ଓଡିଶା

odisha

ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ବୀଭତ୍ସ ହତ୍ୟା

By ETV Bharat Odisha Team

Published : Jul 29, 2024, 4:48 PM IST

Double Murder
Double Murder (ETV Bharat Odisha)

ସମ୍ବଲପୁର: ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ଏହି ଦମ୍ପତି ଘରେ ଶୋଇଥିବା ସମୟରେ ଘରେ ପଶି କେହି ଦୁବୃର୍ତ୍ତ ସେମାନଙ୍କୁ ହତ୍ୟା କରିଛି । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୁଷୁରାମାଲ ପଞ୍ଚାୟତର ପାଣ୍ଡିରିଶିଳା ଗାଁରେ । ମୃତକ ହେଲେ ଆବ୍ରାହାମ କୁଜୁର ଓ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର । ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ କେହି ଘର ଭିତରକୁ ପଶି ଅତି ନିର୍ମମ ଭାବରେ ହତ୍ୟା କରି ଫେରାର ମାରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଓ ତାଙ୍କ ଭିଣୋଇଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ଏହା ହତ୍ୟାକାଣ୍ଡ ପଛର କାରଣ ବୋଲି ସନ୍ଦେହ କରାଯାଉଛି । ଏନେଇ ରେଢ଼ାଖୋଲ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଥିବା କହିଛନ୍ତି ଏସଡିପିଓ ପ୍ରଶାନ୍ତ ମେହେର ।

ABOUT THE AUTHOR

...view details