ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲ (ଏସଏଲବିସି) ଅଘଟଣରେ 8 ଜଣ ଟନେଲ ତଳେ ଫସି ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି । 1980ରେ ଆରମ୍ଭ ହୋଇଥିବା ଏହି ସୁଢଙ୍ଗ କାମ ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରି ନାହିଁ । ଖରାପ ପାଣିପାଗ କାରଣରୁ ଏହି ପରିଯୋଜନା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯଦି କୌଣସି ନୂଆ ସମସ୍ୟା ନ ଆସେ ତେବେ ଏହି କାମ ସରିବା ପାଇଁ ଆହୁରି ତିନି ବର୍ଷ ସମୟ ଲାଗିବ ।

- ସୁଢଙ୍ଗ ଯୋଜନାର ପରିକଳ୍ପନା
ସଂଯୁକ୍ତ ଆନ୍ଧ୍ର ପ୍ରଦେଶ ସରକାର 1990 ବିଦେଶୀ ଟେକନିକର ପ୍ରୟୋଗ କରି ଶ୍ରୀଶୈଲମ ଜଳାଶୟ ନିକଟରେ କୃଷ୍ଣା ଜଳ ଟାଣିବା ପାଇଁ ସୁଡଙ୍ଗ ଯୋଜନା କରିବା ପାଇଁ ନିଷ୍ପତ୍ତି ନେଇଥିଲା । 43 କିଲୋମିଟର ଲମ୍ବା ସୁଡଙ୍ଗ କାମ 8 ବର୍ଷରେ ଶେଷ ହେବ ବୋଲି ଅନୁମାନ କରାଯାଇଥିଲା । ପରିଯୋଜନା ଅନୁସାରେ ଦୁଇଟି ସୁଡଙ୍ଗ, ଗୋଟିଏ ହେଡ୍ ରେଗୁଲେଟର, ଦୁଇଟି ଲିଙ୍କ୍ କେନାଲ, ଗୋଟିଏ ଜଳାଶୟ ଓ ଅନ୍ୟ କାମ କରାଯିବାର ଯୋଜନା ରହିଛି । 2005ରେ ଆନ୍ଧ୍ର ପ୍ରଦେଶର ତତ୍କାଳୀନ ସରକାର 2,813 କୋଟି ଟଙ୍କା ଏସଏଲବିସି ସୁଡଙ୍ଗ ପରିଯୋଜନା ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । କିନ୍ତୁ ବାସ୍ତବିକ କାମ 2007ରେ ଆରମ୍ଭ ହୋଇଥିଲା । ଥରେ ସୁଢଙ୍ଗ ଖୋଳୁଥିବା ମେସିନ ସମ୍ପୂର୍ଣ୍ଣ ସୁଢଙ୍ଗ ଖୋଳିବା ପରେ ତାକୁ ତା ମଧ୍ୟରେ ଛାଡି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

- ଆମେରିକାରୁ ଆସିଥିଲା ମେସିନ
ସୁଢଙ୍ଗ ଖୋଳିବା ପାଇଁ ଏହି ମେସିନ ଆମେରିକାରୁ ମଗାଯାଇଥିଲା । ହେଲେ କାମ ମଝିରେ ହିଁ ଟନେଲ ବୋରିଂ ମେସିନ (ଟିବିଏମ) ଖରାପ ହୋଇଯାଇଥିଲା । ଏହି ଟିବିଏମକୁ ମରାମତି ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ତାହା ଠିକ୍ ହୋଇନଥିଲା । ଏହାପରେ ପୁଣି ଏକ ମେସିନ ଆମେରିକାରୁ ମଗାଯାଇଥିଲା । ଏହା ମଧ୍ୟ ଦେଢ କିଲୋମିଟର ଖନନ ପରେ ବନ୍ଦ ହୋଇଯାଇଥିଲା । ପୁଣିଥରେ ଏଜେନ୍ସୀ ଆଉ ଏକ ଟିବିଏମକୁ କାମରେ ଲଗାଇଥିଲା । ଏହାରି ମଧ୍ୟରେ କୋଭିଡ ସମୟରେ ଅପରେଟର ଓ ଇଞ୍ଜିନିଅର ନିଜ ଦେଶକୁ ଫେରିଯାଇଥିଲେ । ଏହି ସମୟରେ କଂଗ୍ରେସ ତତ୍କାଳୀନ ବିଆରଏସ ସରକାର ବିରୋଧରେ 10 ବର୍ଷ କାର୍ଯ୍ୟକାଳ ମଧ୍ୟରେ ପର୍ଯ୍ୟାପ୍ତ ଧନ ଆବଣ୍ଟିତ କରିନଥିବା ଅଭିଯୋଗ କରିଥିଲା । 2018ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୁଢଙ୍ଗ କାମ ତିନି ବର୍ଷ ମଧ୍ୟରେ ଶେଷ ହେବାକୁ କହିଥିଲେ । କିନ୍ତୁ ଅପ୍ରତ୍ୟାଶିତ ଘଟଣା କାରଣରୁ ଏହା ହୋଇ ପାରିନଥିଲା ।

