ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟା, ଦର୍ଶକଙ୍କ ମନ ମୋହିଲା ପ୍ରଜ୍ଞା ଓ ଶିଳ୍ପାଙ୍କ ସଂଗୀତ - ଗୋପାଳପୁର ବେଳାଭୂମି ମହୋତ୍ସବ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 28, 2024, 9:51 PM IST
Gopalpur Beach Festival: ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସଂନ୍ଧ୍ୟା ରହିଥିଲା ବେଶ ଆକର୍ଷଣୀୟ । ତୃତୀୟ ସଂନ୍ଧ୍ୟାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ କଣ୍ଠଶିଳ୍ପୀ ପ୍ରଜ୍ଞା ଓ ଶିଳ୍ପାଙ୍କ ସଂଗୀତ ଯାଦୁରେ ଝୁମିଥିଲେ ଦର୍ଶକ । ସନ୍ଧ୍ୟାରେ ବ୍ରହ୍ମପୁରର ଆରାଧ୍ୟା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଗୁରୁ କେଳୁ ଚରଣ କଳାତୀର୍ଥ କଳାକେନ୍ଦ୍ର, ନଟରାଜ ଡ୍ୟାନ୍ସ ଗ୍ରୁପ, ନୃତ୍ୟଶ୍ରୀ ଏକାଡେମୀ, ଲିସିମ୍ ଡ୍ୟାନ୍ସ ଷ୍ଟୁଡିଓ, ମୀନା କଲଚୁରାଲ୍ ଆର୍ଟିଷ୍ଟ, ଓଡ଼ିଶୀ ନୃତ୍ୟାୟନ, ଟ୍ରିଙ୍କଲ୍ ଫେସନ୍ ଏକାଡେମୀ, ରକସ୍ଟାର୍ ଡ୍ୟାନ୍ସ ଏକାଡେମୀ ବ୍ରହ୍ମପୁର ସ୍କେଟିଂ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସେହିପରି କୋରାପୁଟର ଢେମସା, ପୁରୀର ସାହି ଯାତ୍ରାମେଢ଼ ନାଚ, ବଲାଙ୍ଗୀରର ଜୟ ମା' ଦୁର୍ଗା କଳା ପରିଷଦର ଘୁଡ଼ୁକି ନୃତ୍ୟ ଓ କଟକ ଚୌଦ୍ଵାର ସଂଗୀତ କଳା ସଂସଦ ପକ୍ଷରୁ ଘୋଡ଼ାନାଚ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଗୋପାଳପୁର ଠାରେ ଏପରି ଏକ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଆଜି ରାତିରେ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଯାପିତ ହେବାକୁ ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହରରୁ ବହୁ କଳାକାର ଏଥିରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ....ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସଚେତ-ପରମ୍ପରା ଯୋଡିଙ୍କ ସଂଗୀତରେ ଝୁମିଲେ ଦର୍ଶକ
ଇଟିଭି ଭାରତ, ବ୍ରହ୍ମପୁର