତପାଲ କୌର କିଏ ?
ଅମ୍ରିତପାଲ କୌର ହେଉଛନ୍ତି ୨୦୨-୨୨ ବ୍ୟାଚର ଓଡି଼ଶା କ୍ୟାଡର ଆଇପିଏସ ଅଧିକାରୀ । ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ପରେଡ଼ କମାଣ୍ଡିଙ୍ଗ ଅଫିସର ଭାବେ ଭାଗ ନେଇଥିବା ଟ୍ରୁପର ନେତୃତ୍ୱ ନେଇଛନ୍ତି ଅମ୍ରିତପାଲ । ତାଙ୍କ କମାଣ୍ଡକୁ ନେଇ ଟ୍ରୁପମାନେ ସେମାନଙ୍କର ଚିତାକର୍ଷକ ପରେଡ଼ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । "ପ୍ରଥମ ଥର ପାଇଁ ଏଭଳି ଦାୟିତ୍ବ ନେଇ ଗର୍ବିତ" ବୋଲି କହିଛନ୍ତି ଅମ୍ରିତପାଲ ।
'ମାସକର ଅଭ୍ୟାସରେ ସମ୍ଭବ ହୋଇଛି'
ଅମ୍ରିତପାଲ କୌର କହିଛନ୍ତି, "ବରିଷ୍ଠ ଅଧିକାରୀମାନେ ଏଥିପାଇଁ ପ୍ରେରଣା ଦେଇଥିଲେ । ୧ ମାସର ଅଭ୍ୟାସ ପାଇଁ ଏସବୁ କରିପାରିଛି । ଶେଷରେ ଜଣେ ମହିଳା କମାଣ୍ଡିଙ୍ଗ ଅଫିସର ଭାବେ ରାଜ୍ୟସ୍ତରୀୟ ପରେଡ଼କୁ ନେତୃତ୍ୱ ନେବାର ସୌଭାଗ୍ୟ ପାଇଛି । ଦକ୍ଷତା ଆମକୁ ନେତୃତ୍ୱ ପାଇଁ ପରିପକ୍ଵତ ଦେଇଥାଏ । ମହିଳା କି ପୁରୁଷକୁ ନେଇ ସମାନତାର ବାର୍ତ୍ତା ଦେଉଥିବା ଆମ ଭାରତରେ ଏହା ସମ୍ଭବ ହୋଇଛି । ଆଉ ମୋ କମାଣ୍ଡିଙ୍ଗକୁ ଆପଣ ଦେଖୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର