ETV Bharat / opinion

ବାର୍ଦ୍ଧକ୍ୟ ଏବଂ ମଧୁମେହ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅଧିକ ବିପଜ୍ଜନକ କ୍ୟାନସର: IISର ଗବେଷଣାରେ ଖୁଲାସା - IISC RESEARCH ON CANCER

IIS ବେଙ୍ଗାଲୁରୁର ବୈଜ୍ଞାନିକମାନେ ବିକଶିତ କରିଛନ୍ତି କ୍ୟାନସର ସମ୍ପର୍କିତ ‘ଡୁଆଲ୍ ଅର୍ଗାନ-ଅନ-ଚିପ୍’ । ପଢନ୍ତୁ ବରିଷ୍ଠ ସାମ୍ବାଦିକ ଡଃ.ଅନୁଭା ଜୈନଙ୍କ ସ୍ତମ୍ଭ ।

ବାର୍ଦ୍ଧକ୍ୟ ଏବଂ ମଧୁମେହ ଯୋଗୁଁ ସାଙ୍ଘାତିକ ହୋଇପାରେ କ୍ୟାନସର: IIS ର ଗବେଷଣାରେ ଖୁଲାସା
ବାର୍ଦ୍ଧକ୍ୟ ଏବଂ ମଧୁମେହ ଯୋଗୁଁ ସାଙ୍ଘାତିକ ହୋଇପାରେ କ୍ୟାନସର: IIS ର ଗବେଷଣାରେ ଖୁଲାସା (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 9:15 PM IST

ହାଇଦ୍ରାବାଦ: ମଧୁମେହ ଓ ବାର୍ଦ୍ଧକ୍ୟ ପରି ସ୍ଥିତିରେ ଆକ୍ରାନ୍ତଙ୍କ ଶରୀରରେ ମେଟାବୋଲିକ ସମସ୍ୟା ଦେଖାଯାଏ । ଏପରି ସ୍ଥିତିରେ ଶେଷରେ କ୍ୟାନସରରେ ପରିଣତ ହେବା ପରି ଗମ୍ଭୀର ଆଶଙ୍କା ମଧ୍ୟ ରହିଛି । ମଧୁମେହ ଭଳି ଦୀର୍ଘସ୍ଥାୟୀ ରୋଗରେ ପୀଡିତ ବ୍ୟକ୍ତିବିଶେଷଙ୍କର ବୟସ ବଢିବା ସହ ଏହା ଅଧିକ ଗମ୍ଭୀର ସମସ୍ୟାର ରୂପ ଧାରଣ କରିପାରେ । ଯଦି ଏମିତି ସମ୍ବେଦନଶୀଳ ବୟସ ବା ସ୍ଥିତିରେ କର୍କଟ ପରି ବିପଜ୍ଜନକ ବ୍ୟାଧି ଚିହ୍ନଟ ହୁଏ, ତାହା ଅତ୍ୟନ୍ତ ମାରାତ୍ମକ ହୋଇପାରେ । ବେଙ୍ଗାଲୁରୁ ସ୍ଥିତ ‘ଭାରତୀୟ ବିଜ୍ଞାନ ସଂସ୍ଥାନ’ (IIS)ର ଗବେଷକମାନେ ଏକ ଗବେଷଣାରେ ଏପରି ତଥ୍ୟ ହାସଲ କରିଛନ୍ତି ।

