ଦର୍ଶନ କରନ୍ତୁ ଘଟଗାଁ ରାଣୀ ମା' ତାରିଣୀଙ୍କ ଦିବ୍ୟ ଆଳତୀ - Maa Tarini Alati - MAA TARINI ALATI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 5, 2024, 7:03 AM IST

 Maa Tarini Alati: କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ  । ଭକ୍ତର ମାଆ ତାରିଣୀ ମାଆ । ତାଙ୍କରି ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁ ପୀଠକୁ  । ପ୍ରତିଦିନ ଭୋରରୁ ମାଆ ତାରିଣୀଙ୍କ ଆଳତୀ କରାଯାଏ  । ଏହି ଆଳତୀ ଦର୍ଶନ ପାଇଁ ମନ୍ଦିରକୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ  । ସବୁଦିନ ଭଳି ଆଜି ମଧ୍ୟ ଭୋରରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ ସମ୍ପନ୍ନ କରିଛନ୍ତି  । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର  । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମାଆ  । ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପୀଠ  । ଏଠିକାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ  । ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶରେ ମାଆ ତାରିଣୀଙ୍କ ମନ୍ଦିର ଘଟଗାଁରେ ସ୍ଥାପନ କରାଯାଇଥିଲା । ମାଆଙ୍କ ପ୍ରିୟ ନଡିଆ  । ତାଙ୍କ ନଡିଆଟିଏ ଯାଚି ଦେଇ ମାନସିକ କଲେ ତାହା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି  ।

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.