ଦେବୀନଦୀରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୩ ଛାତ୍ର - 3 Minors Drowned In Devi River

By ETV Bharat Odisha Team

Published : Jun 18, 2024, 9:13 PM IST

thumbnail
3 Minors Drowned (ETV Bharat Odisha)

3 Minors Drowned: ନିମାପଡ଼ା: ନଦୀରେ ଗାଧୋଇବା ହେଲା କାଳ । ନଦୀରେ ବୁଡିଗଲେ ୩ ଛାତ୍ର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବାଲିଡିଆ ଗାଁ ନିକଟବର୍ତ୍ତୀ ଦେବୀ ନଦୀରେ ୩ ଜଣ ନାବାଳକ ଗାଧୋଇବା ବେଳେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ଦ୍ବାରା ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ଚାରିଛକ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ତର ତିନି ନାବାଳକଙ୍କୁ ମୃତ ଘୋଷଣା କରିଥିଲେ ।  

ଏହା ମଧ୍ୟ ପଢନ୍ତୁ...ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା 

ସୂଚନା ମୁତାବକ ନାବାଳକ ରୋହନ ବେହେରା, କାହ୍ନା ବେହେରା ଓ ଓମ୍ ବେହେରା ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ । ଘରଲୋକ ଦେବୀ ନଦୀରେ ଖୋଜା ଖୋଜି କରି ନ ପାଇବାରୁ ଅସ୍ତରଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଦ୍ବାରା ତିନି ନାବାଳକ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ପରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।  

ତିନି ନାବଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅସ୍ତରଙ୍ଗ ମେଡିକାଲ ଡାକ୍ତର ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିଲେ । ସେଠାରେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନାବାଳକ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.