  • ଗବେଷଣାର ଜର୍ଣ୍ଣାଲ ପ୍ରକାଶିତ କରିଛି ବୈଜ୍ଞାନିକଙ୍କ ଟିମ୍‌

ଏହି ନୂତନ ଅଧ୍ୟୟନ କରିଥିବା IISc ବୈଜ୍ଞାନିକଙ୍କ ଟିମ୍‌ ଦ୍ବାରା ଏକ କ୍ଷୁଦ୍ର ଜର୍ଣ୍ଣାଲ ମଧ୍ୟ ପ୍ରକାଶିତ ହୋଇଛି । ସଂସ୍ଥାନର ବିକାଶଶୀଳ ଜୀବବିଜ୍ଞାନ ଏବଂ ଜେନେଟିକ୍ସ ବିଭାଗର ପ୍ରଫେସର ରାମରୟ ଭଟ୍ଟ, ନାନୋ ସାଇନ୍ସ ଏବଂ ଇଞ୍ଜିନିୟରିଂ ସେଣ୍ଟର (CeNSE)ର ପ୍ରଫେସର ପ୍ରସନ୍ନଜିତ ସେନ ଏବଂ ସେମାନଙ୍କ ଛାତ୍ର ନୀଲେଶ କୁମାରଙ୍କ ଦ୍ବାରା ଏହି ଗବେଷଣା କରାଯାଇଥିଲା । ଏକ ବିଶେଷ ଭାବେ ବିକଶିତ କରାଯାଇଥିବା ଚିପ୍ ବ୍ୟବହାର କରି, ଏହି ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ମିଥାଇଲଗ୍ଲାଇଅକ୍ସାଲ (MG) ରକ୍ତବାହୀ ନଳୀରେ କର୍କଟ କୋଷ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ । ଏପରି ଆନ୍ତଃବିଭାଗୀୟ ଗବେଷଣା ଓ ସାମ୍ନାକୁ ଆସିଥିବା ସିଦ୍ଧନ୍ତ କର୍କଟ ରୋଗ ସମ୍ପର୍କିତ ଗବେଷଣା ପାଇଁ ଏକ ନୂଆ ଦିଗ ସୃଷ୍ଟି କରିଛି ।

ବାର୍ଦ୍ଧକ୍ୟ ଏବଂ ମଧୁମେହ ଯୋଗୁଁ ସାଙ୍ଘାତିକ ହୋଇପାରେ କ୍ୟାନସର: IIS ର ଗବେଷଣାରେ ଖୁଲାସା
ବାର୍ଦ୍ଧକ୍ୟ ଏବଂ ମଧୁମେହ ଯୋଗୁଁ ସାଙ୍ଘାତିକ ହୋଇପାରେ କ୍ୟାନସର: IIS ର ଗବେଷଣାରେ ଖୁଲାସା (ETV Bharat Odisha)
  • ୨୦୨୦ ରେ ଆରମ୍ଭ କରିଥିଲେ ଗବେଷଣା

ମଣିଷ ଫୁସଫୁସ ଉପରେ ଧୂମପାନର ପ୍ରଭାବ ଅଧ୍ୟୟନ କରିବା ପାଇଁ ଡିଜାଇନ କରାଯାଇଥିବା 'ଲଙ୍ଗ୍‌-ଅନ୍-ଚିପ୍' ମଡେଲ ଗୁଡ଼ିକୁ ବିଶ୍ଳେଷଣ କରିବା ପରେ ବୈଜ୍ଞାନିକଙ୍କ ଟିମ ଏହି ଚିପ୍‌ ପ୍ରସ୍ତୁତି କରିବା ଦିଗରେ ଗବେଷଣା ଆରମ୍ଭ କରିଥିଲେ । ୨୦୨୦ ମସିହାରେ ଏହି ଚିପ ନିର୍ମାଣର ପରିକଳ୍ପନା କରାଯାଇଥିଲା । ସେମାନଙ୍କର ଲକ୍ଷ୍ୟ ପୂରଣ କରିବାକୁ ସେମାନଙ୍କୁ ପ୍ରାୟ ୫ ବର୍ଷ ଲାଗିଛି । ଭାରତରେ ଏପରି ପ୍ରଯୁକ୍ତିବିଦ୍ୟା ସାଧାରଣତଃ ଉପଲବ୍ଧ ନଥିବାରୁ ଏହି ଅଧ୍ୟୟନ ଖୁବ ବିଳମ୍ବିତ ହୋଇଥିଲା ବୋଲି କୁହାଯାଉଛି ।

