ETV Bharat / sports

ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନ ବିଦା, ସେମିରେ ଭାରତ-ନ୍ୟୁଜିଲାଣ୍ଡ - NEW ZEALAND QUALIFY FOR SEMIFINAL

ବାଂଲାଦେଶକୁ 5 ୱିକେଟରେ ହରାଇ ଚାମ୍ପିଅନ୍ସ ଟ୍ରଫି ସେମିରେ ନ୍ୟୁଜିଲାଣ୍ଡ । ରଚିନ ରବିନ୍ଦ୍ରଙ୍କ ଧୂଆଁଧାର ଶତକ ।

ENew Zealand defeated Bangladesh by 5 wickets
EtNew Zealand defeated Bangladesh by 5 wickets (AP)
author img

By ETV Bharat Odisha Team

Published : Feb 24, 2025, 10:43 PM IST

ରାୱଲପିଣ୍ଡି: ଚାମ୍ପିଅନ୍ସ ଟ୍ରଫିର ସେମି ରେସରୁ ପାକିସ୍ତାନ ଓ ବାଂଲାଦେଶ ବିଦା । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ବାଂଲାଦେଶ ହରାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ବାଂଲାଦେଶରୁ 5 ଓ୍ବିକେଟରେ ପରାସ୍ତ କରିଛି ନ୍ଯୁଜିଲାଣ୍ଡ । ରଚିନ ରବିନ୍ଦ୍ରଙ୍କ ଶତକୀୟ ଇଂନିସ ବଳରେ 23 ବଲ ବାକି ଥାଇ ଦଳ ବିଜୟୀ ହୋଇ ସେମିରେ ପହଞ୍ଚିଛି । 105 ବଲରେ 112 ରନ କରିଛନ୍ତି ରଚିନ । ଏଥିରେ 12ଟି ଚୌକା ଓ ଗୋଟିଏ ଛକା ରହିଛି । ଗ୍ରୁପ 'ଏ'ରୁ ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି ।

ସେମିରୁ ବାଦ୍‌ ବାଂଲାଦେଶ ଓ ପାକିସ୍ତାନ:

ବାଂଲାଦେଶ ଆଜିର ମ୍ୟାଚ ହାରିବା ପରେ ସେମିରୁ ବାଦ ପଡିଛି । କାହିଁକିନା ବର୍ତ୍ତମାନ ପର୍ଯ୍ୟନ୍ତ 2ଟି ମ୍ୟାଚ ଖେଳି ପରାଜିତ ହୋଇ ଗୋଟିଏ ବି ପଏଣ୍ଟ ପାଇ ନାହିଁ । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିଲେ ବି ସେମିରେ ପହଞ୍ଚି ପାରିବ ନାହିଁ ବାଂଲାଦେଶ । ଭାରତ ଠାରୁ ପ୍ରଥମ ମ୍ୟାଚ ହାରିଥିଲା ଦଳ । ସେହିପରି ପାକିସ୍ତାନର ମଧ୍ୟ ସମାନ ସ୍ଥିତି । 2ଟି ମ୍ୟାଚରୁ ଦଳ ଗୋଟିଏରେ ବିଜୟୀ ହୋଇପାରିନାହିଁ । ଫଳରେ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ସମର୍ଥ ନହୋଇ ସେମିରୁ ବାଦ ପଡିଛି । ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି ।

ନ୍ୟୁଜିଲାଣ୍ଡର ଘାତକ ବୋଲିଂ:

ପାକିସ୍ତାନର ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଆଜି ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶକୁ ନିମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ । 50 ଓଭରରେ ଦଳ 9ଟି ଓ୍ବିକେଟ ହରାଇ 236 ରନ କରିଥିଲା । ବାଂଲାଦେଶ ପାଇଁ ବିପଦ ସାଜିଥିଲେ ବିପକ୍ଷ ଦଳର ବୋଲର ମାଇକେଲ ବ୍ରେସଓ୍ବେଲ । ସେ ଘାତକ ବୋଲିଂ କରି ସର୍ବାଧିକ 4ଟି ଓ୍ବିକେଟ ନେଇଥିଲେ । ନାଜମୁଲ ହୋସେନ ସର୍ବାଧିକ 77 ରନ କରିଥିବା ବେଳେ ଜାକର ଅଲି 45 ଓ ରିସଦ ହୁସେନ 26 ରନ କରିଥିଲେ ।

ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫିରେ ବିରାଟଙ୍କ ଶତକ; ୱେଡିଂ ରିଙ୍ଗକୁ କଲେ କିସ୍, ଖୁସିରେ ଝୁମିଲେ ଅନୁଷ୍କା - ANUSHKA SHARMA ON VIRAT KOHLI 100

ଏହା ବି ପଢନ୍ତୁ- Champions Trophy 2025; ଏବେ ବି ସେମିଫାଇନାଲ ରେସରେ ପାକିସ୍ତାନ, କଣ ରହିଛି ସମୀକରଣ - PAKISTAN SEMI FINAL SCENARIO

ଏହା ମଧ୍ୟ ପଢନ୍ତୁ-ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀଙ୍କ କଳା ନଜର, ସତର୍କ କରାଇଲା ଗୁଇନ୍ଦା ସଂସ୍ଥା - TERROR THREAT ON CHAMPIONS TROPHY

ବିପକ୍ଷ ଦଳର ବୋଲିରଙ୍କୁ ଧୋଇଲେ ରଚିନ:

ଏହାପରେ 237 ବିଜୟ ରନ ଲକ୍ଷ୍ୟର ପିଛା କରି ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ରନ କରିବାରେ ଟପ୍‌ ଅର୍ଡର ସଫଳ ହୋଇନଥିଲେ ମଧ୍ୟ ରଚିନ ଏକାକୀ ପାଳି ସମ୍ଭାଳି ନେଇଥିଲେ । ବାଂଲାଦେଶ ବୋଲରଙ୍କୁ ଧୋଇଥିଲେ ରଚିନ । ସେ ବିସ୍ଫୋରକ ବ୍ୟାଟିଂ କରି ଶତକ(112) ହାସଲ କରିଥିଲେ । ସେହିପରି ଡେଭେନ କନଓ୍ବେ 30, ଟମ ଲାଥେମ 55, ଗ୍ଲେନ ଫିଲିପ୍ସ ଅପରାଜିତ 21 ରନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.