ETV Bharat / politics

ରଘୁବରଙ୍କୁ ନେଇ ଥମୁନି ରାଜନୀତି, BJD କହିଲା ରାଜ୍ୟପାଳ ନୁହେଁ BJP ଏଜେଣ୍ଟ ଥିଲେ - RAGHUBAR DAS CONTROVERSY

ପଦ୍ମ ଧରିବା ପରେ ପ୍ରଥମ ପ୍ରତିକ୍ରିୟା ଉଠାଇଲେ ଓଡ଼ିଶା ପ୍ରସଙ୍ଗ । ବିଜେଡି କହିଲା ଏଜେଣ୍ଟ ହୋଇଆସିଥିଲେ, ପଦ ମର୍ଯ୍ୟାଦା କ୍ଷୂର୍ଣ୍ଣ କଲେ । ନବୀନଙ୍କ କଥା କହି କାଉଣ୍ଟର କଲା ବିଜେପି ।

ରଘୁବରଙ୍କୁ ନେଇ ଥମୁନି ରାଜନୀତି, BJD କହିଲା ରାଜ୍ୟପାଳ ନୁହେଁ BJP ଏଜେଣ୍ଟ ଥିଲେ
ରଘୁବରଙ୍କୁ ନେଇ ଥମୁନି ରାଜନୀତି, BJD କହିଲା ରାଜ୍ୟପାଳ ନୁହେଁ BJP ଏଜେଣ୍ଟ ଥିଲେ (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 10:34 PM IST

ଭୁବନେଶ୍ବର: ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ, ରାଜ୍ୟ ଛାଡିଲେ । ତଥାପି ତାଙ୍କୁ ନେଇ ରାଜ୍ୟ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡୁନି । ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଚର୍ଚ୍ଚା ଓ ଆରୋପ-ପ୍ରତ୍ୟାରୋପ ବଢିବାରେ ଲାଗିଛି । ଗତକାଲି ବିଜେପିରେ ପୁଣି ଥରେ ସାମିଲ ହୋଇ ରଘୁବର ପ୍ରଥମ ପ୍ରତିକ୍ରିୟା ରଖିବା ପରେ ରାଜ୍ୟ ରାଜନୀତିରେ ଦେଖାଯାଇଛି ଉଷ୍ମତା । ବିରୋଧୀ ‘ବିଜେଡି’ କହିଛି, ରଘୁବର ରାଜ୍ୟପାଳ ନୁହନ୍ତି ବରଂ ବିଜେପି ଏଜେଣ୍ଟ ହୋଇଆସିଥିଲେ । ସେ ରାଜ୍ୟପାଳ ପଦବୀର ପଦ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଛନ୍ତି । ନବୀନଙ୍କ ପରି ଲୋକପ୍ରିୟ ବ୍ୟକ୍ତିତ୍ବଙ୍କୁ ପରାହତ କରିବା ପାଇଁ ସେ କାମ କରୁଥିଲେ, ଯାହା ଗତତାଲି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ।

ରଘୁବରଙ୍କୁ ନେଇ ଥମୁନି ରାଜନୀତି, BJD କହିଲା ରାଜ୍ୟପାଳ ନୁହେଁ BJP ଏଜେଣ୍ଟ ଥିଲେ (ETV Bharat Odisha)
  • ଲାଟ ସାହେବ ପରମ୍ପରାକୁ ଭାଙ୍ଗିଛି: ରଘୁବର

ଗତକାଲି ରାଞ୍ଚିରେ ରଘୁବର ଦଳୀୟ କାର୍ଯ୍ୟାଳୟରେ ପଦ୍ମ ଧରିବା ପରେ ପ୍ରତିକ୍ରିୟା ରଖିଥିଲେ । ଓଡ଼ିଶାରେ ସେ ରାଜ୍ୟପାଳ ଥିବା ଅନୁଭବକୁ ବ୍ୟକ୍ତ କରି କହିଥିଲେ,‘‘ ପବିତ୍ର ମାଟିର ସେବା କରିବା ଲାଗି ମହାପ୍ରଭୁ ଜଗନ୍ନାଥ ମୋତେ ସୁଯୋଗ ଦେଇଥିଲେ । ରାଜ୍ୟପାଳଙ୍କ ପଦ ଲାଟ ସାହେବଙ୍କ ପଦ ବୋଲି କୁହାଯାଏ । ଏହି କଥାକୁ ମୁଁ ଓଡ଼ିଶାରେ ଭାଙ୍ଗିଛି । ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି ବରଂ ସେ ହେଉଛନ୍ତି ଜନତାଙ୍କର । ମୁଁ ଓଡିଶାରେ 3 ମାସରେ 30 ଜିଲ୍ଲା ବୁଲିଲି । ଓଡିଶାବାସୀଙ୍କ ସ୍ଥିତି ଜାଣିବାକୁ ଚେଷ୍ଟା କଲି । କେନ୍ଦ୍ର ସରକାରଙ୍କ ଯୋଜନା ସେମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ଜାଣିବାକୁ ଚେଷ୍ଟା କଲି । ସମସ୍ୟା ରହୁଥିଲେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଉଥିଲି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରୁଥିଲି ।"