  • କଣ ଏହି ଚିପ, କିପରି କାମ କରେ

ଏହି ଅର୍ଗାନ-ଅନ୍-ଚିପ୍ (OOC) ରୋଗୀଙ୍କ କୋଷଗୁଡ଼ିକୁ ମାଇକ୍ରୋସ୍କୋପ ତଳେ ରଖିବାରେ ସାହାଯ୍ୟ କରେ । ରୋଗର ଫଳାଫଳ ଏବଂ କାହିଁକି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏହି ରୋଗର ଲକ୍ଷଣ ଓ ପରିଣାମ ଭିନ୍ନ ହୁଏ ତାହା ବିଶ୍ଳେଷଣ କରିବାରେ ଏହି ପ୍ରଣାଳୀ ବେଶ ପ୍ରଭାବୀ ଭାବେ ସାହାଯ୍ୟ କରିପାରିବ । ମେଡିକାଲ ସାଇନ୍ସରେ ଏହାକୁ ପ୍ରଣାଳୀକୁ ‘ପ୍ରିସିସନ୍ ଥେରାପି’ କୁହାଯାଏ । ଏହି ଚିପ୍ସଗୁଡ଼ିକ ମଧୁମେହ ରୋଗଗ୍ରସ୍ତ ରୋଗୀଙ୍କ କ୍ଷେତ୍ରରେ କର୍କଟ ରୋଗର ଆଶଙ୍କା ଓ ଅଣ-ମଧୁମେହ ରୋଗଗ୍ରସ୍ତ ରୋଗୀଙ୍କ ତୁଳନାଗତ ପାର୍ଥକ୍ୟକୁ ବିଶ୍ଳେଷଣ କରିବାରେ ସକ୍ଷମ ।

  • ଗବେଷକ ନୀଲେଶଙ୍କ ମତରେ...

ଯୁବ ଗବେଷକ ନୀଲେଶ କୁମାର କହିଛନ୍ତି, ଅର୍ଗାନ-ଅନ୍-ଚିପ୍ ପ୍ରଯୁକ୍ତିବିଦ୍ୟା ମାଇକ୍ରୋଫଲଇଡିକ୍ସ ଏବଂ ମାନବ କୋଷର ନମୂନା ବ୍ୟବହାର କରି ମାନବ ଶରୀରର ଜୈବିକ ଅବସ୍ଥାର ଅନୁକରଣ କରିବାରେ ସକ୍ଷମ । ଯାହା ପାରମ୍ପରିକ ଗବେଷଣା ପଦ୍ଧତି ଅପେକ୍ଷା ଅଧିକ ସଠିକ୍ ଫଳାଫଳ ପ୍ରଦାନ କରିପାରିବ । ମାଇକ୍ରୋଫ୍ଲୁଇଡିକ୍ସ ପ୍ଲାଟଫର୍ମ ଅନେକ ସୁବିଧା ପ୍ରଦାନ କରିପାରେ । ଯେପରିକି ମାନବ ଶରୀରର ରିୟଲ ଟାଇମ୍ସର ସିମୁଲେସନ୍‌ ସୃଷ୍ଟି କରିବା ଇତ୍ୟାଦି ବିଷୟ ରହିଛି ।

  • ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲେ ‘ଇଟିଭି’ର ବରିଷ୍ଠ ସାମ୍ବାଦିକ