କଂଗ୍ରେସ ଶାସନକୁ ଆସିବା ପରେ ଜଳ ସମ୍ପଦ ମନ୍ତ୍ରୀ ସିଞ୍ଚନ ଓ ପିଇବା ପାଣି ଉପଲବ୍ଧ କରାଇବା ପାଇଁ ପରିଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗ୍ରହ ଦେଖାଇଥିଲେ । କିନ୍ତୁ କାମ ଆରମ୍ଭ କରିବାର 4 ଦିନ ପରେ ଦୁର୍ଘଟଣା ଘଟିଗଲା ।

- 1978ରେ ସୁଢଙ୍ଗ ପରିଯୋଜନାର ପରିକଳ୍ପନା
ଏହି ସୁଢଙ୍ଗ ନାଲଗୋଣ୍ଡା ଜିଲ୍ଲାର ଟନ୍ଦମପେଟ ମଣ୍ଡଳରେ ତେଲଦେବରାପଲ୍ଲୀରୁ ନେରେଦୁଗୋମ୍ମା ପର୍ଯ୍ୟନ୍ତ ରହିଛି । ଏହି ସୁଢଙ୍ଗ ପାଇଁ ଉଭୟ ଭିତର ଓ ବାହାର ପଟୁ କାମ ଚାଲିଥିଲା । 4 ଦଶକ ପୂର୍ବରୁ ଅର୍ଥାତ 1978ରେ ଏହି ପରିଯୋଜନାର ପରିକଳ୍ପନା କରାଯାଇଥିଲା । ସେତେବେଳେର ମୁଖ୍ୟମନ୍ତ୍ରୀ ଏହି ପରିଯୋଜନାର ସମ୍ଭାବନା ଗୁଡିକୁ ଅଧ୍ୟୟନ ପାଇଁ ବିଶେଷଜ୍ଞ ସମିତି ଗଠନ କରିଥିଲେ । ସର୍ବେକ୍ଷଣ କରି ସୁଢଙ୍ଗ ମାଧ୍ୟମରେ ପାଣିର ଦିଗ ବଦଳାଇବାକୁ ସମିତି ପରାମର୍ଶ ଦେଇଥିଲା । ଏହାପରେ 1980ରେ ସେତେବେଳର ମୁଖ୍ୟମନ୍ତ୍ରୀ ଅକ୍କମା କ୍ରେଟରରେ ଏକ ସୁଢଙ୍ଗ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯେଉଁଥିପାଇଁ ପୂର୍ବତନ ସରକାର 3 କୋଟି ଟଙ୍କା ଆବଣ୍ଟିତ ମଧ୍ୟ କରିଥିଲେ । 1983ରେ ଏନଟିଆର ସିଏମ ହେବା ପରେ ଲେଫ୍ଟ ବ୍ୟାଙ୍କ ଓ ରାଇଟ ବ୍ୟାଙ୍କ କେନାଲ ପାଇଁ ଶିଳାନ୍ୟାସ କରିଥିଲେ ।