  • ବିଜେପି ଏଜେଣ୍ଟ ହୋଇ ଓଡ଼ିଶା ଆସିଥିଲେ: ବିଜେଡି

ତେବେ ଏହାକୁ ନେଇ ସିଧା ରାଜନୀତି ଓ ରାଜ୍ୟପାଳଙ୍କ ସାମ୍ବିଧାନିକ ପଦ ମର୍ଯ୍ୟାଦାର ପ୍ରଶ୍ନ ଉଠାଇଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି,"ଗତକାଲି ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବିଜେପିରେ ସାମିଲ ହୋଇଛନ୍ତି । ପୁନର୍ବାର ବିଜେପିରେ ସାମିଲ ହୋଇ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ । ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦ ପାଇଁ ଇଏ ଅବମର୍ଯ୍ୟାଦା । ସାମ୍ବିଧାନିକ ପଦରେ ରହୁଥିବା ଜଣେ ବ୍ୟକ୍ତି ଯଦି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରେ ତାହା ଭାରତୀୟ ଗଣତାନ୍ତ୍ର ପ୍ରତି ବିପଦ । ଯାହା ରଘୁବରଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି । ସେ ଓଡିଶାର ରାଜ୍ୟପାଳ ନଥିଲେ । ବିଜେପିର ଏଜେଣ୍ଟ ଭାବରେ ସେ ଓଡିଶାକୁ ଆସିଥିଲେ । ଓଡିଶାରେ ବିଜେପି କିପରି କ୍ଷମତାକୁ ଆସିବ ସେନେଇ କାମ କରୁଥିଲେ । ନବୀନ ପଟ୍ଟନାୟକଙ୍କ ଭଳିଆ ବ୍ୟକ୍ତିତ୍ୱଙ୍କୁ ହରାଇବାକୁ କୂଟ କରିଥିଲେ । ଯାହା କାଲି ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି । ନବୀନ ସାଧାରଣ ଲୋକଙ୍କ ସହିତ ଥିଲେ । ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକୁ କିପରି ବନ୍ଦ ହେବ ଶ୍ରେୟ କେନ୍ଦ୍ର ସରକାରକଙ୍କ ନିକଟକୁ ଯିବ ସେନେଇ ସେ କାର୍ଯ୍ୟ କରୁଥିଲେ ।"

ଏହା ମଧ୍ୟ ପଢନ୍ତୁ:-

ନବୀନ ଗଠନ କଲେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ: ବର୍ଷିଲେ ଦୀପାଳି, ବିଜେପି ଦେଲା ଜବାବ - KIRMIRA BLOCK NO CONFIDENCE MOTION

ରାଜନୀତିକୁ ଫେରିଲେ ରଘୁବର, ପୁଣି ଧରିଲେ ପଦ୍ମ - RAGHUBAR DAS REJOINS BJP

  • ନବୀନ ଯାଉନଥିଲେ, ରାଜ୍ୟପାଳ ଲୋକଙ୍କ ନିକଟକୁ ଯାଉଥିଲେ: ବିଜେପି

ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, "ରାଜ୍ୟପାଳ ରାଜ୍ୟର ମୁଖ୍ୟ । ତାଙ୍କର ଦାୟିତ୍ୱ ରହିଛି । ରାଜ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ଜିଲ୍ଲାପାଳ ରହିଛନ୍ତି । କିନ୍ତୁ ସେମାନେ ଲୋକଙ୍କ ପାଖକୁ ଯାଆନ୍ତି ନାହିଁ । ରଘୁବର ଦାସ ଲୋକଙ୍କ ପାଖକୁ ଯାଉଥିଲେ । ଲୋକଙ୍କ ସମସ୍ୟା ବୁଝୁଥିଲେ । ଘଟଣାସ୍ଥଳରେ ହିଁ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଉଥିଲେ । ଲୋକ ସହ ମିଶି ସେମାନଙ୍କ ସମସ୍ୟା, ଆବଶ୍ୟକତା, ଭାଷା ଓ ବ୍ୟବସ୍ଥା ବାବଦରେ ସେ ବୁଝୁଥିଲେ । ରାଜ୍ୟପାଳ ପଦ ଏକ ସାମ୍ବିଧାନିକ ପଦବୀ । କେବେ ବି ସେ ଏହାକୁ ଉଲ୍ଲଂଘନ କରିନାହାନ୍ତି । ବିଜେଡି ଅଭିଯୋଗ କରିବା ସ୍ୱାଭାବିକ କଥା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ରହିବା କଥା । ଏତେ ଦିନ ମୁଖ୍ୟମନ୍ତ୍ରୀ ଭାବେ ଲୋକେ ତାଙ୍କୁ ଦାୟିତ୍ୱ ଦେଲେ । କିନ୍ତୁ ସେ ଓଡ଼ିଆ ଭାଷା ଶିକ୍ଷି ପାରିଲେ ନାହିଁ । ଲୋକଙ୍କ ପାଖକୁ ଯାଇପାରିଲେ ନାହିଁ । ଯେତେବେଳେ ଜଣେ ରାଜ୍ୟପାଳ ଲୋକଙ୍କ ପାଖକୁ ଗଲେ, ସେତେବେଳେ ବିଜେଡି ମନରେ ଛନକା ପଶିଲା । ଲୋକେ ସରକାରରୁ ବାହାର କରିବା ପରେ ବିଜେଡିର ରାଜକୀୟ ଠାଣି ଯାଇନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.