ETV Bharat / state

ଏଥର ସ୍ୱାସ୍ଥ୍ୟ ବଜେଟରେ ବୈପ୍ଲବିକ ପରିବର୍ତ୍ତନ ! ଆଶା ପ୍ରକାଶ କଲେ ମନ୍ତ୍ରୀ - HEALTH MINISTER ON BUDGET

ସ୍ବାସ୍ଥ୍ୟ ବଜେଟରେ ବୈପ୍ଲବିକ ପରିବର୍ତ୍ତନ ଆସିବା ନେଇ ଆଶା ପ୍ରକାଶ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ (ETV Bharat)
author img

By ETV Bharat Odisha Team

Published : Jan 31, 2025, 4:49 PM IST

ଭୁବନେଶ୍ବର: ଖୁବଶୀଘ୍ର ସଂସଦରେ ଆଗତ ହେବାକୁ ଯାଉଛି ଦେଶର ସାଧାରଣ ବଜେଟ । ଫେବୃଆରୀ ୧ ତାରିଖରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି। ଏହାପରେ ୨୦୨୪ -୨୫ ଆର୍ଥିକ ବର୍ଷର ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ। ଅର୍ଥନୈତିକ ସର୍ଭେ ୨୦୨୪-୨୫ ହେଉଛି ଏହି ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ପ୍ରଦର୍ଶନର ଆକଳନ ରିପୋର୍ଟ। ଏହି ସର୍ବେକ୍ଷଣରେ ଉତ୍ପାଦନ ଏବଂ ସେବା ଭଳି ଶିଳ୍ପଗୁଡ଼ିକର ଧାରା ପ୍ରକାଶ ପାଇଥାଏ।

ଏଥର ସ୍ୱାସ୍ଥ୍ୟ ବଜେଟରେ ବୈପ୍ଲବିକ ପରିବର୍ତ୍ତନ ! (ETV Bharat)

ଏପ୍ରିଲ ୪ ତାରିଖ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ଚାଲିବ ବଜେଟ ଅଧିବେଶନ। ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୩ ତାରିଖ ଯାଏ ଓ ଦ୍ବିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୪ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର। ସର୍ବ ଭାରତରେ ଆୟୁଷ୍ମାନ ଭାରତ ଯୋଜନାକୁ ଆହୁରି ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଆୟୁଷ୍ମାନ ଯୋଜନା କିପରି ପ୍ରତିଟି ଭାରତୀୟ ନିକଟରେ ପହଞ୍ଚିବ ସେ ନେଇ ସରକାର ସମସ୍ତ ଉଦ୍ୟମ ଚଳାଇଛନ୍ତି । ଏହା ସହ ଆଇଟି କ୍ଷେତ୍ରରେ ମଧ୍ୟ ଅଧିକ ଧ୍ୟାନ ଦିଆଯିବା ଉଚିତ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

  • ସ୍ୱାସ୍ଥ୍ୟ ଓ ଆଇଟି କ୍ଷେତ୍ରରେ ଅଧିକ ଆଶା ରହିଛି

ବଜେଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, "ଆମେ ଆଶା ରଖୁଛୁ ଯେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଉଛନ୍ତି । ଅନେକ ଗୁଡିଏ ଆଶା ରହିଛି। ବର୍ତ୍ତମାନ ଆମେ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରୁଛୁ। ଆଗାମୀ ଦିନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ବଜେଟ ଘୋଷଣା ହୋଇପାରେ। ଏହାର ଦୁଇଟି ଦିଗ ରହିଛି। ଗୋଟିଏ ଆୟୁଷ୍ମାନ ଯୋଜନା। ଯେଉଁଥିରେ ଭାରତ ବର୍ଷକୁ ସାମିଲ କରାଯାଇଛି । କେବଳ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଆୟୁଷ୍ମାନ କରାଯାଇନାହିଁ। ଏପଟେ ୭୦ ବର୍ଷ ରୁ ଅଧିକ ବୟସ୍କ ଲୋକମାନଙ୍କ ପାଇଁ ବାୟୁବନ୍ଧନ କାର୍ଡରେ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ଚିକିସା ଯୋଗାଇ ଦିଆଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଏକ ବଜେଟ ଆସିପାରେ।

ଦ୍ବିତୀୟରେ ହେଉଛି ଆଇଟି ସେକ୍ଟର। ଆଇଟିରେ ଗୁଡିଏ ଷ୍ଟାର୍ଟଅପ୍ ଆସୁଛି। ସେମି କଣ୍ଡକ୍ଟର ପଲିସି, ଏଆଇ ମିଶନ ଇଣ୍ଡିଆ ଆଦି ସାମିଲ କରାଯାଇଛି। ସ୍ୱାସ୍ଥ୍ୟ ଓ ଆଇଟି କ୍ଷେତ୍ରରେ ଆଦି ବଜେଟରେ ଅଧିକ ପ୍ରାଧାନ୍ୟ ଦିଆଯିବ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଏହା ମଧ୍ୟ ପଢନ୍ତୁ କେନ୍ଦ୍ର ବଜେଟରୁ କ’ଣ ରହିଛି ଓଡ଼ିଶାର ଆଶା, ପ୍ରାକ-ବଜେଟ୍‌ ସମ୍ମିଳନୀରେ କଣ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ?

