ETV Bharat / state

'ମୋ ବସ' ମୁହାଁ ଯାତ୍ରୀ, ଅଟୋ ଚାଳକଙ୍କ ରୋଜଗାରରେ ବେଡ଼ି - Mo Bus Affects Auto Drivers Income

author img

By ETV Bharat Odisha Team

Published : 2 hours ago

Mo Bus Affects Auto Drivers Income: ବସ ଛଡେଇ ନେଲା ଅଟୋ ରୋଜଗାର ! ମୋ ବସ ଚାଲିବା ଦିନ ଛାରୁ ଅଟୋ ଚାଳକଙ୍କ ରୋଜଗାର ଠପ୍‌ ହୋଇଯାଇଥିବା ନେଇ ଅଟୋ ଚାଳକମାନେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

Mo Bus Affects Auto Drivers Income
Mo Bus Affects Auto Drivers Income (ETV Bharat Odisha)

ସମ୍ବଲପୁର: ବେପାର ଛଡାଇ ନେଲା 'ମୋ ବସ'! ସହରବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ରାଜ୍ୟ ସରକାର 'ମୋ ବସ' ସେବା ଆରମ୍ଭ କରିଥିଲେ । ଏଥିରୁ ସାଧାରଣ ଲୋକ ଉପକୃତ ହେଲେ ସତ । ହେଲେ ଅଟୋ ଚାଳକଙ୍କ ରୋଜଗାର ଉପରେ ଏହା ବଡ଼ ପ୍ରଭାବ ପକାଇଛି । ଅଟୋ ଛାଡ଼ି ଏବେ 'ମୋ ବସ'ରେ ଯିବା ପାଇଁ ଲୋକ ପସନ୍ଦ କରୁଥିବା ବେଳେ ଏଣେ ଅଟୋ ଚାଳକଙ୍କ ବେପାର ଘାଟାରେ ପଡ଼ିଛି । ଧାର କରଜ କରି କିମ୍ବା ଭଡ଼ାରେ ଆଣି ଅଟୋ ଚଳାଉଥିବା ଚାଳକଙ୍କ ରୋଜଗାର ଠପ୍‌ ହୋଇପଡ଼ିଛି । ତେବେ ଏମିତି ଜଣେ ଅଟୋ ଚାଳକ ହେଉଛନ୍ତି ସମ୍ବଲପୁରର ଲାଲ ମହାନନ୍ଦ । ଯିଏ ଭଡ଼ାରେ ଅଟୋ ଖଣ୍ଡେ ଆଣି ଚଳାଉଥିବା ବେଳେ ଏବେ ମୋ ବସ ପ୍ରଭାବରେ ତାଙ୍କ ରୋଜଗାରେ ସମସ୍ୟା ହେଉଥିବା କହିଛନ୍ତି ।

ରୋଜଗାରରେ ବାଧା ସାଜିଛି 'ମୋ ବସ' !:

ସମ୍ବଲପୁର ସହର ବିନାଖଣ୍ଡିର ଅଟୋ ଚାଳକ ଲାଲ ମହାନନ୍ଦ । B.A ପାଠ ପଢି ମଧ୍ୟ ଚାକିରି ମିଳି ନଥିଲା । ଚାକିରି ନ ମିଳିବାରୁ ଶେଷରେ ଭଡା ଅଟୋ ଚଳାଇ ପରିବାର ଚଳାଉଥିଲେ । ପରିବାର କହିଲେ ପତ୍ନୀ ଓ ଗୋଟିଏ ପୁଅ । ପୁଅ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅଟୋରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବା ସହ ପୁଅର ପାଠପଢ଼ା ଖର୍ଚ୍ଚ ବହନ କରୁଥିଲେ । ହେଲେ ଗତ ମାର୍ଚ୍ଚ ମାସରୁ ସମ୍ବଲପୁରରେ 'ମୋ ବସ' ସେବା ଆରମ୍ଭ ହେବା ପରେ ଗ୍ରାହକ ସଂଖ୍ୟା କମି ଯାଉଥିବାରୁ ତାଙ୍କୁ ଘର ଖର୍ଚ୍ଚ, ଅଟୋ ଭଡା ତଥା ପିଲାଙ୍କ ପାଠପଢାର ଖର୍ଚ୍ଚ କରିବା ଅନେକ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ତେବେ ସହରବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ମୋ ବସ ସେବା ଆରମ୍ଭ କରିଥିବା ବେଳେ ଏହାକୁ ସହର ବାସୀ ସ୍ୱାଗତ କରିବା ସହ ଭଲ ସୁବିଧା ମଧ୍ୟ ପାଉଛନ୍ତି । ହେଲେ ଏହା ଦ୍ୱାରା ଲାଲ ମହାନନ୍ଦଙ୍କ ପରି ଅନେକ ଅଟୋ ଚାଳକଙ୍କ ରୋଜଗାରରେ ବେଡ଼ି ପଡ଼ିଯାଉଛି ଅଟୋ ଚାଳକମାନେ କହିଛନ୍ତି ।

ବେପାର ବୁଡ଼ାଇଲା 'ମୋ ବସ'!:

