ETV Bharat / snippets

ମୋ ଜୀବନ ପ୍ରତି ବିପଦ ଅଛି: ହିମାଂଶୁ

author img

By ETV Bharat Odisha Team

Published : Aug 29, 2024, 10:21 PM IST

ମୋ ଜୀବନ ପ୍ରତି ବିପଦ ଅଛି: ହିମାଂଶୁ
ମୋ ଜୀବନ ପ୍ରତି ବିପଦ ଅଛି: ହିମାଂଶୁ (ETV Bharat Odisha)

ଭୁବନେଶ୍ବର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଗଣମାଧ୍ୟ ଆଗରେ ନିଜ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି । ହିମାଂଶୁ କହିଛନ୍ତି,ମୋ ଜୀବନ ପ୍ରତି ବିୁପଦ ଅଛି । ମୁଁ ସୁରକ୍ଷା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି । ଏହା ଉପରେ ଏସପି ମଧ୍ୟ ଯାଞ୍ଚ କରିବେ ବୋଲି କହିଛନ୍ତି । ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ବି ନେଇପାରିବ । ମୁଁ ଜଣେ ଲୋକ ପ୍ରତିନିଧି, ଲୋକଙ୍କ କାମ କରିବି । ସୁରକ୍ଷା ମୋତେ ନିଶ୍ଚୟ ଦରକାର । ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ ମାନେ ଏତେ ପାଗଳ ଓ ରକ୍ତମୁଖା ହୋଇଗଲେଣି ଯେ, ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ବିଜେଡ଼ିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କିଛି କାର୍ଯ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.