ଏହା ମଧ୍ୟ ପଢନ୍ତୁ ରେଳବାଇ ବଜେଟକୁ ଓଡ଼ିଶାର ଅପେକ୍ଷା: ବଢ଼ିବ କି ଆବଣ୍ଟନ ରାଶି, ମିଳିବ କି ନୂଆ ରେଳ ପ୍ରକଳ୍ପ ?

  • 2024 ସ୍ବାସ୍ଥ୍ୟ ବଜେଟ

ଗତ ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ନେଇ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମେଡିକାଲ କଲେଜ ବୃଦ୍ଧି କରିବା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ଆଶା ଏବଂ ଅଙ୍ଗନଓ୍ବାଡିକର୍ମୀଙ୍କୁ ସାମିଲ କରାଯିବା ନେଇ ବଜେଟ ଉପସ୍ଥାପନା ସମୟରେ ଘୋଷଣା କରିଥିଲେ ନିର୍ମଳା ସୀତାରମଣ । ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ଆହୁରି ବିସ୍ତାର କରାଯିବା ପାଇଁ ଘୋଷଣା କରାଯାଇଥିଲା । 9ରୁ 14 ବର୍ଷର ନାବାଳିକାଙ୍କୁ ସର୍ଭାଇକଲ କ୍ୟାନ୍ସର ନିରୋଧୀ ଟିକା ଦିଆଯିବା ନେଇ ବଜେଟରେ କହିଥିଲେ ସୀତାରମଣ । ସେ କହିଥିଲେ ଯେ ‘‘ସ୍ବାସ୍ଥ୍ୟ ସୃଦୁଢ କରିବା ପାଇଁ କାର୍ଯ୍ୟ ଜାରି ରଖିଛୁ। ମେଡିକାଲ କଲେଜ ବୃଦ୍ଧି ସହିତ ହସ୍ପିଟାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଆଗାମୀ ଦିନରେ ମେଡିକାଲରେ ସମସ୍ତ ପ୍ରକାର ବିଭାଗ ଖୋଲିବ । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଏକ କମିଟି ଗଠନ କରାଯିବ । ସେମାନେ ସମସ୍ୟାର ଯାଞ୍ଚ କରିବା ସହିତ ପ୍ରାସଙ୍ଗିକ ପରାମର୍ଶ ଦେବେ ।

  • ଶସ୍ତା ହୋଇଥିଲା କ୍ୟାନସର ଔଷଧ

ନିକଟରେ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ବୈଠକରେ କ୍ୟାନସର ଔଷଧ ଶସ୍ତା ହେବା ନେଇ ଘୋଷଣା କରାଯାଇଥିଲା । କ୍ୟାନସର ଔଷଧ କିଣିଥିଲେ ଏଥି ପାଇଁ 12 ପ୍ରତିଶତ ଜିଏସଟି ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହାକୁ ହ୍ରାସ କରାଯାଇ 5 ପ୍ରତିଶତ କରାଯାଇଛି । ଟ୍ରାଷ୍ଟୁଜୁମାବ ଡେରୁକ୍ସଟେକାନ୍, ଓସିମେରଟିନିବ, ଏବଂ ଡୁର୍ଭାଲୁମାବ ଉପରେ ଜିଏସଟିକୁ ହ୍ରାସ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନିର୍ମଳା ସୀତାରମଣଙ୍କ ଅନୁଯାୟୀ, କ୍ୟାନସର ମେଡିସିନ ବ୍ୟତିତ ନମକିନ୍‌ ଓ ସ୍ପାଇସି ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି କମାଇ ଦିଆଯାଇଛି । 18 ପ୍ରତିଶତ ଥିବା ଜିଏସଟିକୁ 12 ପ୍ରତିଶତକୁ ହ୍ରାସ କରାଯାଇଥିଲା ।

  • ଜୀବନ ଓ ସ୍ବାସ୍ଥ୍ୟବୀମାରେ ହୋଇପାରେ ଜିଏସଟି ହ୍ରାସ

ଏଥର ବଜେଟରେ ଜୀବନ ଓ ସ୍ବାସ୍ଥ୍ୟବୀମା ଜିଏସଟି ହ୍ରାସ ନେଇ ଘୋଷଣା ହୋଇପାରେ । କାରଣ ଗତ ଜିଏସଟି ବୈଠକରେ ଜୀବନ ଓ ସ୍ବାସ୍ଥ୍ୟବୀମା ଉପର ଜିଏସଟି ହ୍ରାସ ନେଇ କୌଣସି ନିଷ୍ପତ୍ତି ହୋଇ ନଥିଲା। ଜୀବନ ଓ ସ୍ବାସ୍ଥ୍ୟବୀମା ଉପରେ ବର୍ତ୍ତମାନ 18 ପ୍ରତିଶତ ଜିଏସଟି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.