ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ - congress meets Governor

By ETV Bharat Odisha Team

Published : Aug 29, 2024, 10:16 PM IST

thumbnail
CONGRESS MEETS GOVERNOR (ETV Bharat Odisha)

ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ । ST, SC ଏବଂ OBC ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ ବିଧାୟକ । ବିଧାନସଭା ଚାଲୁଥିବା ସମୟରେ କଂଗ୍ରେସର ସମସ୍ତ ବିଧାୟକ ରାଜ୍ୟପାଳଙ୍କୁ ଭେଟିଥିଲେ । STରେ 22 ପ୍ରତିଶତ ଓ SCରେ 16 ପ୍ରତିଶତ ହେବାକଥା ହେଲେ SCକୁ 8 ପ୍ରତିଶତ ଓ STକୁ 12 ପ୍ରତିଶତ ଭାବରେ ଆଡମିସନ ପାଇଁ ନିଆଯାଇଛି ଓ OBC କାଟାଗୋରୀକୁ ଶୂନ କରିଦିଆଯାଇଛି । ଏଥିପାଇଁ 94 ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଅନ୍ୟାୟ କରାଯାଉଛି ବୋଲି ଦଳ ଅଭିଯୋଗ ଆଣିଛି । ଏନେଇ ବିଧାନସଭାରେ ମଧ୍ୟ ଦଳ ମୁଲତବୀ ଆଣିଥିଲା  ।

ତେଣୁ ଆଜି ଏନେଇ ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ଦାବି କରିଛି ଦଳ । ରାଜ୍ୟ ସରକାର ଏହାକୁ ଦେଉନାହାନ୍ତି ଏଣୁ ରାଜ୍ୟପାଳଙ୍କୁ ଜଣାଇବା ପରେ ରାଜ୍ୟପାଳ ଏନେଇ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ତାରା ଆହୁରି ମଧ୍ୟ କହିଛନ୍ତି,"ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେଲେ କ'ଣ ହେବ ପ୍ରଥମେ ପାଠପଢ଼ାରେ ଦିଅ ସଂରକ୍ଷଣ । "

ଏହା ମଧ୍ୟ ପଢନ୍ତୁ ...VK Pandian: 'ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ଖର୍ଚ୍ଚ କରିଛି ବିଜେଡି' ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ - BJD SPENT 15 CRORE ON PANDIAN PHOTO  

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.