ETV Bharat / state

ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି, ଟଙ୍କା ପାଇ ଖୁସି ଓଡ଼ିଶା ଚାଷୀ - PM KISAN SAMMAN NIDHI

ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧିର ୧୯ତମ କିସ୍ତି । ପ୍ରୋତ୍ସାହନ ରାଶି ପାଇ ବେଶ ଖୁସି ଚାଷୀ ।

PM Kisan Yojana 19th Installment
PM Kisan Yojana 19th Installment (ETV Bharat Odisha)
author img

By ETV Bharat Odisha Team

Published : Feb 24, 2025, 10:26 PM IST

ଭୁବନେଶ୍ବର/ସମ୍ବଲପୁର: "ଆମେ ବହୁତ ଖୁସି ଅଛୁ...19 ତମ କିସ୍ତି ମିଳିଛି... ବିହନ କିଣିବାରେ ଆମେ ଏହି ଟଙ୍କା ବ୍ୟବହାର କରିବୁ..." ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପ୍ରଥମ କିସ୍ତି ପାଇଥିବା ସମ୍ବଲପୁରର ଜଣେ ମହିଳା ଚାଷୀ ସ୍ବପ୍ନା ନାଥ । 19 ତମ କିସ୍ତି ଦିଆଯାଇଥିବାରୁ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି'ଯୋଜନାକୁ 6 ବର୍ଷ ପୂର୍ତ୍ତି:

ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିକୁ ପୂରିଛି 6 ବର୍ଷ । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ମିଳିଲାଣି ପାଖାପାଖି 3.5 ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ରାଶି । ଏହି ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ 6 ହଜାର ଟଙ୍କା ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ ଆଜି ପିଏମ କିଷାନର 19ତମ କିସ୍ତି ମିଳିଛି । ଦେଶର 9 କୋଟି 8 ଲକ୍ଷରୁ ଅଧିକ ଚାଷୀଙ୍କ ଖାତାରେ 22 ହଜାର କୋଟି ସିଧାସଳଖ ହସ୍ତାନ୍ତର କରାଯାଇଛି ।

PM Kisan Yojana 19th Installment (ETV Bharat Odisha)

ଓଡ଼ିଶାର କେତେ ଚାଷୀ ଉପକୃତ ହେଉଛନ୍ତି ଏହାକୁ ନେଇ କୃଷି ବିଭାଗ ସଚିବ ଅରବିନ୍ଦ ପାଢୀ କହିଛନ୍ତି, "ଆଜି ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଆସିଛି । ଏହି ଯୋଜନାର 19 ତମ କିସ୍ତି ଚାଷୀଙ୍କୁ ମିଳିଛି । ଓଡ଼ିଶାର 34 ଲକ୍ଷ 95 ହଜାର 147 ଜଣ ହିତାଧିକାରୀ ପିଏମ କିଷାନ ଟଙ୍କା ପାଇଛନ୍ତି । 19 ତମ କିସ୍ତି ପ୍ରଦାନ ସମୟରେ ଯେଉଁ ଯୋଗ୍ୟ ଚାଷୀମାନେ ଲେଫ୍ଟ ଆଉଟ ହେଇଯାଇଥିଲେ ଆମେ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସେମାନଙ୍କୁ ସାମିଲ କରିଛୁ । ଗତ ଥର ଅପେକ୍ଷା ଏଥର ଆଉ 3 ଲକ୍ଷ 43 ହଜାର 447 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଯେଉଁମାନେ ବାଦ ପଡିଯାଇଛନ୍ତି ସେମାନେ ପରବର୍ତ୍ତୀ ସମୟରେ ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ପରେ ଆମେ ଭେରିଫିକେସନ କରିବୁ । ସବୁ ଜାଗାରେ ଆମେ E-kyc କରୁଛୁ। ପିଏମ କିଷାନ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା । ଏଥିରେ ଯାହା ନିୟମ ଅଛି ଜଣେ ଚାଷୀର ଚାଷ ଜମି ଥିବା ଦରକାର ।"

ସମ୍ବଲପୁରରେ କିଷାନ ସମ୍ମାନ ସମାରୋହ
ସମ୍ବଲପୁରରେ କିଷାନ ସମ୍ମାନ ସମାରୋହ (ETV Bharat Odisha)

ପାଖାପାଖି ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା:
ଦେଶର ପାଖାପାଖି ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ । ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର । ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପିଏମ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା, ଯାହାକୁ ମୋଦି ସରକାର ୨୦୧୯ ଫେବୃଆରୀରୁ ଆରମ୍ଭ କରିଥିଲେ ।

ସମ୍ବଲପୁରରେ କିଷାନ ସମ୍ମାନ ସମାରୋହ:

