thumbnail

By ETV Bharat Odisha Team

Published : Jun 21, 2024, 4:20 PM IST

ETV Bharat / Videos

ରଥଯାତ୍ରା ୨୦୨୪: ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ, ନିହଣ ଶବ୍ଦରେ କମ୍ପୁଛି ବଡ଼ଦାଣ୍ଡ - Ratha Yatra 2024

Ratha Yatra 2024: ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ବୁଧବାର ତିନି ରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହେବା ସହ ତିନି ରଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡ଼ା ଯାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣୀ ପଡିଥିଲା । ତିନି ରଥର ମୋଟ ୩୨ ଗୋଟି ଗୟଳ ମଧ୍ୟରୁ ୧୬ ଗୋଟି ପୋଲ ଗୟଳ ତିନି ରଥରେ ମୋଡା ଶେଷ ହୋଇଛି । ବାକି ୧୬ ଗୋଟି ଛନ୍ଦା ଗୟଳ ମଧ୍ୟରୁ ତିନି ରଥ ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡାଜାଇ କଣ୍ଟା ବସିବା ପାଇଁ ଦଉଡିରେ ବାନ୍ଧେଣି ପଡ଼ିଥିଲା । ବାକି ୧୦ ଗୋଟି ଛନ୍ଦା ଗୟଳରୁ ତାଳଧ୍ଵଜ ରଥର ୪ଗୋଟି, ନନ୍ଦି ଘୋଷ ରଥର ୪ ଗୋଟି ଏବଂ ଦର୍ପ ଦଳନ ରଥର ୨ ଗୋଟି ଛନ୍ଦା ଗୟଳ ରଥ ଉଭୟ ପାର୍ଶ୍ଵରେ ମୋଡା ଶେଷ ହୋଇ ବାନ୍ଧେଣି ପଡ଼ି ଅଛି । ଏହା ଦୁଇପାର୍ଶ୍ଵ ନିରାଡିରେ ସଂଯୋଗ ହୋଇ ଗୟଳ ଏବଂ ନୀରାଡ଼ିରେ ଖୋଦେଇ କାପ ଶେଷ ହୋଇ କଣ୍ଟା ପଡିବା ବାକି ଅଛି ।

ଭୋଇ ସେବକ ମାନେ ତିନି ରଥର ନିର୍ମାଣ ଶେଷ ହୋଇଥିବା ଯୋକାଗୁଡ଼ିକୁ ନେଇ ତିନି ରଥରେ ଡେରିଛନ୍ତି । ତିନି ରଥରେ ଯୋକା ଗୁଡ଼ିକ ସଂଯୋଗ କରାଯିବ । ଏଥିସହ ତିନି ରଥର ୫ଟି ଲେଖାଏଁ ଜଗତ ପୃଷ୍ଠ ସେଣିରୁ ତିନି ରଥର ତିନିଟି ଲେଖାଏଁ ଜଗତପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଏହି ଜଗତପୃଷ୍ଠ ସେଣିି ତିନିରଥ ଶ୍ରୀବିଗ୍ରହ ମାନଙ୍କ ସିଂହାସନ ବେଦୀ ନିର୍ମାଣ ପାଇଁ ଲାଗିଥାଏ । ରୂପକାର ସେବକ ମାନେ ତିନି ରଥ ଦ୍ଵାର ବେଢ଼ାରେ ଲାଗିବା ପାଇଁ ନାଟ ଗୋଡରେ ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପୋଟଳ ପାଇଁ ଗୋଡି ଛାଲ କଣ୍ଟା ଏବଂ ଅଗ ଭୂଇଁ ପାଇଁ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ରଥଯାତ୍ରା 2024: ଚଳଚଞ୍ଚଳ ରଥଖଳା, ଫଟୋରେ ଦେଖନ୍ତୁ ଖବର - Ratha Khala

ଇଟିଭି ଭାରତ,ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.