‘ଇଟିଭି’ର ବରିଷ୍ଠ ସାମ୍ବାଦିକ ଡକ୍ଟର ଅନୁଭା ଜୈନଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଫେସର ରାମରାୟ ଭଟ୍ଟ ତାଙ୍କ ଗବେଷଣା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଡାକ୍ତର ଭଟ୍ଟଙ୍କ କହିବା ଅନୁସାରେ, କର୍କଟ ରୋଗ ଏପରି ଏକ ରୋଗ, ଯେଉଁଥିରେ କର୍କଟ ସଂକ୍ରମିତ କୋଷ ଗୁଡ଼ିକ ଶରୀର ଗୋଟିଏ ସ୍ଥାନରେ ସୃଷ୍ଟି ହେବା ପରେ ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଯାଏ । ଏହି ପ୍ରକ୍ରିୟାକୁ ମେଡିକାଲ ସାଇନ୍ସ ଭାଷାରେ ‘ମେଟାଷ୍ଟାସିସ’ କୁହାଯାଏ । ସ୍ତନ କର୍କଟ ରୋଗରେ ଶରୀରର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ସଂକ୍ରମଣ ହେବା ଦ୍ବାରା ସଂକ୍ରମିତ ମହିଳାଙ୍କର ମୃତ୍ୟୁ ହୁଏ ନାହିଁ, ବରଂ କର୍କଟଗ୍ରସ୍ତ କୋଷଗୁଡ଼ିକ ରକ୍ତରେ ପ୍ରବେଶ କରି ଶରୀରର ବିଭିନ୍ନ ଅଂଶକୁ ବ୍ୟାପିଯାଏ । ପୂରା ଶରୀରକୁ କ୍ଷତିଗ୍ରସ୍ତ କରିଥାଏ । ଫଳରେ ସଂକ୍ରମିତ ମହିଳା ପ୍ରାଣ ହରାଇଥାନ୍ତି ।

ତେବେ ଏବେ ପ୍ରଶ୍ନ ଉଠେ ମଧୁମେହ କିମ୍ବା ବାର୍ଦ୍ଧକ୍ୟଜନିତ କାରଣରୁ କ’ଣ କର୍କଟ କୋଷ ଗୁଡ଼ିକର ସୃଷ୍ଟି ହୋଇଥିବା ଶରୀର ନିର୍ଦ୍ଦିଷ୍ଟ ସ୍ଥାନରୁ ରକ୍ତରେ ଅଧିକ ମାତ୍ରାରେ ପ୍ରବେଶ କରନ୍ତି । ପୂରା ଶରୀରକୁ ଏହି ପ୍ରକ୍ରିୟାରେ ବ୍ୟାପୀ କ୍ଷତିଗ୍ରସ୍ତ କରନ୍ତି କି ? ଏହି ପ୍ରସଙ୍ଗରେ ଡାକ୍ତରମାନେ ପୂର୍ବରୁ ଗବେଷଣା କରିସାରିଛନ୍ତି, କିନ୍ତୁ ପରୀକ୍ଷଣ ମାଧ୍ୟମରେ ଏହାକୁ ସ୍ପଷ୍ଟ ଭାବରେ ପ୍ରମାଣିତ କରାଯାଇ ପାରିଲାନାହିଁ । ଏହି ପ୍ରକ୍ରିୟାକୁ ଅଧ୍ୟୟନ କିମ୍ବା ପ୍ରମାଣିତ କରିବା ପାଇଁ ପ୍ରଫେସର ଭଟ୍ଟ କହିଛନ୍ତି, କୌଣସି ପ୍ରାଣୀ ମଡେଲରେ କର୍କଟ ରୋଗର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁକରଣ କରିବା ସମ୍ଭବ ନୁହେଁ । ବୈଜ୍ଞାନିକମାନେ ମୂଷାର ଅଙ୍ଗରୁ ରକ୍ତବାହୀ ନଳୀକୁ କର୍କଟ କୋଷ ପ୍ରବେଶ କରୁଥିବା ଦେଖି ପାରିନାହାନ୍ତି । ମୂଷାଙ୍କ ଠାରେ ଏହି ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ସେମାନଙ୍କ ପାଇଁ କଷ୍ଟକର ବିଷୟ ମଧ୍ୟ ।