ଏନେଇ ଅଟୋ ଚାଳକ ଲାଲ ମହାନନ୍ଦ କହିଛନ୍ତି, "ମୁଁ ୨୦୦୪ରୁ ଅଟୋ ଚଲେଇ ଆସୁଛି । ଚାକିରି ନ ପାଇବାରୁ ଗୋଟିଏ ଭଡା ଗାଡି ଚଳାଉଛି । ଯେଉଁ ଦିନରୁ 'ମୋ ବସ' ବାହାରିଲା ସେହି ଦିନରୁ ମୋର ଭଡା ଦେବାକୁ ଅସୁବିଧା ହେଉଛି । ଏହାସହ ମୋର ଘର ଖର୍ଚ୍ଚ, ଅନାନ୍ଯ ଖର୍ଚ୍ଚରେ ସମସ୍ୟା ହେଉଛି । ଯାତ୍ରୀମାନେ ଅଟୋକୁ ଛାଡ଼ି ମୋ ବସରେ ଯିବା ଆସିବା କରୁଛନ୍ତି । ସେଥିପାଇଁ ଆମର ବହୁତ ସମସ୍ୟା ହେଉଛି । ଆମର ଖାଇବା ପିଇବାଠୁ ଆରମ୍ଭ କରି ପିଲା ଛୁଆଙ୍କ ପାଠପଢା, ପ୍ରତ୍ୟେକ କ୍ଷେତ୍ରରେ ବହୁତ କିଛି ଅସୁବିଧା ହେଉଛି । ପୂର୍ବରୁ ଗାଡି ଭଡା ଓ ତେଲ ଭରିକି ୨୦୦ରୁ ୩୦୦ ଟଙ୍କା ଘର ପାଇଁ ହେଉଥିଲା । ଖର୍ଚ୍ଚ ବାହାରୁ ଥିଲା, ହେଲେ ଏବେ ତେଲ ଭରିଲେ ଗାଡିଭଡା ନାହିଁ, ଗାଡି ଭଡା ହେଲେ ଘର ଖର୍ଚ୍ଚ ନାହିଁ । ଫଳରେ ଅନେକ ସମସ୍ୟା ଭୋଗୁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...Driver Slaps Woman: ବୁକିଂ କ୍ୟାନସଲ କରିଦେଲେ ବୋଲି ଯୁବତୀଙ୍କୁ ମାଡ଼, ଡ୍ରାଇଭର ଗିରଫ - Driver Detained For Slapping Woman

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ଅଟୋ ଚାଳକଙ୍କ ଆନ୍ଦୋଳନ; ଓଲା, ଉବର ଓ ରାପିଡୋ ଗାଡ଼ି ଚକାରୁ ଖୋଲିଲେ ପମ୍ପ - Smart City Online Auto Group

'ଆମ ପ୍ରତି ଧ୍ୟାନ ଦିଅନ୍ତୁ ସରକାର':

ସେପଟେ ଅନ୍ୟ ଜଣେ ଅଟୋ ଚାଳକ ମେହେରାଜ ଅହମ୍ମଦ କହିଛନ୍ତି, "ପୂର୍ବରୁ ଦୈନିକ ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା । ହେଲେ ଏବେ ଦିନକୁ ୨୦୦ ଟଙ୍କା ରୋଜଗାର କରି ହେଉନାହିଁ । କେବେ ଘରଭଡ଼ା ଦେଇପାରୁ ନାହୁଁ ତ କେବେ ଗାଡ଼ି ଭଡ଼ା ଦେଇପାରୁନାହୁଁ । ସବୁ ଜିନିଷର ଦର ବଢ଼ୁଛି । ହେଲେ ଆମ ରୋଜଗାର ହେଉନାହିଁ । ତେଣୁ ସରକାର ଆମ ଅଟୋ ଚାଳକଙ୍କ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରୁଛୁ । 'ମୋ ବସ' ଚାଲିବା ଦିନଠାରୁ ରୋଜଗାର କମି ଗଲାଣି । ପିଲାମାନଙ୍କୁ ପାଠ ପଢ଼ାଇବା, ଘର ଭଡ଼ା ଦେବା, ଗାଡ଼ି ଭଡ଼ା ଭରିବାରେ ଅସୁବିଧା ହେଉଛି । ସରକାର ଆମ ଅଟୋ ଚାଳକଙ୍କ କଥା ବୁଝନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...'ଲକ୍ଷ୍ମୀ ବସ' ପରେ 'ମୋ ବସ' ପାଳି; ବଦଳିପାରେ ନାଁ, ଇସାରା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - Mo Bus Name May Be Changed

ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୦ ତାରିଖରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ 'ମୋ ବସ' ସେବା ଆରମ୍ଭ ହୋଇଛି । ସମ୍ବଲପୁରରେ ମୋଟ ୨୫ଟି ମୋ ବସ ୪ଟି ରୁଟରେ ଚାଲୁଛି । ସମ୍ବଲପୁର ସହର ସହ ବୁର୍ଲା ଓ ହୀରାକୁଦ ସହର ଅଞ୍ଚଳକୁ ଚଳଆଚଲ କରୁଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.