ପୂର୍ବ ଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଖୋ ଖୋ ପ୍ରତିଯୋଗିତା, ଅଂଶଗ୍ରହଣ କରିବେ ୮ ରାଜ୍ୟର ୬୬୦ ଖେଳାଳି - INTER UNIVERSITY KHO KHO TOURNAMENT
🎬 Watch Now: Feature Video
Published : Dec 2, 2024, 10:59 PM IST
ବାଲେଶ୍ବର: ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବ ଭାରତୀୟ ଅନ୍ତଃ-ବିଶ୍ବବିଦ୍ୟାଳୟ (ପୁରୁଷ) ଖୋ ଖୋ ଖେଳର ଆୟୋଜନ କରାଯାଇଛି । ଏହି ଖେଳରେ ୮ଟି ରାଜ୍ୟର ୪୪ଟି ବିଶ୍ବବିଦ୍ୟାଳୟର ୬୬୦ ଜଣ ଖେଳାଳି ସାମିଲ ହୋଇ ଖେଳ ପ୍ରଦର୍ଶନ କରିବେ । ସେମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଥିବା ବେଳେ ୪ଟି ଦଳ ଜାତୀୟ ସ୍ତରରେ ଖେଳିବା ପାଇଁ ମଉକା ପାଇବେ । ଜାତୀୟ ସ୍ତରର ୨୫ ଜଣ ରେଫେରି ଏହି ଖେଳକୁ ପରିଚାଳନା କରିବେ । ଏହି ପ୍ରତିଯୋଗିତା ଡିସେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ଫକୀର ମୋହନ ବିଶ୍ବବିଦ୍ୟାଳୟ । ଖେଳାଳିମାନଙ୍କ ପାଇଁ ଖାଇବା, ରହଣୀ ସହିତ ସେମାନଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ପୂର୍ବରୁ ୫ ବର୍ଷ ଧରି ଫକୀର ମୋହନ ବିଶ୍ବବିଦ୍ୟାଳୟ ଜାତୀୟ ସ୍ତର ପାଇଁ ମନୋନୀତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି କୁଳପତି ଆଶା ପ୍ରକାଶ କରିଛନ୍ତି ।
ଏନେଇ ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି, "ଗତ ୪ ବର୍ଷ ହେଲା ଫକୀର ମୋହନ ବିଶ୍ବବିଦ୍ୟାଳୟ ଏହି ଖେଳ ଆୟୋଜନ କରିାସୁଛି । ଚଳିତ ବର୍ଷ ମଧ୍ୟ ବିଶ୍ବବିଦ୍ୟାଳୟ ଖୋ ଖୋ ଖୋଳର ଆୟୋଜନ କରାଯାଇଛି । ଏଥର ପୂର୍ବ-ଭାରତରୁ ୪୪ଟି ଟିମ୍ ଆସିଛନ୍ତି । ଯେଉଁଥିରେ ୬୬୦ ଜଣ ଖେଳିବେ । ସେମାନଙ୍କ ସହ ୮୮ ଅଫିସିଆଲ ମଧ୍ୟ ଆସି ରହିବେ । ଏହାର ନାଁ ରଖାଯାଇଛି ଖୋ ଖୋ ମହାକୁମ୍ଭ । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । A B ପୁଲରେ ଯେଉଁ ୨୨ଟି ଟିମ ଅଛନ୍ତି ସେମାନଙ୍କୁ ପୁରୁଣା କ୍ୟାମ୍ପସରେ ରଖାଯାଇଛି । ସେମାନଙ୍କୁ ନେବା ଆଣିବା ପାଇଁ ବସର ବ୍ୟବସ୍ଥା କରାଯାଇଛି । ୨ଟି ପଡ଼ିଆରେ ରୀତିମତ ଖେଳ ହେବ ଏବଂ ଅନ୍ୟ ଏକ ପଡ଼ିଆରେ ଖେଳାଳିମାନେ ପ୍ରାକ୍ଟିସ କରି ପାରିବେ । କୌଣସି ଟିମକୁ ପ୍ରୋତ୍ସାହନ ଦେଉନୁ, ଯିଏ ଭଲ ଖେଳିବ ଅଗକୁ ବଢ଼ିବ । ଖୋ ଖୋ ଖୋଳରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ର ସ୍ଥାନ ଅଛି । ଗତ ୩ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଟିମ ଚତୁର୍ଥ ସ୍ଥାନରେ ରହୁଛି ଏବଂ ସର୍ବ ଭାରତୀୟ ସ୍ତରରେ ଖେଳିବାକୁ ମଧ୍ୟ ଯାଉଛି । ଏହାସହ ମହିଳା ଟିମ ୨ବର୍ଷ ହେଲା ଚମ୍ପିଅନ ହେଉଛି । ବିଶ୍ୱବିଦ୍ୟାଳୟର ଛାତ୍ର ଖୋ ଖୋ ଇଣ୍ଡିଆର ଖେଳରେ ନିୟମିତ ଭାବେ ଭାଗ ନେଉଛନ୍ତି, ଅକ୍ସନରେ ମଧ୍ୟ ଯାଉଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ମ୍ୟାଚ୍ ଫିକ୍ସଂରେ ବନ୍ଧା ହେଲେ ଏହି ବୋଲର, ସଚିନ-କୋହଲିଙ୍କୁ ଆଉଟ କରିଥିଲେ, କ୍ରିକେଟ ଜଗତ ସ୍ତବ୍ଧ ଏହା ମଧ୍ୟ ପଢ଼ନ୍ତୁ...ଲାଇଭ୍ କ୍ରିକେଟ ମ୍ୟାଚରେ ଚୌକା ମାରିବା ପରେ ବ୍ୟାଟରଙ୍କ ଗଲା ଜୀବନ, କ୍ରିକେଟ ଜଗତରେ ଶୋକ |
ଇଟିଭି ଭାରତ, ବାଲେଶ୍ବର