ETV Bharat / state

୪୫ତମ 'ଶାରଳା ପୁରସ୍କାର' ପାଇବେ ସରୋଜିନୀ ସାହୁ - Sarala Puraskar 2024 - SARALA PURASKAR 2024

Sarala Puraskar 2024: ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର । 'ଅସ୍ଥିର ପାଦ' ଉପନ୍ୟାସ ପାଇଁ ଶାରଳା ପୁରସ୍କାର ପାଇବେ ସରୋଜିନୀ । ଇଟିଊଭ

ଶାରଳା ପୁରସ୍କାର
ଶାରଳା ପୁରସ୍କାର (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 8:26 PM IST

ଭୁବନେଶ୍ବର: ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ସମ୍ମାନଜନକ ୪୫ତମ 'ଶାରଳା ପୁରସ୍କାର' । ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ଚଳିତ ବର୍ଷ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯିବ । ୨୦୧୯ ମସିହାରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ 'ଅସ୍ଥିର ପାଦ' ପାଇଁ ସେ ଏହି ପୁରସ୍କାର ଲାଭ କରିବେ । ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ବିଶିଷ୍ଟ ଲେଖିକଙ୍କୁ ପୁରସ୍କାର ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।

ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ଥିଲା ଏସବୁ ପୁସ୍ତକ:

Sarala Puraskar For 2024
Sarala Puraskar For 2024 (ETV Bharat Odisha)

ସରୋଜିନୀ ସାହୁଙ୍କ 'ଅସ୍ଥିର ପାଦ' ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକଗୁଡ଼ିକ ଥିଲା ଅପର୍ଣ୍ଣା ମହାନ୍ତିଙ୍କ 'ଅଗ୍ନି କମଳିନୀ', ଆଶୁତୋଷ ପରିଡାଙ୍କ 'ଅପ୍ରସ୍ତୁତ ମୃତ୍ୟୁ', ଦାଶ ବେନହୁରଙ୍କ ‘ଅବଧାରିତ ଓ ଅନ୍ୟାନ୍ୟ ଗଳ୍ପ’, ବିଜୟ କୁମାର ଶତପଥୀଙ୍କ ‘କଂକଣଦାସୀ କଥା’, ବିୟତପ୍ରଜ୍ଞା ତ୍ରିପାଠୀଙ୍କ ‘ମାୟା’ ଏବଂ ପଦ୍ମଜ ପାଳଙ୍କ ‘ସୀତା ମୁଁ ସୀତା’ । ପ୍ରାଥମିକ ପୁସ୍ତକଚୟନ ମଣ୍ଡଳୀରେ ଡ. ବିରଞ୍ଚି କୁମାର ସାହୁ, ମଧୁସୂଦନ ଦାସ, ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ରତ୍ନମାଳା ସ୍ୱାଇଁ, ଡ. ଜ୍ଞାନୀ ଦେବାଶିଷ ମିଶ୍ର ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଡ. ଭଗବାନ ଜୟସିଂହ, ପ୍ରଫେସର କାଳୀଦାସ ମିଶ୍ର, ଡ. ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର, ସଂଯୁକ୍ତା ମହାନ୍ତି ଏବଂ ତାପସ କୁମାର ସାମନ୍ତରାୟ ।

ଏହା ମଧ୍ୟ ପଢ଼ନ୍ତୁ...ଉତ୍ତମ ରୋଗୀ ସେବା ପାଇଁ ସମ୍ମାନ, ଫୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ ହେଲେ ମାଲକାନଗିରି ସଂଯୁକ୍ତା - National Florence Nightingale Award

ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ଶିକ୍ଷକ ପୁରସ୍କାର: ରାଷ୍ଟ୍ରପତିଙ୍କଠୁ ପୁରସ୍କୃତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ - National Teachers Award 2024

ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ:

ସେହିପରି କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା 'ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ' ମଧ୍ୟ ୨୦୨୪ ମସିହା ପାଇଁ ଘୋଷିତ ହୋଇଛି । ବିଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ସୁଦର୍ଶନ ସାହୁ ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍‍ ସିଂଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଉଭୟଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ସଙ୍ଗୀତ ବିଭାଗରେ ସୁସ୍ମିତା ଦାସ, ରତିକାନ୍ତ ଶତପଥୀ, ଶରତ ନାୟକ ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁଉକୀଲ, ସତ୍ୟଭୂଷଣ ହୋତା ଓ ବୀରେନ୍ଦ୍ର ପାଣି ବିଚାରକ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...33ଜଣଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର, ଦେଖନ୍ତୁ କେଉଁ କ୍ଷେତ୍ରରେ କାହାକୁ ମିଳିଲା ସମ୍ମାନ ? - Rashtriya Vigyan Puraskar

କେବେଠାରୁ ଦିଆଯାଉଛି ଶାରଳା ପୁରସ୍କାର:

ଏଠାରେ ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ । ୧୯୮୦ ମସିହାରୁ ପ୍ରଦାନ କରାଯାଇଆସୁଥିବା ଶାରଳା ପୁରସ୍କାର ୪୫ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି । ପରବର୍ତ୍ତୀ ସମୟରେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇଛି । ଇମ୍ପାକ୍ଟର ଅନ୍ୟଏକ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି 'ଏକଲବ୍ୟ ପୁରସ୍କାର', ଯାହାକି ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ଉତ୍କର୍ଷ ପାଇଁ ପ୍ରଦାନ କରାଯାଇଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.