ETV Bharat / bharat

ମଣିପୁର ହିଂସା: ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା NPP - NPP WITHDRAWS SUPPORT

ଅଶାନ୍ତ ମଣିପୁର । ହିଂସା ରୋକିବାରେ ବିରେନ ସରକାର ବିଫଳ ଦର୍ଶାଇ ସମର୍ଥନ ପ୍ରତ୍ୟାହାର କଲା NPP । ଅଧାରୁ ରାଲି ବନ୍ଦ କରି ଫେରିଲେ ଅମିତ ଶାହ ।

NPP WITHDRAWS SUPPORT
NPP WITHDRAWS SUPPORT (ETV Bharat Odisha)
author img

By ETV Bharat Odisha Team

Published : Nov 17, 2024, 9:42 PM IST

ଇମ୍ଫାଲ: କିଛି ମାସର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି ମଣିପୁର । ରାଜ୍ୟରେ ହିଂସା ଦେଖିବାକୁ ମିଳୁଥିବା ବେଳେ ଏହାକୁ ରୋକିବାରେ ବିରେନ ସରକାର ବିଫଳ ଦର୍ଶାଇ ସମର୍ଥନ ପ୍ରତ୍ୟାହାର କରିଛି ନ୍ୟାସନାଲ ପିପୁଲ୍ସ ପାର୍ଟି (NPP) । ମଣିପୁର ହିଂସାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଏନପିପି । ତେବେ ଏନପିପି ସମର୍ଥନ ପ୍ରତ୍ୟାହାର ପରେ ବି ସୁରକ୍ଷିତ ରହିଛି ବିଜେପି ସରକାର । କାରଣ ଏନପିପି-ବିଜେପି ମଧ୍ୟରେ ମେଣ୍ଟ ନଥିଲା । ନିର୍ବାଚନ ପରେ ବିଜେପି ସରକାରକୁ ସମର୍ଥନ ଜଣାଇଥିଲା ଏନପିପି ।

କାହିଁକି ସମର୍ଥନ ପ୍ରତ୍ୟାହାର କଲା NPP:

ଏନପିପି କହିଛି, ମଣିପୁର ହିଂସା ରୋକିବାରେ ଓ ସ୍ଥିତି ନିୟନ୍ତ୍ରଣ ଆଣିବାରେ ବିରେନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ବିଜେପି ସରକାରକୁ ସମର୍ଥନ ଫେରାଇ ନେଉଛୁ । ମଣିପୁରରେ 60ଟି ବିଧାନସଭା ଆସନ ରହିଥିବା ବେଳେ ଏନପିପିର 7 ଜଣ ସଦସ୍ୟ ଅଛନ୍ତି ।

ବିଜେପିର ସଂଖ୍ୟା ଗଣିତ କଣ ?

ବିଜେପି ପାଖରେ ବର୍ତ୍ତମାନ 37 ସିଟ ରହିଛି । ଯାହାକି ବହୁମତ ଠାରୁ ଢେର ଆଗରେ । ଏଥିରେ ଜନତା ଦଳର 5 ଜଣ ବିଧାୟକ ବି ସାମିଲ ଅଛନ୍ତି । 2022ରେ ଏହି ବିଧାୟକ ସାମିଲ ହୋଇଥିଲେ । ଏହା ବାଦ୍‌ ନାଗା ପିପୁଲ୍ସ ଫ୍ରଣ୍ଟର 5 ବିଧାୟକ, ଜେଡିୟୁର 1 ଓ ସ୍ବାଧୀନ ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି ।

ଏହା ମଧ୍ୟ ପଢନ୍ତୁ:

ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମନ୍ତ୍ରୀ-ବିଧାୟକଙ୍କ ବାସଭବନରେ ଆକ୍ରମଣ

ପୁଣି ଅଶାନ୍ତ ମଣିପୁର, ଏନକାଉଣ୍ଟରେ ୧୦ ସନ୍ଦିଗ୍ଧ ଆତଙ୍କୀ ନିପାତ

ମଣିପୁର ଜାତିଗତ ହିଂସା; ରାଷ୍ଟ୍ର ଓ ସମାଜର ବିଫଳତା - Manipur Violence

ରାଲି ବାତିଲ କରି ଫେରିଲେ ଅମିତ ଶାହ:

ମଣିପୁରରେ ନିଖୋଜଙ୍କ ମୃତଦେହ ମିଳିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ଏହାକୁ ନେଇ ଉତ୍ତେଜନା ଦେଖାଯିବା ସହ ଉତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏଥିସହ 3 ମନ୍ତ୍ରୀ ଓ 6 ବିଧାୟକଙ୍କ ବାସଭବନରେ ଆକ୍ରମଣ ସହ ଜଳାପୋଡା ହୋଇଛି । ପୋଲିସ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଥିଲା । ସେପଟେ ଇମ୍ପାଲ-ପୂର୍ବ ଓ ଇମ୍ପାଲ-ପଶ୍ଚିମ ସହ 3 ଜିଲ୍ଲାରେ କର୍ଫୁ ଲାଗିଛି । ବ୍ୟାପକ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତିକୁ ଦେଖି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରରେ ଚାଲିଥିବା ରାଲିରୁ ଅଧାରୁ ବନ୍ଦ କରି ଦିଲ୍ଲୀ ଫେରିଛନ୍ତି । ଉପୁଜିଥିବା ହିଂସାକୁ ନେଇ ସମୀକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.