ସମ୍ବଲପୁରରେ ମଧ୍ୟ ଏହି ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଜିଏମ ବିଶ୍ଵବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ପିଏମ କିଷାନ ସମ୍ମାନ ନିଧିର 6 ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି କିଷାନ ସମ୍ମାନ ସମାରୋହରେ ସମ୍ବଲପୁର ଜିଲ୍ଲାର ବହୁ ଚାଷୀ ସାମିଲ ହୋଇଥିଲେ l ଜିଲ୍ଲାର 61ହଜାର 237 ଜଣ ଚାଷୀଙ୍କୁ 12 କୋଟି ଟଙ୍କାର ସରକାରୀ ଅନୁଦାନ ଅନଲାଇନରେ ପ୍ରଦାନ କରାଯାଇଛି l ବିଗତ 6 ବର୍ଷ ହେଲା ବାର୍ଷିକ 36 କୋଟି ଟଙ୍କା ସମ୍ବଲପୁର ଜିଲ୍ଲାର 61ହଜାର 237 ଜଣ ଚାଷୀଙ୍କୁ ପ୍ରଦାନ କରାଯାଉଛି ବୋଲି ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...ଚାଷୀଙ୍କୁ ମିଳିଲା ପିଏମ-କିଷାନ ୧୮ତମ କିସ୍ତି, ପୂର୍ବ ସରକାରଙ୍କୁ ଏଭଳି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - 18th Installment Of PM KISAN

ଏହା ବି ପଢନ୍ତୁ...ହାତରେ ଟୋକନ ମିଲର ନେଉନି ଧାନ, ରାସ୍ତାରେ ଅନ୍ନଦାତା

ହେମନ୍ତ କୁମାର ରାଉତ ନାମକ ରେଙ୍ଗାଲି ଆଉ ଜଣେ ଚାଷୀ ଏହି ଅବସରରେ କହିଛନ୍ତି, "ବହୁତ ଭଲ ଅନୁଭବ ହେଉଛି । ପୂର୍ବରୁ ତ କିଛି ମିଳୁ ନଥିଲା ଏବେ ମିଳିଲା ପରେ ବହୁତ ଖୁସି ଅନୁଭବ କରୁଛୁ କଣ ପାଇଁ ନା ଆମେ ଏବେ ସାରା, ବିହନ ଏହି ଟଙ୍କାରେ କିଣି ପାରୁଛୁ ଓ ଭଲ ଭାବେ ଚାଷ ବି କରି ପାରୁଛୁ, ଏହା ଆମ ପାଇଁ ଏକ ବହୁତ ବଡ଼ ସହଯୋଗ ଅଟେ l ଆମକୁ 6 ବର୍ଷ ହେଲା ଏହା ମିଳୁଛି l ବର୍ଷକରେ 2 ହଜାର ଟଙ୍କାର 3 ଟି କିସ୍ତି ମିଳୁଛି l ଆମେ ଏଥିରେ ସାର, ବିହନ କିଣୁଛୁ l ଯେଉଁ ସମୟରେ ହାତରେ ପଇସା ନଥାଏ ସେତେବେଳେ ଏହି ଟଙ୍କା ଆସିଯାଏ, ସେଥିପାଇଁ ଆମେ ବହୁତ ଖୁସି l

ବାର୍ଷିକ 36 କୋଟି ଟଙ୍କା ଅନୁଦାନ: କେନ୍ଦ୍ରମନ୍ତ୍ରୀ

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଜି ଦେଶରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 19 ତମ କିସ୍ତି ପ୍ରଦାନର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଦେଶରେ ଏବେ ପ୍ରତି କିସ୍ତିରେ 11 କୋଟି କୃଷ ମାନଙ୍କୁ 22 ହଜାର କୋଟି ଟଙ୍କା ଅନଲାଇନରେ ପ୍ରଦାନ କରାଯାଉଛି l ଆମ ଜିଲ୍ଲା ସମ୍ବଲପୁରରେ ପାଖାପାଖି 61 ହଜାର ଚାଷୀ ଭାଇ ଭଉଣୀମାନଙ୍କୁ 12 କୋଟି ଟଙ୍କାର ଅନୁଦାନ ମିଳୁଛି l ଏହି ହିସାବରେ ବର୍ଷକୁ 36 କୋଟି ଟଙ୍କା ମିଳୁଛି l ଏହାସହ ଆମ ରାଜ୍ୟରେ ପିଏମ କିଷାନ ସମ୍ମାନ ନିଧି ସହ ସିଏମ କିଷାନ ସମ୍ନାନ ନିଧି ମଧ୍ୟ ପ୍ରଦାନ କରାଯାଉଛି l ଏହାକୁ ମିଶାଇଲେ ଆଉ 60 ହଜାର ଲାଭର୍ଥୀ ଏଠାରେ ଅଛନ୍ତି । ଫଳରେ ମୋଟ 1 ଲକ୍ଷ 20 ହଜାର ଲାଭାର୍ଥୀଙ୍କୁ 120 କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଶିକି ଦେଉଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର/ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.