1995ରେ ସରକାରଙ୍କୁ ସୁଢଙ୍ଗ ନିର୍ମାଣରେ ବିଳମ୍ବ ହେଉଥିବା ପରିଲିଖିତ ହୋଇଥିଲା । ଏଥିପାଇଁ ସେ ବିକଳ୍ପ ଭାବେ ନାଲଗୋଣ୍ଡା ଜିଲ୍ଲାରେ ପୁଟ୍ଟଗଣ୍ଡିରେ ଏକ ଲିଫ୍ଟ ସିଞ୍ଚନ ଯୋଜନାର ପ୍ରସ୍ତାବ ରଖି ଏହି ପରିଯୋଜନାକୁ ଆପଣାଇଛନ୍ତି । ଏହି ଯୋଜନାର ନାମ ଏଲିମିନେଟି ମାଧବ ରାଓ ଲିଫ୍ଟ ସିଞ୍ଚନ ଯୋଜନା ନାମ ଦିଆଯାଇଛି । ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲ ପରିଯୋଜନାରେ ଲଗାତାର ବିଳମ୍ ଯୋଗୁଁ ଏହି ବିକଳ୍ପକୁ ଆପଣା ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ସରିଲା ନୟାଗଡର T3 ଟନେଲ କାର୍ଯ୍ୟ
ଏହା ମଧ୍ୟ ପଢନ୍ତୁ ତେଲେଙ୍ଗାନାରେ ଭୁଶୁଡିଲା ଟନେଲ ଛାତ: ଫସିଛନ୍ତି 8 ଜଣ, ଉଦ୍ଧାର କାର୍ଯ୍ୟ ଜାରି

- ହାଇଦ୍ରାବାଦରେ ପାନୀୟଜଳ ଆବଶ୍ୟକତାର ପୂରଣ
ଏହାର ବ୍ୟବହାର ପୁଣ୍ଟୁଗଡିରୁ ପାଣିର ଦିଗ ବଦଳାଇବା ସହ ସଂଯୁକ୍ତ ନାଲଗୋଣ୍ଡା ଜିଲ୍ଲାରେ ଚାଷକାର୍ଯ୍ୟ ଓ ପାନୀୟ ଜଳ ଭାବେ ବ୍ୟବହାର କରିହେବ । ଏହା ସହ ହାଇଦ୍ରାବାଦରେ ପାନୀୟଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ପରିଯୋଜନାର କଳ୍ପନା କରାଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଏସଏଲବିସି ପରିଯୋଜନା 2010 ସୁଦ୍ଧା ସମାପ୍ତ ହୋଇଯିବା କଥା । କିନ୍ତୁ ପରିଯୋଜନା ସମ୍ପୂର୍ଣ୍ଣ ହେବା ସମୟ ସୀମାକୁ 6 ଥର ବୃଦ୍ଧି କରାଯାଇଛି । ଏବେର ସମୟ ଅନୁସାରେ ଏହାକୁ ଜୁନ 2026 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

- ଖର୍ଚ୍ଚ ହୋଇଛି 2,647 କୋଟି
ମିଡିଆ ରିପୋର୍ଟ ମୁତାବକ ବର୍ତ୍ତମାନ ସୁଦ୍ଧା ପରିଯୋଜନାରେ 2,647 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ 10 ବର୍ଷ ମଧ୍ୟରେ କେବଳ 500 କୋଟି ଆବଣ୍ଟିତ କରାଯାଇଛି । ଖାସକରି 2019, 2020 ଓ 2021 ରେ ତିନି ବର୍ଷ ମଧ୍ୟରେ କେବଳ 10 କୋଟି ଆବଣ୍ଟିତ କରାଯାଇଛି ।

- 22ରେ ଭୁଶୁଡିଥିଲା ଟନେଲ
ଗତ 22 ଫେବୃଆରୀରେ ତେଲେଙ୍ଗାନାରେ ଭୁଶୁଡିଥିଲା ନିର୍ମାଣଧିନ SLBC ଟନେଲ ଛାତ । 8 ଜଣ ଟନେଲ ତଳେ ଫସି ରହିଥିବା ଜଣାପଡିଛି । ନଗରକର୍ନୁଲ ଜିଲ୍ଲାରେ ଥିବା ଶ୍ରୀସୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍ରେ ଏପରି ଅଘଟଣ ଘଟିଛି । ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି ।