ETV Bharat / sports

ଇଂଲଣ୍ଡ T20 ପାଇଁ ଭାରତୀୟ ଟିମ୍ ଘୋଷଣା, ସାମିଙ୍କ କମବ୍ୟାକ - TEAM INDIA T20 SQUAD

ଇଂଲଣ୍ଡ ବିପକ୍ଷ ଟି20 ମ୍ୟାଚ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି BCCI । ଫେରିଲେ ସାମି । ବାଦ ପଡ଼ିଲେ ରିଷଭ ପନ୍ତ ।

Team India Squad For England T20 Series
Team India Squad For England T20 Series (IANS PHOTO)
author img

By ETV Bharat Odisha Team

Published : Jan 11, 2025, 10:19 PM IST

ହାଇଦ୍ରାବାଦ: T-20 ପାଇଁ ଭାରତୀୟ ଦଳ ଘୋଷଣା । ଜାନୁଆରୀ 22ରୁ ଇଂଲଣ୍ଡ ବିପକ୍ଷ ଟି20 ମ୍ୟାଚ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି BCCI । ଅଭିଜ୍ଞ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି । ସେପଟେ ବାଦ ପଡ଼ିଛନ୍ତି ଋଷଭ ପନ୍ତ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଖେଳିବ ଭାରତୀୟ ଦଳ । 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ 22ରେ କୋଲକାତାରେ ଖେଳାଯିବ ।

ବାଦ ପଡିଲେ ରିଷଭ ପନ୍ତ:

Team India Squad For England T20 Series
Team India Squad For England T20 Series (BCCI MEDIA ADVISORY)

BCCIର ଯୁଗ୍ମ ସଚିବ ଦେବଜିତ ସାଇକିଆ ଆଜି (ଶନିବାର) ସନ୍ଧ୍ୟାରେ ଏକ ଗଣମାଧ୍ୟମ ବିବୃତ୍ତି ମାଧ୍ୟମରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା କରିଛନ୍ତି । ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ ପ୍ୟାନେଲ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ କରିଛନ୍ତି । ସେହିପରି ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର ଯାଦବ । ଚୟନ ପ୍ୟାନେଲ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ବାଦ୍ ଦେଇଛନ୍ତି । ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି ।

ଫେରିଲେ ସାମି:

ସେହପରି କେ. ଏଲ ରାହୁଲ ଓ ଜସପ୍ରୀତ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚରେ ବିଶ୍ରାମ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ ଅଲରାଉଣ୍ଡର ଭାବରେ ଥିବାବେଳେ ସ୍ପିନର ଦାୟିତ୍ୱ ଉପ-ଅଧିନାୟକ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ ଏବଂ ୱାସିଂଟନ୍ ସୁନ୍ଦରଙ୍କ କାନ୍ଧରେ ରହିବ । ସେପଟେ ଆହତ କାରଣରୁ ଭାରତୀୟ ଦଳରୁ ବିଶ୍ରାମ ନେଇଥିବା ଦ୍ରୁତ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି । ଦଳରେ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଓପନର୍ ଭାବରେ ମନୋନୀତ ହୋଇଛନ୍ତି ।

ଭାରତୀୟ ଦଳ:

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଶିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ସାମ୍ମି, ବରୁଣ ଚକ୍ରବର୍ତ୍ତି, ରବି ବିଷ୍ଣୋଇ, ୱାସିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ ।

ଏହା ମଧ୍ୟ ପଢ଼ନ୍ତୁ...ଟେଷ୍ଟ କ୍ରିକେଟରେ 'ଟାଇ', ୧୪୮ ବର୍ଷ ଇତିହାସରେ ୨ ଥର

ଏହା ମଧ୍ୟ ପଢ଼ନ୍ତୁ...୧୦ ବର୍ଷ ପରେ ବର୍ଡର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ, ପ୍ରଥମ ଥର WTC ଫାଇନାଲରୁ ଭାରତ ବାଦ୍‌

କେବେ କେଉଁଠି ଖେଳାଯିବ ମ୍ୟାଚ:

22 ଜାନୁଆରୀରେ ଟି-ଟ୍ବେଣ୍ଟର ପ୍ରଥମ ମ୍ୟାଚ କୋଲକାତାରେ ଖେଳାଯିବ

25 ଜାନୁଆରୀରେ ଦ୍ବିତୀୟ ମ୍ୟାଚ ଚେନ୍ନାଇରେ ଖେଳାଯିବ

28 ଜାନୁଆରୀ ତୃତୀୟ ମ୍ୟାଚ ରାଜକୋଟରେ କେଳାଯିବ

31 ଜାନୁଆରୀରେ ଚତୁର୍ଥ ମ୍ୟାଚ ପୁନେରେ ଖେଳାଯିବ

2 ଫେବୃଆରୀରେ 5ମ ମ୍ୟାଚ ମୁମ୍ବାଇରେ ଖେଳାଯିବ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.