ପ୍ରଫେସର ଭଟ୍ଟ ଆହୁରି ମଧ୍ୟ କହିଛନ୍ତି, ଏହା ସେମାନଙ୍କୁ ହିଷ୍ଟୋପାଥୋଲୋଜି, ଇମେଜିଂ-ଟ୍ରାକ୍ଟେବଲ, ମାଇକ୍ରୋଫ୍ଲୁଇଡିକ୍ ମଲ୍ଟି-ଅର୍ଗାନ୍-ଅନ୍-ଚିପ୍ ପ୍ଲାଟଫର୍ମ ତିଆରି କରିବାରେ ସାହାଯ୍ୟ କରିଛି । ଯାହା ସ୍ତନ ଟ୍ୟୁମର ଭଳି ମାମଲାକୁ ଅଧ୍ୟୟନ କରିବାରେ ସଫଳ ହୋଇପାରିବ । ଏହି ମଡେଲ ସାହାଯ୍ୟରେ, ସେମାନେ ଏକ ଅଙ୍ଗର ଅଂଶ ଗୁଡ଼ିକୁ ବିଶେଷ ପ୍ରଣାଳୀରେ ପୁନଃନିର୍ମାଣ କରିପାରିବେ । ଏହି ଟିସୁକୁ ମାଇକ୍ରୋସ୍କୋପ ତଳେ ରଖାଯାଇପାରିବ । ଫଳରେ ସେଗୁଡ଼ିକ ମଧ୍ୟରେ ଘଟୁଥିବା ପ୍ରକ୍ରିୟା ଗୁଡ଼ିକୁ ମାଇକ୍ରୋସ୍କୋପ ଦ୍ବାରା ଅଧୟନ କରାଯାଇ ପାରିବ । ଭାରତରେ ଏପରି କିଛି ଚିପ୍‌ ବିକଶିତ ହୋଇଛି ।ପ୍ରଥମ ଚିପ୍‌କୁ ଡୁଆଲ୍ ଅର୍ଗାନ୍-ଅନ୍-ଚିପ୍ କୁହାଯାଏ । ଏଥିରେ ରକ୍ତବାହୀ ନଳୀ ଏବଂ ଅନ୍ୟଟି ସ୍ତନ କର୍କଟ କୋଷ ସଦୃଶ ନମୂନା ବ୍ୟବହାର କରାଯାଇ ପାରିବ ।

ଏହି ମଡେଲରେ ମିଥାଇଲଗ୍ଲାଇଅକ୍ସାଲ (ଏମଜି) ସହ ମଧୁମେହ ରୋଗୀ କିମ୍ବା ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଉଚ୍ଚମାତ୍ରାରେ ଦେଖାଯାଉଥିବା ଏକ ବିଶେଷ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର କରାଯାଇଥିଲା । ଏହି ରାସାୟନିକ ପଦାର୍ଥ ରକ୍ତବାହୀ ନଳୀରେ ପ୍ରବେଶ କରୁଥିବା କର୍କଟ କୋଷ ଗୁଡ଼ିକର ସଂଖ୍ୟା ବୃଦ୍ଧି କରୁଥିବା ଗବେଷଣାରେ ଦେଖାଯାଇଥିଲା । ଯାହା ସୂଚାଇ ଦେଇଥିଲା ଯେ, ମଧୁମେହ ରୋଗୀଙ୍କ ଶରୀରରେ ଏପରି ରାସାୟନିକ ପଦାର୍ଥର ଉପସ୍ଥିତି ଫଳରେ କର୍କଟରେ ଆକ୍ରାନ୍ତ କୋଷ ରକ୍ତବାହୀ ନଳୀକୁ ସହଜରେ ପ୍ରବେଶ କରୁଛି । ଫଳସ୍ୱରୂପ, କର୍କଟ କୋଷ ଗୋଟିଏ ସ୍ଥାନରେ ସୃଷ୍ଟି ହୋଇ ଶରୀରର ଅନ୍ୟ ଅଂଶକୁ ମଧ୍ୟ ବ୍ୟାପୁଛି ।

ସମ୍ପାଦକୀୟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.