thumbnail

By ETV Bharat Odisha Team

Published : Jun 21, 2024, 3:56 PM IST

ETV Bharat / Videos

ବାଲୁକା କଳାରେ ନିରୋଗର ବାର୍ତ୍ତା, ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ - INTERNATIONAL YOGA DAY 2024

INTERNATIONAL YOGA DAY 2024: ନିମାପଡ଼ା: ବାଲୁକା କଳାରେ ଆନ୍ତଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ । ଆଜି ଜୁନ 21 ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ । ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ବାଲୁକା କଳା ମଧ୍ୟମରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରି ସମାଜକୁ ନିରୋଗର ବାର୍ତ୍ତା ଦେଇଥିଲେ । ବାଲୁକା କଳା ମାଧ୍ୟମରେ ଏକ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରି ୱେଲ୍ କମ୍ ଡେପୁଟି ସିଏମ ଲେଖିବା ସହ ବିଭିନ୍ନ ଯୋଗ ମୁଦ୍ରା ତିଆରି କରିଥିଲେ ।  

ବିଶେଷ କରି ଯୋଗ ହେଉଛି ନିରୋଗ ରହିବାର ଏକ ମାତ୍ର ମାଧ୍ୟମ । ଯୋଗ କଲେ ନିରୋଗ ରହିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲା । ଏହି ଅବସରରେ କୋଣାର୍କର ଭିତ୍ତିଭୂମି ବିକାଶ, ଚନ୍ଦ୍ରଭାଗା ବୋଟ୍ ହାଉସ, ବେଳାଭୂମିର ବିକାଶ ସହିତ ଏହି ପାଖରେରେ ଥିବା ମଠ ମନ୍ଦିରର ବିକାଶ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ .....ଅନ୍ତର୍ଜାତୀୟ ଯୋଗ ଦିବସ; ବିନ୍ଦୁ ସାଗରରେ ଜଳ ଯୋଗ - JALA JOGA IN BINDUSAGARA


ଇଟିଭି ଭାରତ, ନିମାପଡ଼ା  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.