ଆଜି ରମଜାନ ମାସର ଶେଷ ଶୁକ୍ରବାର, ଜାମା ମସଜିଦରେ 'ଅଲବିଦା ନମାଜ' ପାଠ - Alvida Namaz - ALVIDA NAMAZ
🎬 Watch Now: Feature Video


Published : Apr 5, 2024, 8:35 PM IST
Alvida Namaz offered: ନୂଆଦିଲ୍ଲୀ: ଚାଲିଛି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ମାସ ରମଜାନ । ଆଜି ସାରା ବିଶ୍ବରେ ଶେଷ ଜୁମେ ଜୁମାତୁଲ ପାଳନ ହେଉଥିବା ବେଳେ ମସଜିଦରେ ପଠାଯାଉଛି ଅଲବିଦା ନମାଜ । ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଜାମା ମସଜିଦରେ ମଧ୍ୟ ଏଥିଲାଗି ଆଜି ମୁସଲିମ ଭାଇ ଭଉଣୀ ଏକାଠି ହୋଇଛନ୍ତି । ସମସ୍ତେ ମିଳିମିଶି କରିଛନ୍ତି ନମାଜ ପାଠ । ଇସଲାମରେ ଜୁମେ ଜୁମାତୁଲ ଅଲବିଦାକୁ ଛୋଟ ଇଦ୍ ଭାବେ ପାଳନ କରାଯାଏ । ଇଦର ଠିକ ତାରିଖ ଆରବରେ ଜହ୍ନ ଦେଖାଯିବା ଉପରେ ନିର୍ଭର କରେ । ରମଜାନ ମାସର ଶେଷ ଶୁକ୍ରବାର ଅର୍ଥାତ ଆଜି ମସଜିଦରେ ଅଲବିଦା ଜୁମେର ନମାଜ ପାଠ ହୋଇଛି । ଏଥିଲାଗି ମସଜିଦ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏହି ଅବସରରେ ମୁସଲିମ ଭାଇ ଭଉଣୀ ପରସ୍ପରକୁ ଅଲବିଦା ଜୁମାର ଶୁଭେଚ୍ଛା ଜଣାଇଥିଲେ ।