ପାଟପଟୁଆର ସହ ଆସି ନାମାଙ୍କନ ଭରିଲେ ବିଧାୟକ ପ୍ରାର୍ଥୀ ମହେଶ - Mahesh Sahoo Files Nomination - MAHESH SAHOO FILES NOMINATION
🎬 Watch Now: Feature Video
Published : May 2, 2024, 8:30 PM IST
MAHESH SAHOO FILES NOMINATION: ଢେଙ୍କାନାଳ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଗତ 29 ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ହୋଇସାରିଛି । ସେହି କ୍ରମରେ ଢେଙ୍କାନାଳ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଆଜି ଚତୁର୍ଥ ଦିନରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁ ନାମାଙ୍କନ ଭରିଛନ୍ତି । ମହେଶ ତାଙ୍କର ହଜାର ହଜାର ସମର୍ଥକ ଓ ବିଜେଡିର ଲୋକସଭା ପ୍ରାର୍ଥୀ ଅବିନାଶ ସାମଲଙ୍କ ସହ ଆସି ନାମାଙ୍କନ ଭରିଛନ୍ତି ।
ଏକ ବିରାଟ ଶୋଭା ଯାତ୍ରାରେ ପାରମ୍ପାରିକ ଲଉଡ଼ି ନୃତ୍ୟ ସହ ହିନ୍ଦୋଳ କାନ୍ଦାରାଶୁଣିଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ଆସିଥିଲେ । ପରେ ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶିବାନନ୍ଦ ସ୍ଵାଇଁଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ, ନେତା ଓ ସମର୍ଥକ ଉପସ୍ଥିତ ଥିଲେ । ଏହି ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ସେ କହିଛନ୍ତି । କଂଗ୍ରେସ ମଧ୍ୟ କୃଷି ସମସ୍ୟା ଓ ବେକାରୀ ସମସ୍ୟା ନେଇ ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ଆଶା ରଖିଛି । ନାମାଙ୍କନ ପତ୍ର ଦାଖଲ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ମହେଶ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ହେଉଛି ବିଜେଡିର ଗଡ଼, ବହୁ ମାତ୍ରାରେ ଲୋକଙ୍କ ସମର୍ଥନ ରହିଛି, ତେଣୁ ଏଠାରେ ବିଜେଡି ନିଶ୍ଚିତ ଭାବରେ ବିପୁଳ ଭୋଟରେ ବିଜୟ ଲାଭ କରିବ ।
ଇଟିଭି ଭାରତ, ଢେଙ୍କାନାଳ